ଓଡ଼ିଶା ବିଜ୍ଞାନ ପରିଷଦ ତରଫରୁ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା

Published By : Prameya-News7 Bureau | June 15, 2025 IST

ଭଦ୍ରକ: ବିଶ୍ଵ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଜାତିସଂଘ ଦ୍ୱାରା ପ୍ରତିଷ୍ଠିତ ମିଳିତ ଆନ୍ତର୍ଜାତୀୟ ସାସାକାୱା ପୁରସ୍କାରରେ ସମ୍ମାନିତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଓଡ଼ିଶା ବିଜ୍ଞାନ ପରିଷଦର ଭଦ୍ରକ ଶାଖା ତରଫରୁ ସମ୍ବର୍ଦ୍ଧନା। 

ରବିବାର ଭଦ୍ରକ ସହରର ବାଇପାସ୍ ଠାରେ ଓଡ଼ିଶା ବିଜ୍ଞାନ ପରିଷଦର ଭଦ୍ରକ ଶାଖା ତରଫରୁ ଭାବଗ୍ରାହୀ ପାଠାଗାର ପରିସରରେ ସମ୍ବର୍ଦ୍ଧନା ସଭା ଆୟୋଜିତ କରାଯାଇଥିଲା। ଏହି ଅବସରରେ ଭଦ୍ରକ ଜିଲ୍ଲାର ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଉପସ୍ଥିତ ରହିଥିଲେ । 

ଏହାସହ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ପୌରାଧ୍ୟକ୍ଷ ଗୁଲମକ୍କି ହବିବି ପ୍ରମୁଖ ଯୋଗ ଦେଇଥିଲେ । ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ଡକ୍ତର ମୃତ୍ୟୁଞ୍ଜୟ ମହାପାତ୍ରଙ୍କର ଦେଶ ପାଇଁ ବହୁ ଅବଦାନ ରହିଛି। ବିଗତ ଦିନମାନଙ୍କରେ ବୈଜ୍ଞାନିକ ପୂର୍ବାନୁମାନ ଜ୍ଞାନ ପ୍ରୟୋଗକରୀ ବହୁ ଧନ ଜୀବନ ରକ୍ଷା କରିଥିବା ଭଦ୍ରକର ପୁଅ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସମ୍ବର୍ଦ୍ଧିତ କରି ଓଡ଼ିଶା ବିଜ୍ଞାନ ପରିଷଦ ଗର୍ବ ଅନୁଭବ କରୁଛି ବୋଲି କହିଛନ୍ତି ଆୟୋଜକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.