ଟ୍ରମ୍ପଙ୍କ ବିରୋଧରେ ଏପଷ୍ଟିନ ଫାଇଲରେ ବିସ୍ଫୋରକ ତଥ୍ୟ: ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ, ନବଜାତ ଶିଶୁକୁ ହତ୍ୟା କରିଥିବା ଅଭିଯୋଗ

NEWS7
odisha-police-worker-association-threatens-agitation

ନୂଆଦିଲ୍ଲୀ: ବଢ଼ିଲା ଟ୍ରମ୍ପଙ୍କ ଟେନସନ। ଆମେରିକାର ନ୍ୟାୟ ବିଭାଗ ପକ୍ଷରୁ ପ୍ରକାଶିତ ଏକ ନୂତନ ଡକ୍ୟୁମେଣ୍ଟକୁ ନେଇ ହଇଚଇ। ଜଣେ ୧୩ ବର୍ଷୀୟା ଝିଅଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶୁକ୍ରବାର ପ୍ରକାଶିତ ଏପଷ୍ଟିନ ଫାଇଲରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଦୋଷୀ ସାବ୍ୟସ୍ତ ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନଙ୍କ ସହିତ ତାଙ୍କର ଅତୀତର ସମ୍ପର୍କକୁ ନେଇ ବିବାଦ ସୃଷ୍ଟି କରିଛି।

ଏପଷ୍ଟିନ ଫାଇଲଗୁଡ଼ିକ ମଧ୍ୟରେ ଏକ ୧୩ ବର୍ଷୀୟା ବାଳିକା ସହିତ ଜଡିତ ଏକ ବିସ୍ଫୋରକ ତଥ୍ୟ ସାମନାକୁ ଆସିଛି। ଯାହା ଗତ ଅଗଷ୍ଟ ମାସରେ ଏକ FBI ଟିପ୍ ସିଟ୍‌ରେ ରେକର୍ଡ କରାଯାଇଥିଲା। ଏହି ଦାବିଟି ସାଧାରଣ ଲୋକଙ୍କ ଦ୍ୱାରା FBIକୁ ଦାଖଲ କରାଯାଇଥିବା ଯାଞ୍ଚ ହୋଇନଥିବା ରିପୋର୍ଟଗୁଡ଼ିକର ଏକ ବଡ଼ ଡାଟାବେସର ଅଂଶ। ଏହି ଡକ୍ୟୁମେଣ୍ଟ FBI ସ୍ପ୍ରେଡସିଟରୁ ଆସିଛି ଯାହା ଆଲେକଜାଣ୍ଡର ଭାଇମାନଙ୍କ ତଦନ୍ତ ସହିତ ଜଡିତ। ଫ୍ଲୋରିଡାର ଏହି ଧନୀ ଭାଇମାନଙ୍କ ବିରୋଧରେ ଯୌନ ଚାଲାଣ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି।

ଜଣେ ମହିଳା ଦାବି କରିଛନ୍ତି ଯେ ତାଙ୍କ ବନ୍ଧୁ ପ୍ରାୟ ୩୫ ବର୍ଷ ପୂର୍ବେ ନ୍ୟୁ ଜର୍ସିରେ ଟ୍ରମ୍ପଙ୍କ ସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଥିଲେ। ଯେତେବେଳେ ତାଙ୍କୁ ୧୩ କିମ୍ବା ୧୪ ବର୍ଷ ବୟସ ହୋଇଥିଲା। ରିପୋର୍ଟରେ କୁହାଯାଇଛି ଯେ ଝିଅଟି ମଧ୍ୟ ଏପଷ୍ଟାଇନଙ୍କ ଦ୍ୱାରା ନିର୍ଯାତିତ ହୋଇଥିଲା। ଟ୍ରମ୍ପଙ୍କୁ କାମୁଡ଼ିବା ପରେ ତାଙ୍କୁ ମାଡ଼ ଦିଆଯାଇଥିଲା। । POTUS ବିରୋଧରେ ଥିବା ସବୁଠାରୁ ଆଶ୍ଚର୍ଯ୍ୟଜନକ ଦାବି ମଧ୍ୟରୁ ଗୋଟିଏ ହେଉଛି ଯେ ସେ ଏକ ନବଜାତ ଶିଶୁର ହତ୍ୟାରେ ସମ୍ପୃକ୍ତ ଥିଲେ।

ଟ୍ରମ୍ପଙ୍କୁ ସୁରକ୍ଷା ଦେବାକୁ ଯାଇ DOJ ଅସ୍ୱୀକାର କରିଛି। ହ୍ୱାଇଟ୍ ହାଉସ୍ ଦୁଷ୍କର୍ମ ଅଭିଯୋଗକୁ "ତଥ୍ୟଭିତ୍ତିକ ନୁହେଁ" ବୋଲି କହିଛି। ହ୍ୱାଇଟ୍ ହାଉସ୍ ଏହି ଅଭିଯୋଗଗୁଡ଼ିକୁ ମିଥ୍ୟା ବୋଲି କହିଛି। ଟ୍ରମ୍ପ୍ ଏପଷ୍ଟାଇନ୍ ସହ ଜଡିତ କୌଣସି ଭୁଲ କାର୍ଯ୍ୟକୁ ନିରନ୍ତର ଅସ୍ୱୀକାର କରିଆସୁଛନ୍ତି।  ସେ ଗିରଫଦାରୀର ବହୁ ପୂର୍ବରୁ ଫାଇନାନ୍ସରଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ।