ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିପାରିଲାନି ମୃତଦେହ

Published By : Prameya-News7 Bureau | May 25, 2025 IST

NEWS UPDATE

କଣ୍ଟାବାଞ୍ଜି : ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ । ଗାଁକୁ ଫେରି ପାରୁନାହିଁ ଶବ । ବେସାହାରା ହୋଇପଡିଛନ୍ତି ପରିବାର ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବରତୁଣ୍ଡା ଗାଁର ନାରାୟଣ ସୁଲିଆ ତାମିଲନାଡୁକୁ ସ୍ଥାନୀୟ ଲୋକଙ୍କ ସହ ଇଟା ଗଢିବାକୁ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଟଙ୍କା ଅଭାବରୁ ତାଙ୍କ ମୃତଦେହ ଗାଁକୁ ଆସି ପାରିନଥିବା ଜଣାପଡ଼ିଛି । ପରିବାର ପ୍ରତିପୋଷଣ ପାଇଁ ତାମିଲନାଡୁକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଗାଁକୁ ଶବ ଫେରିପାରିନଥିବା ବେଳେ ପରିବାରରେ ଥିବା ସ୍ତ୍ରୀ ଓ ନାବାଳିକା ଝିଅ ବେସାହାରା ହୋଇପଡିଛନ୍ତି । 

You Can Read: 

ରଥଯାତ୍ରା ପାଇଁ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଅଖ ଓ ଦଣ୍ଡା ନିର୍ମାଣ ପାଇଁ ପୁରୀରେ ପହଞ୍ଚିଛି ରଥ କାଠ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.