ବିଧାନସଭା ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗ ନେଇ ସରଗରମ ରହିପାରେ ଗୃହ

Published By : Prameya-News7 Bureau | March 13, 2025 IST

ଭୁବନେଶ୍ୱର ୧୩।୦୩ : ବିଧାନସଭା ବଜେଟ ଅଧିବେଶନ । ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ଆଜି ପଞ୍ଚମ ଦିନ । ବିଭିନ୍ନ ପ୍ରସଙ୍ଗ ନେଇ ଆଜି ବି ଗୃହ ବେଶ ସରଗରମ ହୋଇପାରେ l 

ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ୭ ଦିନ ପାଇଁ ନିଲମ୍ବନ ହେବା ପରେ ବିଧାନସଭାକୁ ବୟକଟ କରିଛି କଂଗ୍ରେସ l ଶାସକ ଦଳର ପ୍ରତିନିଧିମାନେ କଂଗ୍ରେସକୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ଅଛନ୍ତି l ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇଥିବାରୁ ସରକାର ମହିଳାଙ୍କୁ ସୁରକ୍ଷା ଦିଅନ୍ତୁ ଓ ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବାକୁ କଂଗ୍ରେସ ଦାବି କରିଛି l ଏହା ସହ ବିଧାୟକ ତାରା ବାହିନୀପତିଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦଳ ଦାବି କରିଛି l ଯଦି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହଲିଙ୍ଗ ଓ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଗଲା ନାହିଁ, ତେବେ କାହିଁକି ତାରା ପ୍ରସାଦ ବାହିନୀପତିଙ୍କ ବିରୋଧରେ ଏକ ପାଖିଆ ଭାବେ ନିଲମ୍ବନ କରାଗଲା ତାହାକୁ ନେଇ ପ୍ରଶ୍ନ କରିଛି ଦଳ l ବିଜେଡି ମଧ୍ୟ ବାଚସ୍ପତିଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଛି l 

ସେହିପରି ଗୁରୁବାର ଦିନ ଜଳ ସମ୍ପଦ, ଖଣି ଓ ଇସ୍ପାତ , ଯୋଜନା ଓ ସଂଯୋଜନା, ବାଣିଜ୍ୟ , ସୂଚନା ଓ ଲୋକସମ୍ପର୍କ, ପରିବହନ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଭଳି ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ । ଶୂନ୍ୟକାଳରେ ରାଜ୍ୟସ୍ବାର୍ଥ ସମ୍ବଳିତ କଥା ଉଠାଇ ଶାସକ ଦଳକୁ ଘେରିପାରନ୍ତି ବିରୋଧୀ । ବିରୋଧୀ ଦଳ ପକ୍ଷରୁ ମୁଲତବୀ ପ୍ରସ୍ଥାବ ଦିଆଯିବ l  ସେପଟେ ମହିଳା,ଶିଶୁ ବିକାଶ ଓ ମିଶନ ଶକ୍ତି ସାଙ୍ଗକୁ ପର୍ଯ୍ୟଟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା। ତାରାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ କଂଗ୍ରେସର ଆଭିମୁଖ୍ୟ କଣ ରହିବ ତାହା ଉପରେ ନଜର l

୩୮ ବର୍ଷ ତଳେ କିଣିଥିଲେ ଶେୟାର; ଭୁଲିଯାଇଥିଲେ, ଏବେ ହେଲାଣି...

  • odisha
  • OdishaNews
  • Odisha Assembly
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.