ମୁମ୍ଵାଇ ୨୭।୦୫; ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଆଗାମୀ ଫିଲ୍ମ "ସ୍ପିରିଟ୍" ବର୍ତ୍ତମାନ ଚର୍ଚ୍ଚାରେ ଅଛି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସ ନଜର ଆସିବେ । ନିକଟରେ ଫିଲ୍ମର ହିରୋଇନ ନେଇ ଖବର ଆସିଥିଲା ଯେ ପ୍ରଭାସଙ୍କ ବିପକ୍ଷରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ଅଭିନୟ କରିବେ, କିନ୍ତୁ ଅଧିକ ଫିସ୍ ଯୋଗୁଁ ଏହି ଅଭିନେତ୍ରୀଙ୍କୁ ଫିଲ୍ମରୁ ବାଦ କରି ଦିଆଯାଇଥିଲା । ପରେ ତୃପ୍ତି ଡିମ୍ରିଙ୍କୁ ଫିଲ୍ମର ଲିଡ ରୋଲ୍ ଭୂମିକାରେ କାଷ୍ଟ କରିଥିବା ଘୋଷଣା କରିଥିଲେ ସନ୍ଦୀପ । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ଦ୍ଦେଶକ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଫିଲ୍ମର କାହାଣୀ ଲିକ ହୋଇଥିବା ଅଭିଯୋଗ କରି ଜଣେ ମହିଳା ଅଭିନେତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ ଦୀପିକାଙ୍କୁ ଟାର୍ଗେଟ କରି ଏପରି କହିଥିବା ଅନୁମାନ କରିଛନ୍ତି ନେଟିଜେନ୍ସ ।
When I narrate a story to an actor, I place 100% faith. There is an unsaid NDA(Non Disclosure Agreement) between us. But by doing this, You've 'DISCLOSED' the person that you are....
— Sandeep Reddy Vanga (@imvangasandeep) May 26, 2025
Putting down a Younger actor and ousting my story? Is this what your feminism stands for ? As a…
ସନ୍ଦୀପ ଏକ୍ସ ଏକ ପୋଷ୍ଟ କରି ଲେଖିଛନ୍ତି, 'ଯେତେବେଳେ ମୁଁ ଜଣେ କଳାକାରଙ୍କୁ କାହାଣୀ ଶୁଣାଏ, ମୋର ତାଙ୍କ ଉପରେ ୧୦୦% ବିଶ୍ୱାସ ଥାଏ । ଆମ ମଧ୍ୟରେ ଏକ NDA (ନନ୍ ଡିସକ୍ଲୋଜର ଏଗ୍ରିମେଣ୍ଟ୍) ଅଛି। କିନ୍ତୁ ଏହା କରି ତୁମେ ଦେଖାଇଛ ଯେ ତୁମେ କି ପ୍ରକାରର ବ୍ୟକ୍ତି। ଜଣେ ଯୁବ ଅଭିନେତାଙ୍କୁ ଅପମାନିତ କରି ମୋ କାହାଣୀକୁ ଲିକ୍ କଲ । ଏହା କ’ଣ ତୁମର ନାରୀବାଦ ? ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ, ମୋର କଳା ପଛରେ ବର୍ଷ ବର୍ଷ ଧରି କଠିନ ପରିଶ୍ରମ ରହିଛି ଏବଂ ମୋ ପାଇଁ ଚଳଚ୍ଚିତ୍ର ନିର୍ମାଣ ହିଁ ସବୁକିଛି । ତୁମେ ଏହା ବୁଝିପାରିବ ନାହିଁ 'ଖରାପ PR ଗେମ' । ମୋତେ ଏସବୁରେ କୌଣସି ଫରକ ପଡେ ନାହିଁ ।
ସନ୍ଦୀପ କ’ଣ ଦୀପିକାଙ୍କୁ ଟାର୍ଗେଟ କରିଥିଲେ ?
କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ସନ୍ଦୀପ ରେଡ୍ଡୀ ଭାଙ୍ଗା ଦୀପିକା ପାଦୁକୋନଙ୍କୁ 'ସ୍ପିରିଟ୍' ରୁ ବାହାର କରିଦେଇଛନ୍ତି । ରିପୋର୍ଟ ଅନୁସାରେ, ଦୀପିକାଙ୍କ ଦାବି ମଧ୍ୟରେ ଆଠ ଘଣ୍ଟା କାମ ଦିନ, ହାଇ ଫି' ଏବଂ ଫିଲ୍ମର ଲାଭରେ ଅଂଶ ଅନ୍ତର୍ଭୁକ୍ତ । ଏହି ନିଷ୍ପତ୍ତି ତାଙ୍କୁ ଫିଲ୍ମରୁ ବାହାରକୁ ନେଇଗଲା। ଯାହା ତାଙ୍କର ସାମ୍ପ୍ରତିକ ପ୍ରୋଜେକ୍ଟ, କଲ୍କି 2898 AD ପରେ ପ୍ରଭାସଙ୍କ ସହ ତାଙ୍କର ଦ୍ୱିତୀୟ ଫିଲ୍ମ ହୋଇଥାନ୍ତା । ଦୀପିକାଙ୍କ ଫିଲ୍ମ ଛାଡିବା ଖବର ପରେ, ତୃପ୍ତି ଡିମ୍ରି ଫିଲ୍ମରେ ତାଙ୍କ ଭୂମିକାକୁ ନିଶ୍ଚିତ କରିଥିଲେ ।