ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତର ସାମଗ୍ରୀ ଉପରେ ୫୦ ପ୍ରତିଶତ ଟ୍ୟାକ୍ସ ଲଗାଇବାର ନିଷ୍ପତ୍ତି ପରେ ସାରା ଦେଶରେ ଆମେରିକୀୟ ବ୍ରାଣ୍ଡ୍ସ ବିରୋଧରେ କ୍ରୋଧ ଓ ଅସନ୍ତୋଷ ବଢିଛି। ସେହି ଦେଶ ଯିଏ ପ୍ରଥମେ ଚୀନକୁ ତାର ଚାଲାକିକୁ ବୁଝାଇବାକୁ ସାହାସ ଦେଖାଇ ଥିଲା , ସେହି ଭାରତ ଏବେ ଆମେରିକାକୁ ଜବାବ ଦେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଗତ କିଛି ଦଶନ୍ଧି ମଧ୍ୟରେ, ଭାରତ ନିଜର ଆର୍ଥିକ ଶକ୍ତି ବୃଦ୍ଧି କରିଛି ଏବଂ ଆତ୍ମନିର୍ଭର ଭାରତ ଅଭିଯାନ ଅନୁସାରେ ଘରୋଇ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ସଂକଳ୍ପ ନେଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ, ଭାରତୀୟ ବଜାରରେ ଘରୋଇ ଉତ୍ପାଦ ଗୁଡ଼ିକର ଅଂଶୀଦାରକୁ ବୃଦ୍ଧି କରିବା ପାଇଁ ଚେଷ୍ଟା କରାଯାଉଛି।
ଆମେରିକାର ବ୍ରାଣ୍ଡଗୁଡ଼ିକୁ ବହିଷ୍କାର କରିବା ଆରମ୍ଭ -
ଆମେରିକାର ଏହି ଶୁଳ୍କ ନିଷ୍ପତ୍ତି ପରେ, ଭାରତରେ ମେଡ୍ ଇନ୍ ଇଣ୍ଡିଆ ପ୍ରତି ସମର୍ଥନର ଲହରୀ ତୀବ୍ର ହୋଇଛି। ବ୍ୟବସାୟୀ ଓ ସାଧାରଣ ଲୋକ ଉଭୟ ବିଦେଶୀ ବ୍ରାଣ୍ଡକୁ ବହିଷ୍କାର କରିବା ଏବଂ ଦେଶର ଉତ୍ପାଦ ଗୁଡ଼ିକୁ ପ୍ରାଥମିକତା ଦେବା ବିଷୟରେ କହୁଛନ୍ତି। ସୋସିଆଲ ମିଡିଆରୁ ନେଇ ରାସ୍ତା ପର୍ଯ୍ୟନ୍ତ , ମେଡ୍ ଇନ୍ ଇଣ୍ଡିଆ ପ୍ରତି ସମର୍ଥନ ବୃଦ୍ଧି ପାଉଛି।
ଭାରତ ଆମେରିକୀୟ କମ୍ପାନୀଗୁଡ଼ିକ ପାଇଁ ଏକ ବଡ଼ ଏବଂ ପ୍ରମୁଖ ବଜାର। ଏହାର ବର୍ଦ୍ଧିତ ମଧ୍ୟମ ବର୍ଗ ଓ ଧନୀ ଗ୍ରାହକମାନେ ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ ବ୍ରାଣ୍ଡଗୁଡ଼ିକୁ ପସନ୍ଦ କରି ଆସୁଛନ୍ତି। ମ୍ୟାକଡୋନାଲ୍ଡସ୍, କୋକା-କୋଲା, ଆମାଜନ, ଆପଲ୍ ଭଳି ନାମଗୁଡ଼ିକ ଭାରତରେ ଦୈନନ୍ଦିନ ଜୀବନର ଏକ ଅଂଶ। ଭାରତ ମଧ୍ୟ ହ୍ୱାଟ୍ସଆପର ସର୍ବାଧିକ ବ୍ୟବହାରକାରୀ ଦେଶ, ଯେତେବେଳେ କି ଡୋମିନୋଜ୍ରେ ସର୍ବାଧିକ ରେଷ୍ଟୁରାଣ୍ଟ ଏଠାରେ ଅଛି। ଏପରି ପରିସ୍ଥିତିରେ, ଯଦି ଭାରତରେ ଆମେରିକୀୟ ବ୍ରାଣ୍ଡଗୁଡ଼ିକର ବୟକଟ ତୀବ୍ର ହୁଏ, ତେବେ ଏହା ଏହି କମ୍ପାନୀଗୁଡ଼ିକ ବଡ଼ କ୍ଷତି ସହି ପାରନ୍ତି ।
