ଝିଅ ସହ ବାହାଘର କରାଇବାକୁ କହି ଡାକିନେଲେ, ପିଟି ପିଟି ମାରିଦେଲେ ପରିବାର ଲୋକ !

NEWS7
nuan-khai-bolangir-celebration

ସାଲେପୁର ୨୧।୧୨: ଝିଅ ସହ ବାହାଘର କରାଇବାକୁ କହି ଯୁବକଙ୍କୁ ଡାକିନେଲେ । ଘରେ ପିଟିପିଟି ମାରିଦେଲେ ଝିଅ ବାପଘର ଲୋକେ । ମୃତ ଯୁବକ ହେଲେ କଟକ ଜିଲ୍ଲା ସାଲେପୁର ଥାନା ମିର୍ଜାପୁର ପଞ୍ଚାୟତ ଦେଉଳି ଗ୍ରାମର ମନୋଜ ଦାସଙ୍କ ୨୦ ବର୍ଷ ବୟସ୍କ ପୁଇ ଅଶୋକ ଦାସ ।

ମୃତ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଇଁଦା ଗ୍ରାମର କଇନ ଦାସଙ୍କ ଝିଅ ଅଶୋକଙ୍କ ଗାଁରେ ବିବାହ କରିଥିଲେ । ଅଶୋକଙ୍କ ସହ କଇନଙ୍କ ଝିଅର ପ୍ରେମ ସମ୍ପପ୍ର ଗଢ଼ି ଉଠିବାରୁ ଶାଶୁଘର ଲୋକେ ତାଙ୍କୁ ବିଞ୍ଝାରପୁର ସ୍ଥିତ ବାପଘରକୁ ପଠାଇ ଦେଇଥିଲେ । ଅଶୋକ ଭୁବନେଶ୍ୱରରେ ରହି କାମ କରନ୍ତି । ତେବେ କଇନଙ୍କ ଝିଅର ଫୋନ୍ ପାଇ ବିଞ୍ଝାରପୁର ଯାଇଥିଲେ ଅଶୋକ । ସେଠାରେ ବାପଘର ଲୋକ ଅଶୋକକୁ ଅଟକ ରଖି ନିର୍ଧୁମ ଛେଚିଥିଲେ । ପରେ ଅଶୋକଙ୍କ ଘରକୁ ଖବର ପଠାଇଥିଲେ ଯେ ତୁମ ପୁଅ ଏଠାରେ ଅଛି ଆସ । ଅଶୋକଙ୍କ ବାପା ଯିବା ପରେ ସେଠାରେ ଝିଅ ବାପଘର ଲୋକ ତାଙ୍କୁ ଅଟକାଇଥିଲେ । ହେଲେ ସେଠାରେ ପୁଅକୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରେ ବିଞ୍ଝାରପୁର ଥାନାରେ ଅଶୋକଙ୍କ ଗ୍ରାମବାସୀ ମାନେ ପହଞ୍ଚି ଅଭିଯୋଗ କରିଥିଲେ । ମୃତଦେହକୁ ବିଞ୍ଝାରପୁର ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ ଚଳାଇଛି ।