LIVE TV

ଭାରତ କଣ କରିବ ଏହି ନିଷ୍ପତ୍ତି ନେବାରେ ଟ୍ରମ୍ପ କିଏ ? ରୁଷ୍‌ ତୈଳକୁ ନେଇ ଆମେରିକୀୟ ରାଷ୍ଟ୍ରପତିଙ୍କ ଦାବିରେ ଥରୁରଙ୍କ ପ୍ରତିକ୍ରିୟା

NEWS7
ola-ceo-bhavish-aggarwal-may-be-elon-musk-of-india

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ଶଶି ଥରୁର ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ପ୍ରତିଆକ୍ରମଣ କରିଛନ୍ତି। ଯେଉଁଥିରେ ଆମେରିକାର ରାଷ୍ଟ୍ରପତି କହିଥିଲେ, ଭାରତ ଚଳିତ ବର୍ଷ ଶେଷ ସୁଦ୍ଧା ରୁଷରୁ ତେଲ ଆମଦାନୀକୁ ଯଥେଷ୍ଟ ହ୍ରାସ କରିଦେବ। ନ୍ୟୁଜ୍‌ ଏଜେନ୍ସି ANI ସହ କ‌ଥାବାର୍ତ୍ତାରେ ଶଶି ଥରୁର ଟ୍ରମ୍ପଙ୍କୁ ଭାରତର ନିଷ୍ପତ୍ତି ବିଷୟରେ ବିଶ୍ୱକୁ ନ ଜଣାଇବାକୁ କହିଥିଲେ, କାରଣ ନୂଆଦିଲ୍ଲୀ ୱାଶିଂଟନ, ଡିସି ପକ୍ଷରୁ କିଛି କୁହେନାହିଁ।

କଂଗ୍ରେସ ସାଂସଦ କହିଛନ୍ତି, "ମୁଁ ପ୍ରକୃତରେ ଭାବୁ ନାହିଁ ଯେ, ଟ୍ରମ୍ପ ଭାରତର ନିଷ୍ପତ୍ତି ବିଷୟରେ  ଘୋଷଣା କରିବା ଠିକ୍। ମୁଁ ଭାବୁଛି ଭାରତ ନିଜର ନିଷ୍ପତ୍ତି ବିଷୟରେ ଘୋଷଣା କରିବ। ଆମେ ବିଶ୍ୱକୁ କହୁ ନାହୁଁ ଯେ, ଟ୍ରମ୍ପ କ'ଣ କରିବେ। ମୁଁ ଭାବୁଛି ଟ୍ରମ୍ପ ବିଶ୍ବକୁ କହିବା ଉଚିତ୍ ନୁହେଁ ଯେ, ଭାରତ କ'ଣ କରିବ।

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ, ଭାରତ ବର୍ଷ ଶେଷ ସୁଦ୍ଧା ରୁଷରୁ ତୈଳ ଆମଦାନୀକୁ ଯଥେଷ୍ଟ ହ୍ରାସ କରିଦେବ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରୁତିର ଉଲ୍ଲେଖ କରିଥିଲେ। ରାଷ୍ଟ୍ରପତି ଟ୍ରମ୍ପ ଏହା ମଧ୍ଯ କହିଥିଲେ ଯେ, ରୁଷରୁ ତୈଳ ଆମଦାନୀ ବନ୍ଦ କରିବାର ପ୍ରକ୍ରିୟା କ୍ରମାଗତ ଭାବେ ହେବ ଏବଂ ଦାବି କରିଥିଲେ ଯେ, ଭାରତ ବର୍ଷ ଶେଷ ସୁଦ୍ଧା ସେଗୁଡ଼ିକୁ ପାଖାପାଖି ବନ୍ଦ କରିଦେବ।

ହ୍ଵାଇଟ୍‌ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ( ଯେଉଁଠି ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍‌ଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ)  ଟ୍ରମ୍ପ କହିଥିଲେ , ଯେମିତି ଆପଣ ଜାଣନ୍ତି , ଭାରତ ମୋତେ କହିଥିଲା ଯେ, ସେମାନେ ବନ୍ଦ କରିବେ। ଏହା ଏକ ପ୍ରକ୍ରିୟା, ତୁମେ ଏହାକୁ ଏମିତି ବନ୍ଦ କରି ପାରିବ ନାହିଁ। କିନ୍ତୁ ବର୍ଷ ଶେଷ ସୁଦ୍ଧା, ସେମାନେ ଏହାକୁ ପ୍ରାୟ ସମାପ୍ତ କରି ଦେବେ। ଏହା ଏକ ଏକ ବଡ଼ କଥା, ଏହା ପ୍ରାୟ ୪୦ ପ୍ରତିଶତ ତୈଳ। ମୁଁ ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଥିଲି, ଏବଂ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ହେଲେ, ଭାରତ ଏପରି କୌଣସି ଚୁକ୍ତିକୁ ଅସ୍ୱୀକାର କରିଛି ଏବଂ କହିଛି ଯେ, ସାର୍ବଜନୀନ ସ୍ୱାର୍ଥର ସୁରକ୍ଷା ତାର ପ୍ରାଥମିକତା ।

 କହି ରଖୁଛୁ ଯେ, ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦ୍ଵିତୀୟ କାର୍ଯ୍ୟକାଳରେ ଅନେକ ଦେଶ ସହ ସମ୍ପର୍କ ଖରାପ କରିଛନ୍ତି। ସେ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଭାରତ ସମେତ ଅନେକ ଦେଶକୁ ରୁଷରୁ ତୈଳ ଆମଦାନି କରିବାକୁ ମନା କରିଛନ୍ତି। ହେଲେ, ଭାରତ ଲଗାତାର ଆମଦାନି ଜାରି ରଖିଛି, ଯାହା ଫଳରେ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରି କରିଛନ୍ତି, ଯାହା ମୋଟ ଶୁଳ୍କ ୫୦ ପ୍ରତିଶତ ହୋଇ ଯାଇଛି।