ଭୁବନେଶ୍ବର ୨୪।୭: ସରକାର ଏବେ ଚାପରେ ଅଛନ୍ତି । ସେଥିପାଇଁ ମୌସୁମୀ ଅଧିବେଶନ ବି ଡାକୁ ନାହାନ୍ତି ବୋଲି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି । ସେ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ଆଣିଲେ ସରକାରଙ୍କ ଉପରେ ଅଧିକ ଚାପ ପଡିବ । ଅନାସ୍ଥା ପ୍ରସ୍ତାବରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାହା ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ।
ସମଦୂରତା ବିଜେଡିର ପଲିସି ରହିଛି । ବିଜେଡି ଆଗକୁ ବିଧାନସଭାରେ ବି ବିରୋଧ କରିବ । ଆଗରୁ ବିଜେଡ଼ି ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରୁଥିଲା, ତାହା କେବଳ ରାଜ୍ୟ ସ୍ୱାର୍ଥରେ ହେଉଥିଲା । କିନ୍ତୁ ମହିଳା ପ୍ରସଙ୍ଗରେ ବିଜେଡ଼ି ବିରୋଧ କରୁଛି ବୋଲି ଭୂପିନ୍ଦର ସିଂ କହିଛନ୍ତି ।
You Can Read:
ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି କିନ୍ତୁ ସରକାରୀ ସମ୍ପତ୍ତି ନଷ୍ଟ କରିବାର ଅଧିକାର ନାହିଁ