ଭୁବନେଶ୍ବର ୨୯।୫: ବୁଧବାର ରାଜ୍ୟ କ୍ୟାବିନେଟ୍ରେ AI ନୀତି ୨୦୨୫କୁ ଅନୁମୋଦନ ମିଳିଛି । ଏହି ନୀତି ଆଣିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଚଳିତ ଆର୍ଥିକ ବର୍ଷ ବଜେଟରେ AI ନୀତି ପାଇଁ ବି ୨୦ କୋଟି ପ୍ରବଧାନ ରହିଛି । ଆବଶ୍ୟକ ପଡିଲେ ସପ୍ଲିମେଣ୍ଟାରୀ ବଜେଟରେ ଅର୍ଥ ବଢିବ । କୃତ୍ରିମ ବୁଦ୍ଧିମତାକୁ ଆଧାର କରି ତଥ୍ୟ ସଂଗ୍ରହ, ନବସୃଜନକୁ ପ୍ରୋତ୍ସାହନ, ତଥ୍ୟ-ପରିଚାଳିତ ନିଷ୍ପତ୍ତି ସହ ରାଜ୍ୟର ସାମାଜିକ-ଆର୍ଥିକ ଉନ୍ନତି ସମ୍ଭବ ହୋଇପାରିବ । AI ନୀତିରେ ନିଆଯିବାକୁ ଥିବା ପଦକ୍ଷେପ ଜରିଆରେ AI ଓଡ଼ିଆ ସର୍ଚ୍ଚ ଇଞ୍ଜିନ ଭାବେ କାମ କରିବ । ସାଧାରଣ ଲୋକେ AI ବ୍ୟବହାର କରି ଓଡ଼ିଆ ଭାଷାରେ କମାଣ୍ଡ ଦେଇ ବିଭିନ୍ନ ପ୍ରସଙ୍ଗରେ ଜାଣିପାରିବେ । ଏଥିପାଇଁ ସଂସ୍କୃତି ଓ ଶିକ୍ଷା ବିଭାଗ ସହଯୋଗରେ OCAC ଓ ଭର୍ଚ୍ଚୁଆଲ ଏକାଡେମୀ ସହ ମିଶି କାମ କରୁଛି ଆଇଟି ବିଭାଗ । AI ନୀତି ଯୁବପିଢୀ, ସାଧାରଣ ଲୋକଙ୍କୁ ବେଶ୍ ଫାଇଦା ଦେବ । ସରକାରୀ ସେବା ଯୋଗାଣକୁ ଶୃଙ୍ଖଳିତ କରିବ AI ନୀତି । ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ମହିଳା ଓ ଶିଶୁ ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ AIର ଉପଯୋଗ ହେବ । ରାଜ୍ୟର ୨୭୦ ସେବା ଯୋଗାଣ ନେଇ ଉପଯୁକ୍ତ ତଥ୍ୟ ଦେଇପାରିବ AI । ସୂଚନା ପ୍ରଦାନ କ୍ଷେତ୍ରରେ AI ନୀତି ବ୍ୟାପକ ନିଯୁକ୍ତି ମଧ୍ୟ ସୃଷ୍ଟି କରିବ ବୋଲି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କହିଛନ୍ତି ।
You Can Read:
ରାଜଧାନୀରେ ୧୫ ଲକ୍ଷ ଟଙ୍କାରେ ଘର ଯୋଗାଇ ଦେବେ ସରକାର, ଫୋକସ୍ରେ ଆର୍ଥିକ ଦୁର୍ବଳ ଓ ନିମ୍ନ ଆୟକାରୀ ବର୍ଗ