ମେଡ୍ ଇନ୍ ଇଣ୍ଡିଆର ସମର୍ଥନରେ ବାହାରିଲେ ବ୍ୟବସାୟୀ -
ମେଡ୍ ଇନ୍ ଇଣ୍ଡିଆକୁ ସମର୍ଥନ କରିବା ପାଇଁ ଏବେ ବ୍ୟବସାୟୀଙ୍କ ସ୍ୱର ମଧ୍ୟ ଯୋଡି ହୋଇ ଯାଇଛି। ୱାଓ ସ୍କିନ୍ ସାଇନ୍ସର ସହ-ପ୍ରତିଷ୍ଠାତା ମନୀଷ ଚୌଧୁରୀ ଏକ ଭିଡିଓ ବାର୍ତ୍ତାରେ ଚାଷୀ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଉତ୍ସାହିତ କରି କହିଛନ୍ତି ଯେ, ଏବେ ସାରା ବିଶ୍ୱରେ ମେଡ୍ ଇନ୍ ଇଣ୍ଡିଆକୁ ପ୍ରସିଦ୍ଧ କରିବାର ସମୟ ଆସି ଯାଇଛି। ସେ ଏକ ଉଦାହରଣ ଦେଇ କହିଛନ୍ତି - ଯେପରି ଦକ୍ଷିଣ କୋରିଆର ଖାଦ୍ୟ ଏବଂ ସୌନ୍ଦର୍ଯ୍ୟ ଉତ୍ପାଦ ଗୁଡ଼ିକ ସାରା ବିଶ୍ୱରେ ନିଜର ଏକ ନାଆଁ ତିଆରି କରିଛି, ସେହିପରି ଭାରତୀୟ ବ୍ରାଣ୍ଡଗୁଡ଼ିକ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଉଚିତ।
ଡ୍ରାଇଭୟୁର ସିଇଓ ରହମ ଶାସ୍ତ୍ରୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ , ଭାରତକୁ ମଧ୍ୟ ଚୀନ ପରି ନିଜସ୍ୱ ସୋସିଆଲ ମିଡିଆ ଏବଂ ଟେକ୍ ପ୍ଲାଟଫର୍ମ ବିକଶିତ କରିବା ଉଚିତ, ଯାହା ଦ୍ଵାରା ଟ୍ୱିଟର, ଗୁଗୁଲ, ୟୁଟ୍ୟୁବ୍ ଏବଂ ହ୍ୱାଟ୍ସଆପ୍ ଭଳି ବିଦେଶୀ ସେବା ଉପରେ ଆମର ନିର୍ଭରଶୀଳତା ହ୍ରାସ ପାଇ ପାରିବ।
ଗତ ଦିନରେ ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି କମ୍ପାନୀର ନାଁ ନନେଇ କହିଥିଲେ ଯେ, ଭାରତୀୟ ଟେକ୍ କମ୍ପାନୀ ଗୁଡ଼ିକ ଦୁନିଆ ପାଇଁ ପ୍ରଡକ୍ଟ ତିଆରି କରେ। ହେଲେ ଏବେ ସମୟ ଆସି ଯାଇଛି ଯେ, ଦେଶର ଆବଶ୍ୟକତାକୁ ସବୁଠୁ ଉପରେ ରଖାଯାଉ।
ସୋସିଆଲ ମିଡ଼ିଆରେ ସ୍ୱେଦେଶୀ ଜାଗରଣ ମଞ୍ଚ ପକ୍ଷରୁ ବିଦେଶୀ ଫୁଡ୍ ଚେନ୍ର ବହିଷ୍କାର କରନ୍ତୁ, ନାମକ ଏକ ଗ୍ରାଫିକ୍ ଖୁବ୍ ସେୟାର ହେଉଛି। ଯେଉଁଥିରେ ମ୍ୟାକଡୋନାଲ୍ଡସ ସମେତ ଅନେକ ରେଷ୍ଟୁରାଣ୍ଟ ବ୍ରାଣ୍ଡସର ଲୋଗୋ ଦେଖା ଯାଇଛି।