LIVE TV

ଦୁବାଇରୁ ଭାରତର ଚାଉଳକୁ ମହଙ୍ଗା ଦାମ୍‌ରେ କିଣୁଛି ବାଂଲାଦେଶ , ବିଶେଷଜ୍ଞମାନେ କହିଲେ – ଏହା ତ କେବଳ ଅଯଥା ଖର୍ଚ୍ଚ

NEWS7
odocoileus-virginianus-deer-have-covid-antibody

ଢାକା : ମହମ୍ମଦ ୟୁନୁସଙ୍କ ବାଂଲାଦେଶ ସରକାରର ମୁଖ୍ୟ ହେବା ପର ଠାରୁ ହିଁ ନୂଆଦିଲ୍ଲୀ ଓ ଢାକା ମଧ୍ୟରେ ସଂପର୍କରେ ବିବାଦ ସୃଷ୍ଟି ହୋଇଛି। ଏହାପରେ ଭାରତ ବାଂଲାଦେଶ ବିରୋଧରେ ଅନେକ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ଏବେ ବାଂଲାଦେଶକୁ ମହଙ୍ଗା ଦାମ୍‌ରେ ଚାଉଳ କିଣିବାକୁ ପଡ଼ୁଛି। ସେ ଏବେ ଦୁବାଇ ମାଧ୍ୟମରେ ଭାରତର ହିଁ ଚାଉଳ ମହଙ୍ଗା ଦାମ୍‌ରେ ନେବାକୁ ପଡ଼ିଛି। ବାଂଲାଦେଶର ଫୁଡ୍‌ ଡିପାର୍ଟମେଣ୍ଟ ମଧ୍ୟ ସ୍ପଷ୍ଟ କରିଛି ଯେ, ସେ ଯେଉଁ ଚାଉଳ ଦୁବାଇରୁ କ୍ରୟ କରୁଛି, ତାହା ବାସ୍ତବରେ ଭାରତର। ଏହି ସ୍ଥିତିରେ ବାଂଲାଦେଶର ଆଶ୍ଚର୍ଯ୍ୟ ହୋଇଥିବା ଏକ୍ସପର୍ଟ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି ଯେ, ଶେଷରେ ଭାରତର ଚାଉଳ, ଭାରତ ବଦଳରେ ଦୁବାଇରୁ କାହିଁକି କିଣାଯାଉଛି। ଏହା ତ କେବଳ ଟଙ୍କାର ଅଯଥା ଖର୍ଚ୍ଚ।

ଯେତେବେଳେ ପଚରା ଯାଇଥିଲା ଯେ,ଚାଉଳ ସିଧା ଭାରତରୁ କାହିଁକି ଇମ୍ପୋର୍ଟ କରାଯାଉ ନାହିଁ , ତ ଜଣେ ଅଧିକାରୀ ଭାରତ ସହ ଟ୍ରେଡ୍‌ ଡେଫିସିଟର୍‌ ଉଲ୍ଲେଖ କରି କହିଥିଲେ ଯେ, ସିଧା ଇମ୍ପୋର୍ଟକୁ ବାଇପାସ୍‌ କରିବା ଦ୍ୱାରା ଅସନ୍ତୁଳନ ଆହୁରି ବିଗିଡ଼ିବାରୁ ରୋକିବାରେ ସାହାଯ୍ୟ ମିଳିଥାଏ। ବାଂଲାଦେଶର ମିନିଷ୍ଟ୍ରୀ ଅଫ୍‌ ଫୁଡ୍‌ର ଏକ ପ୍ରପୋଜଲ ମୁତାବିକ , ଆଡଭାଇଜରୀ କାଉନ୍ସିଲ ଅନ୍‌ ଗଭର୍ଣ୍ଣମେଣ୍ଟ ପ୍ରୋକ୍ୟୁରମେଣ୍ଟ ମିଆଁମାର ଓ ଦୁବାଇରୁ ମୋଟ ୧୦୦,୦୦୦ ଟନ୍‌ ଚାଉଳ କ୍ରୟକୁ ମଞ୍ଜୁରୀ ଦେଇଛି।ବାଂଲାଦେଶର ଫାଇନାନ୍ସ ମିନିଷ୍ଟ୍ରୀ ଏକ ବିବୃତ୍ତିରେ କହିଛି ଯେ, ୫୦,୦୦୦ ଟନ୍‌ ପାରବୟଲ୍ଡ଼( ସିଝା) ଚାଉଳ ମିଆଁମାରରୁ ଏବଂ ୫୦,୦୦୦ ଟନ୍‌ ଅଣ-ବାସୁମତୀ ପାରବୟଲ୍ଡ ଚାଉଳ ଦୁବାଇରୁ ଆସିବ , ଯାହାର ମୋଟ ଦାମ୍‌ ଟିକେ ୪,୪୬୨,୩୮୦,୫୭୦ ୯୩୨୩ କୋଟି ଟଙ୍କା) ହେବ।

