ନୁଆଦିଲ୍ଲୀ: ନଥିଂ ସ୍ମାର୍ଟଫୋନ ପ୍ରଥମ ଥର ଏହା ଫ୍ଲାଗ୍ସିପ୍ ସ୍ମାର୍ଟଫୋନ୍ ଲଞ୍ଚ କରିଛି। ମଙ୍ଗଳବାର ୟୁକେର ଏକ ଇଭେଣ୍ଟର ନଥିଂ ଫୋନ୍ ୩ ଲଞ୍ଚ କରିଛି କମ୍ପାନୀ। ସ୍ମାର୍ଟଫୋନ୍ରେ ବ୍ୟାକ୍ରେ ନୂଆ ଗ୍ଲିଫ୍ ମାଟ୍ରିକ୍ସ ମାଇକ୍ରୋ ଡିସ୍ ପ୍ଲେ ରହିଛି। ପ୍ରିମିୟମ ମାଟେରିଆଲ ସହ ଜ୍ୟାମୋଟ୍ରିକ୍ସ ଡିଜାଇନ୍ ଦିଆଯାଇଛି।
ସ୍ମାର୍ଟଫୋନ୍ରେ ସ୍ନପାଡ୍ରାଗନ ୮ଏସ ଜେନ୪( Snapdragon 8s Gen 4) ପ୍ରୋସେସର ଦିଆଯାଇଥିବା ବେଳେ ଇମେଜ୍ ପ୍ରୋସେସିଂ, ଏଆଇ ଏବଂ ଗେମିଂ ଭଳି ଫ୍ଲାଗ୍ସିପ୍ ଫିଚର୍ସ ରହିଛି। କ୍ୟାମେରାରେ ବି ଅପ୍ଗ୍ରେଡ୍ କରିଛି କମ୍ପାନୀ। ଏଥର କ୍ୟାମେରାରେ ଫ୍ଲିପ୍ ଟୁ ରିକର୍ଡ ଅପସନ ଦିଆଯାଇଛି।
ନଥିଂ ଫୋନ୍ (3) ବ୍ଲାକ୍ ଏବଂ ହ୍ୱାଇଟ୍ କଲର ଅପସନ ସହ ମାତ୍ର ଦୁଇଟି ଭ୍ୟାରିଏଣ୍ଟରେ ଲଞ୍ଚ ହୋଇଛି। ଗୋଟିଏ ୧୨ଜିବି + ୨୫୬ଜିବି ଓ ୧୬ଜିବି + ୫୧୨ଜିବି ରହିଛି। ସ୍ମାର୍ଟଫୋନ୍ ଲଞ୍ଚ୍ ମୂଲ୍ୟ ଯଥାକ୍ରମେ ୭୯,୯୯୯ ଟଙ୍କା ଏବଂ ୮୯,୯୯୯ ଟଙ୍କା ରଖାଯାଇଛି।
ବ୍ୟାଙ୍କ ଏବଂ ଏକ୍ସଚେଞ୍ଜ ଅଫର ପରେ, ଉଭୟ ଭାରିଆଣ୍ଟର ମୂଲ୍ୟ ଯଥାକ୍ରମେ ୬୨,୯୯୯ ଏବଂ ୭୨,୯୯୯ କୁ କମିଯିବ। Nothing Phone (3) ଜୁଲାଇ ୧୫ ରୁ ଫ୍ଲିପକାର୍ଟ, ଫ୍ଲିପକାର୍ଟ ମିନିଟ,ସମେତ ରିଟେଲ୍ ଷ୍ଟୋର ମାଧ୍ୟମରେ ବିକ୍ରି ଆରମ୍ଭ ହେବ।
କ୍ୟାମେରା କଥା ଦେଖିଲେ ଏଥିରେ ୫୦ ମେଗାପିକ୍ସେଲ୍ର ୩ ଟି କ୍ୟାମେରା ମିଳିବ। ଟେଲିଫୋଟ, ପେରିସ୍କୋପ ଓ ୱାଇଡ୍ ଆଙ୍ଗଲ କ୍ୟାମେରା ଦିଆଯାଇଛି। ସବୁ ଲେନ୍ସରେ ଓଆଇଏସ୍ ସହ । 4K at 60fps ରେକର୍ଡ ହୋଇପାରିଭ। ୱାଟର ଓ ଡଷ୍ଟ ରେଜିଷ୍ଟାନ୍ସ ପାଇଁ IP68 ରେଟିଂ ରହିଛି। ଫୋନ୍-୩ରେ ୬.୬୭ ଇଞ୍ଚର ଡିସ୍ପ୍ଲେ ଦିଆଯାଇଥିବା ବେଳେ କର୍ଣ୍ଣିଂ ଗରିଲା ଗ୍ଲାସ୍ 7iର ପ୍ରୋଟେକ୍ସନ ରହିଛି। ସେହିପରି ରିୟର ସାଇଟ୍ରେ ଗରିଲା ଗ୍ଲାସ୍ ଭିକ୍ଟସ୍ ପ୍ରୋଟେକ୍ସନ ଦିଆଯାଇଛି
୫.୫୦୦ mAh ବ୍ୟାଟେରୀ 65W ୱାର୍ଡ ଚାର୍ଡର ଏବଂ ୧୫ ୱାର୍ଟର ୱାୟରଲେସ ଚାର୍ଜିଂ ଫେସିଲିଟି ଦିଆଯାଇଛି। ଆଣ୍ଡ୍ରଏଡ୍ -୧୫ରେ ଚାଲିବାକୁ ଥିବା ଏହି ସ୍ମାର୍ଟଫୋନ୍ରେ ୫ ବର୍ଷ ମେଜର ଅପଡେଟ୍ ଓ ୭ ବର୍ଷର ସିକ୍ୟୁରିଟି ଅପଡେଟ୍ ମିଳିବ।