ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ, ସାଢେ ୧୧ଟାରେ ଓ୍ବେବସାଇଟ୍‌ରେ ମିଳିବ ରେଜଲ୍ଟ

Published By : Prameya-News7 Bureau | May 24, 2024 IST

ଭୁବନେଶ୍ବର ୨୪।୫: ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ରବିବାର ସକାଳ ସାଢେ ୧୦ଟାରେ ରେଜଲ୍ଟ ପ୍ରକାଶ ପାଇବ । ଏ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ।

ଏ ନେଇ ଅଧିକ ବିବରଣୀ ପ୍ରଦାନ କରିଛନ୍ତି ବୋର୍ଡ ଉପ-ସଭାପତି ନିହାର ରଞ୍ଜନ ମହାନ୍ତି । ୨୬ ତାରିଖ ସକାଳ ସାଢେ ୧୦ଟାରେ ରେଜଲ୍ଟ ପ୍ରକାଶ ପାଇବ । ସକାଳ ସାଢେ ୧୧ଟାରୁ ବୋର୍ଡ ଓ୍ବେବସାଇଟ୍‌ http://bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେବ । 

ଇଣ୍ଟରନେଟ୍‌ ସୁବିଧା ନ ଥିଲେ ଏସ୍‌ଏମ୍‌ଏସ୍‌ ଜରିଆରେ ରେଜଲ୍ଟ ଜାଣିହେବ । 5676750ରେ ଏସ୍‌ଏମ୍‌ଏସ୍‌ କଲେ ମିଳିବ ରେଜଲ୍ଟ । ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ୍ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଡିଜିଟାଲ୍ ସାର୍ଟିଫେକେଟ୍ କମ୍ପ୍ୟୁଟର କିମ୍ବା ଆଣ୍ଡ୍ରୋଏଡ୍‌ ଫୋନ୍ ଜରିଆରେ ଡାଉନଲୋଡ଼ କରିହେବ । ଡିଜିଟାଲ ସାର୍ଟିଫିକେଟରେ ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ ରହିବନି । ରି-ଚେକିଂ ପାଇଁ ୨୯ ତାରିଖରୁ ଆବେଦନ ହୋଇପାରିବ । ହାଇସ୍କୁଲ ସାର୍ଟିଫିକେଟ୍ ପାଇଁ ଅନଲାଇନରେ ଆବେଦନ କରିବାକୁ ହେବ ।

କିଛି ଆବଶ୍ୟକତା ହେଲେ କଣ୍ଟ୍ରୋଲ ରୁମ୍‌କୁ ଯୋଗାଯୋଗ କରିହେବ । କଣ୍ଟ୍ରୋଲ ରୁମ୍‌ ନଂ- ୮୭୬୩୪୪୬୨୯୨ ଏବଂ ୯୪୩୭୨୨୮୧୮୭ ରହିଛି ।

You Can Read :

ଫଳାଫଳ ପୂର୍ବରୁ ଦମ୍ଭୋକ୍ତି ଦେଖାଇଲେ ପାଣ୍ଡିଆନ୍, କହିଲେ ଭଲ ମାର୍ଜିନରେ ଜିତିବେ ମୁଖ୍ୟମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.