ଓଡ଼ିଶା ଖଣି ନିଗମ ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ପାଳିତ

Published By : Prameya-News7 Bureau | August 16, 2025 IST

ଭୁବନେଶ୍ୱର ୧୬।୮: ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଅଛି । ଏହି ଉତ୍ସବରେ ଓଏମସି ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ, ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ (ଅପରେସନ) ସବ୍ୟସାଚୀ ମହାନ୍ତି; ନିର୍ଦ୍ଦେଶକ (ମାନବ ସମ୍ବଳ) ଆଲୋକ କୁମାର ପାଳ; ନିର୍ଦ୍ଦେଶକ (ବିତ୍ତ) ବନ ବିହାରୀ ପାଣିଙ୍କ ସମେତ କମ୍ପାନୀର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏଥିସହ ଓଏମସି ର ସମସ୍ତ ଆଞ୍ଚଳିକ ଖଣି କାର୍ଯ୍ୟାଳୟ ଯଥା ଦୈତାରି, ବଡବିଲ, ଗନ୍ଧମାର୍ଦ୍ଦନ, ରାୟଗଡ଼ା, କୋଇଡା, ଯାଜପୁର ରୋଡ ତଥା ନିଗମର ସମସ୍ତ ଖଣି ଅଞ୍ଚଳ ପରିସରରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏଥିସହ ଓଏମସି ଦ୍ଵାରା ପରିଚାଳିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ, ଡିଏଭି ପବ୍ଲିକ ସ୍କୁଲ ଠାରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି । ଏହି ଅବସରରେ ନିଗମର କର୍ମଚାରୀ ମାନେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ଉତ୍ସାହ ଓ ଆନନ୍ଦର ସହିତ ୭୯ତମ ସ୍ବାଧୀନତା ଦିବସ ପାଳନ କରିଥିଲେ ।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.