ଦେଶକାଳ ନ୍ୟୁଜ୍ ଅନୁସାରେ , ଫାଇନେନ୍ସିଆଲ ଇୟର ୨୦୨୫-୨୬ ଅନୁସାରେ , ବାଂଲାଦେଶ ସରକାର ପ୍ୟାକେଜ୍‌-୨ ଅନୁସାରେ ଏକ ଇଣ୍ଟରନ୍ୟାସନାଲ ଓପନ ଟେଣ୍ଡର ଜରିଆରେ ୫୦,୦୦୦ ଟନ୍ ଅଣ-ବାସୁମତୀ ପାରବୟଲ୍ଡ ଚାଉଳର ଇମ୍ପୋର୍ଟକୁ ମଞ୍ଜୁରୀ ଦେଇଛି। ଚାଉଳ ଦୁବାଇରେ M/s Credent One FZEରୁ USD 355.99 ପ୍ରତି ଟନ୍‌ ହିସାବରେ କିଣା ଯିବ, ଯାହାର ଦାମ୍‌ TK 2,293,261,500  ହେବ। ଦୁବାଇ ନିଜର ପାଖାପାଖି ସବୁ ଚାଉଳ ଇମ୍ପୋର୍ଟ କରିଥାଏ, ଯେଉଁଥିରେ ଅଧିକାଂଶ ଭାରତରୁ ଆସିଥାଏ। ଦୁବାଇର ଜେବେଲ ଅଲୀ ପୋର୍ଟ ଏକ ବଡ଼ ରି-ଏକ୍ସପୋର୍ଟ ହବ୍‌ , ଯାହା ଆଫ୍ରିକା ଓ ମିଡିଲ ଇଷ୍ଟର ଦେଶ ଗୁଡ଼ିକୁ ଚାଉଳ ପଠାଇଥାଏ। Credent One FZE ଭଳଇ କମ୍ପାନୀମାନେ ଭାରତୀୟ ବାସୁମତୀ ଓ ଅଣ-ବାସୁମତୀ ଚାଉଳର ବଡ଼ ଇମ୍ପୋର୍ଟର।

ଅନ୍ୟପଟେ , ବାଂଲାଦେଶର ସୂଚନା ଅନୁସାରେ , ଦୁବାଇ ମାଧ୍ୟମରେ ଚାଉଳ ଇମ୍ପୋର୍ଟ କରିବା ଉପରେ ଏକଷ୍ଟ୍ରା ଖର୍ଚ୍ଚ ଆସୁଛି, ଯାହା ଜନତାଙ୍କ ଟଙ୍କାର ବର୍ବାଦୀ । ଦୁବାଇ ଚାଉଳ ଉତ୍ପାଦନ କରୁଥିବା ଦେଶ ନୁହେଁ , ବରଂ ସେ ଭାରତ ଠାରୁ ଚାଉଳ ଆମଦାନୀ କରି ପୁଣି ଏହାକୁ ରପ୍ତାନୀ କରିଥାଏ।