ଶୁକ୍ରବାର ‘ଓଡ଼ିଶା ଟେକ୍ସ ୨୦୨୫’ : ସୃଷ୍ଟି ହେବ ଅଧିକ ନିଯୁକ୍ତି ସୁଯୋଗ

Published By : Prameya-News7 Bureau | July 24, 2025 IST

ଭୁବନେଶ୍ବର ୨୪।୭: ରାଜଧାନୀରେ ଆରମ୍ଭ ହେବ ଓଡ଼ିଶା ଟେକ୍ସ ୨୦୨୫ । ଶୁକ୍ରବାର ଲୋକସେବା ଭବନର କନଭେସନ ହଲ୍‌ରେ ହେବ ଓଡ଼ିଶା ଟେକ୍ସ ୨୦୨୫ ।  ବିଭିନ୍ନ ଇଣ୍ଡଷ୍ଟ୍ରି ଇନଭର୍ଟର ଯୋଗ ଦେବେ । ଓଡ଼ିଶାର ଭିତ୍ତିଭୂମି ସମ୍ପର୍କରେ ଅଧିକ ସୁଯୋଗ ପାଇବେ ସେନେଇ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀ ୬ଟି ସ୍ଥାନରେ ଟେକ୍ସଟାଇଲ ପାର୍କ ଘୋଷଣା କରିଛନ୍ତି । ୬ ଶହରୁ ଅଧିକ ଇଣ୍ଡଷ୍ଟ୍ରିଆଲିଷ୍ଟ ରେଜିଷ୍ଟର କରିସାରିଛନ୍ତି ।  କ’ଣ କ’ଣ ଇନ୍‌ଭେଷ୍ଟ କରିବେ ଶୁକ୍ରବାର ଚୁକ୍ତିନାମା ସ୍ୱାକ୍ଷରିତ ହେବ ।   ଏହା ଓଡ଼ିଶାରେ ଏକ ପ୍ରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ମହିଳା ମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବ । ସ୍କିଲ ରଖିଥିବା ଲୋକଙ୍କୁ ନିଯୁକ୍ତି ଦିଆଯିବ । ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ । ଟେକ୍ସଟାଇଲ ଶିଳ୍ପର ବିକାଶ ହେଲେ ଲୋକଙ୍କ ସୁବିଧା ହେବ । ଓଡ଼ିଆ ଯୁବକ ଯୁବତୀ ମାନେ ନିଯୁକ୍ତି ପାଇବେ । ତେଣୁ ଆମ ସରକାର ଯତ୍ନବାନ ରହିଛନ୍ତି । ଓଡ଼ିଶାରେ କିଭଳି ନିଯୁକ୍ତି ପାଇବେ ସେନେଇ ଏହି ଟେକ୍ସଟାଇଲ ଶିଳ୍ପର ବିକାଶ ପାଇଁ ଏହାର ଉଦ୍ଦେଶ୍ୟ ରହିଛି ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି । 

You Can Read:

ଅନାସ୍ଥା ପ୍ରସ୍ତାବ ଆଣିଲେ ସରକାରଙ୍କ ଉପରେ ଅଧିକ ଚାପ ପଡିବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.