ଶିଳ୍ପ କ୍ଷେତ୍ରରେ ଓଡ଼ିଶା ପାଇଛି ସଫଳତା, ଘରୋଇ ପୁଞ୍ଜି ନିବେଶରେ ଦେଶରେ ଏକ ନମ୍ବର ରାଜ୍ୟ

Published By : Prameya-News7 Bureau | July 09, 2025 IST

ଭୁବନେଶ୍ବର ୯।୭: ଘରୋଇ ପୁଞ୍ଜି ନିବେଶରେ ଦେଶରେ ଏକ ନମ୍ବର ଓଡ଼ିଶା । ଶିଳ୍ପ କ୍ଷେତ୍ରରେ ଓଡ଼ିଶା ପାଇଛି ସଫଳତା । ଏଭଳି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ । CMIE ରିପୋର୍ଟ ଅନୁସାରେ ଏପ୍ରିଲରୁ ଜୁନ୍‌ ମଧ୍ୟରେ ୧ ଲକ୍ଷ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିଛି ଓଡ଼ିଶା । ଏହି ସମୟରେ ଅନ୍ୟ ସମସ୍ତ ରାଜ୍ୟରେ ୨ ଲକ୍ଷ ୧୦ ହଜାର କୋଟି ଟଙ୍କାର ନିବେଶ ହୋଇଥିବା ବେଳେ ଓଡ଼ିଶାରେ ୧ ଲକ୍ଷ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି । କେମିକାଲ, ପେଟ୍ରୋ କେମିକାଲ, ଟେକ୍ସଟାଇଲ, ଗ୍ରୀନ୍ ଏନର୍ଜି ଭଳି କ୍ଷେତ୍ରରେ ପୁଞ୍ଜି ନିବେଶ ଆସିଛି । 

ଶିଳ୍ପ ମନ୍ତ୍ରୀ କହିଛନ୍ତି ସରକାରଙ୍କ ପ୍ରତି ନିବେଶକଙ୍କ ଭରସା ବଢ଼ିଛି । ବର୍ଷକ ମଧ୍ୟରେ ୧ ଲକ୍ଷ ୭୮ ହଜାର କୋଟି ନିବେଶ ହୋଇଥିବା ବେଳେ ୩ ମାସରେ ୧ ଲକ୍ଷ ୪୦ ହଜାର କୋଟି ଟଙ୍କାର ନିବେଶ ହୋଇଛି । ଖୋର୍ଦ୍ଧା, ଗୋପାଳପୁର ଓ ଯାଜପୁରରେ ଅନେକ ଶିଳ୍ପର ଗ୍ରାଉଣ୍ଡ ବ୍ରେକିଂ ହୋଇଛି । ଆଗାମୀ ଦିନରେ ଉତ୍କର୍ଷ ଓଡ଼ିଶାରେ ଆସିଥିବା ନିବେଶ ପ୍ରସ୍ତାବକୁ ସରକାର ଗ୍ରାଉଣ୍ଡିଙ୍ଗ ପାଇଁ ଯୋଜନା କରୁଛନ୍ତି ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ କହିଛନ୍ତି ।

You Can Read:

ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲା : ପରବର୍ତ୍ତୀ ଶୁଣାଣି ଯାଏଁ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ଅଙ୍କୁଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.