ବରୁଣଙ୍କ ଫିଲ୍ମରେ ସଲମାନଙ୍କ ‘ଚୁନରୀ ଚୁନରୀ’ ଗୀତ, ଭିଡିଓ ଦେଖିବା ପରେ ୟୁଜର୍ସ ଖପ୍ପା

Published By : Prameya-News7 Bureau | May 27, 2025 IST

ମୁମ୍ଵାଇ ୨୭।୦୫; ଅପ୍‌କମିଙ୍ଗ ଫିଲ୍ମ ‘ହୈ ଜୱାନି ତୋ ଇଶ୍କ ହୋନା ହୈ’ରେ ନଜର ଆସିବେ ବରୁଣ ଧୱନ । ଫିଲ୍ମରେ ତାଙ୍କ  ସହ ସ୍କ୍ରିନ୍‌ ସେୟାର କରିବେ ପୂଜା ହେଗ୍‌ଡ଼େ ଓ ମୃଣାଳ ଠାକୁର । ସୋସିଆଲ ମିଡିଆରେ ଆଜିକାଲି ଏହି ଫିଲ୍ମକୁ ନେଇ ଅନେକ ଭିଡିଓ ଭାଇରାଲ ହେଉଛି ।ଏହାରିମଧ୍ୟରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି,  ଯେଉଁଥିରେ ବରୁଣ, ପୂଜା ଓ ମୃଣାଳ ଫିଲ୍ମ ‘ବିବି ନମ୍ବର-୧’ର ଲୋକପ୍ରିୟ ଗୀତ ‘ଚୁନରୀ ଚୁନରୀ’ରେ ନୃତ୍ୟ କରୁଥିବା ନଜର ଆସିଛନ୍ତି । ଭିଡିଓ ଦେଖିବା ପରେ ୟୁଜର୍ସ ରାଗିଯାଇଛନ୍ତି । 

ସେମାନଙ୍କ କହିବା  ଅନୁସାରେ, ୯୦ ଦଶକର କ୍ଲାସିକ୍‌ ଗୀତ ଗୁଡ଼ିକୁ ପୁନଃ ପ୍ରସ୍ତୁତ କରି ବରବାଦ କରାଯାଉଛି । ‘ଚୁନରୀ ଚୁନରୀ’ ରିମେକ୍‌ ଗୀତର ଲିକ୍‌ ହୋଇଥିବା ଦୃଶ୍ୟରେ  ବରୁଣ, ମୃଣାଳ ଓ ପୂଜା ନୃତ୍ୟ କରୁଥିବା ନଜର ଆସିଛନ୍ତି । ଭିଡିଓରେ ବରୁଣ ପ୍ରିଣ୍ଟେଡ୍‌ ସାର୍ଟ ଓ ଲାଲ୍‌ ପ୍ୟାଣ୍ଟ୍‌  ପିନ୍ଧିଛନ୍ତି । ମୃଣାଳ ଗୋଲ୍ଡେନ୍‌-ବ୍ଲାକ୍‌ ଡ୍ରେସ୍‌ରେ  ଖୁବ୍‌ ଷ୍ଟାଇଲିଶ୍‌ ଦିଶୁଛନ୍ତି । ପୂଜା ବି ଗୋଲ୍ଡେନ୍‌  ପୋଷାକରେ ନଜର ଆସିଛନ୍ତି । ‘ହୈ ଜୱାନୀ ତୋ ଇଶ୍କ ହୋନା ହୈ’ର ନିର୍ଦ୍ଦେଶନା ଦେଉଛନ୍ତି ବରୁଣଙ୍କ ବାପା ଡେଭିଡ୍‌ ଧୱନ୍‌। ରମେଶ ତୌରାନି ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ ୧୦ରେ ଥିଏଟରକୁ ଆସିବ । ୧୯୯୯  ମସିହାର ଫିଲ୍ମ ‘ବିବି ନମ୍ବର-୧’ର ‘ଚୁନରୀ ଚୁନରୀ’ ଗୀତ ଗାଇଥିଲେ ଅଭିଜିତ  ଭଟ୍ଟାଚାର୍ଯ୍ୟ । ଫିଲ୍ମରେ ସଲମାନ ଖାନ୍‌ ଓ ସୁସ୍ମିତା ସେନ୍‌ ମୁଖ୍ୟ କଳାକର ଥିଲେ ।  

ତେବେ ବରୁଣଙ୍କ ଅପ୍‌କମିଙ୍ଗ ଫିଲ୍ମରେ ଏହି ଗୀତର ରିମେକ୍‌ ଉପରେ କେବଳ  ଦର୍ଶକ ନୁହେଁ, ଗାୟକ ଅଭିଜିତ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ ଏକ ଗଣମାଧ୍ୟମକୁ  କହିଛନ୍ତି, ଫିଲ୍ମର ନିର୍ଦ୍ଦେଶକ କିମ୍ବା ମ୍ୟୁଜିକ୍‌ କମ୍ପୋଜର୍‌ ତାଙ୍କୁ ଏ ବିଷୟରେ ସୂଚନା  ଦେଇନାହାନ୍ତି । ଏ ବିଷୟରେ ଯାଞ୍ଚ୍‌ କରିବା ପାଇଁ ତାଙ୍କର ସାହାସ ମଧ୍ୟ ନାହିଁ ।  ବ୍ୟକ୍ତିଗତ ଭାବେ ଏହି ଗୀତ ତାଙ୍କ ପସନ୍ଦର ନ ଥିଲା । ବହୁତ ତରବରରେ ଗୀତ   ପ୍ରସ୍ତୁତ ହୋଇଥିଲା ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.