ନୂଆଦିଲ୍ଲୀ: ଜଣେ ମଧ୍ୟମ ପରିବାର ପିଲାଟିର ଆକାଉଣ୍ଟକୁ ଚାଲିଆସିଲା ଏତେ ଟଙ୍କା, ତାହାକୁ ଗଣିବା କଷ୍ଟକର। ପରିମାଣ ଏତେ ଯେ… ଆକାଉଣ୍ଟ ବାଲାନ୍ସ ୩୭ ଅଙ୍କ ଅଛି। ବୁଝିପାରୁଛନ୍ତି ତ… ରାତାରାତି ଅମ୍ବାନୀ ଠାରୁ ବି ଧନୀ ହୋଇଗଲେ ନୋଏଡାର ଜଣେ ୨୦ ବର୍ଷୀୟ ବାଳକ ଦୀପକ। ଖବର ଭାଇରାଲ ହେବା ପରେ ଏବେ ଲୋକେ କହୁଛନ୍ତି ଏହି ପିଲାଟି ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କଠାରୁ ମଧ୍ୟ ବଡ଼ ବ୍ୟବସାୟୀ ହୋଇଗଲାଣି। ₹10,01,35,60,00,00,00,00,00,00,01,00,23,56,00,00,00,00,00,299 ତାଙ୍କ ଆକାଉଣ୍ଟକୁ ଆସିଛି। ଏହି ଖବର ପ୍ରସାରିତ ହେବା ମାତ୍ରେ ଦୀପକଙ୍କ ସମ୍ପର୍କୀୟ, ବନ୍ଧୁ ଏବଂ ପଡ଼ୋଶୀଙ୍କଠାରୁ ଫୋନ୍ ଆସିବା ଆରମ୍ଭ ହେଲା। ଏତେ ଲୋକଙ୍କ ଫୋନ୍ ଶୁଣି ଦୀପକ ବିରକ୍ତ ହୋଇଗଲେ ଏବଂ ସେ ତାଙ୍କ ଫୋନ୍ ବନ୍ଦ କରିଦେଲେ।
ସଚିନ ଗୁପ୍ତା ନାମକ ଜଣେ ସାମ୍ବାଦିକ ଏ ବିଷୟରେ ଟ୍ୱିଟ୍ କରିଥିଲେ। ସେ କହିଛନ୍ତି ଯେ ଏହି ଟଙ୍କା ୨୦ ବର୍ଷୀୟ ଦୀପକଙ୍କ କୋଟାକ୍ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି। ସେ କହିଛନ୍ତି ଯେ ଏହି ପରିମାଣ ପ୍ରାୟ ୧ ବିଲିୟନ ୧୩ ଲକ୍ଷ ୫୬ ହଜାର କୋଟି ଟଙ୍କା। ସଚିନ ଗୁପ୍ତା ଟ୍ୱିଟ୍ରେ ଲେଖିଛନ୍ତି, "ମୋର ଗଣିତ ଟିକେ ଦୁର୍ବଳ। ଅନ୍ୟମାନେ ଗୁଣନ ଏବଂ ଭାଗ କରିପାରିବେ। ବର୍ତ୍ତମାନ ଆୟକର ବିଭାଗ ଏହାର ତଦନ୍ତ କରୁଛି। ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଛି।"
ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଆକାଉଣ୍ଟ ଦୀପକଙ୍କ ମାଆ ଗାୟତ୍ରୀ ଦେବୀଙ୍କର ଥିଲା, ଯାହାଙ୍କର ଦୁଇ ମାସ ପୂର୍ବରୁ ମୃତ୍ୟୁ ହୋଇଥିଲା। ଦୀପକ ଏହି ଆକାଉଣ୍ଟ ଚଳାଉଥିଲେ। ଅଗଷ୍ଟ ୩ ରାତିରେ, ଦୀପକ ଏକ ମେସେଜ୍ ପାଇଲେ। ମେସେଜ ରେ ଦେଖାଗଲା ଯେ ତାଙ୍କ ଆକାଉଣ୍ଟରେ ୧.୧୩ ଲକ୍ଷ କୋଟି ଜମା ହୋଇଛି।
ଏହା ଦୀପକଙ୍କୁ ଭୟଭୀତ କରିଦେଲା। ସେ ତାଙ୍କ ବନ୍ଧୁମାନଙ୍କୁ ମେସେଜ୍ ଦେଖାଇ ଶୂନ ଗଣିବାକୁ କହିଲେ। ତା’ପରେ ପରଦିନ ସକାଳେ ଦୀପକ ବ୍ୟାଙ୍କକୁ ଗଲେ। ସେ ଜାଣିବାକୁ ଚାହିଁଲେ ଯେ ତାଙ୍କ ଆକାଉଣ୍ଟରେ ପ୍ରକୃତରେ ଏତେ ଟଙ୍କା ଅଛି କି? ତାଙ୍କ ଆକାଉଣ୍ଟରେ ପ୍ରକୃତରେ ଏତେ ଟଙ୍କା ଅଛି ବୋଲି ବ୍ୟାଙ୍କ ଅଧିକାରୀମାନେ ସ୍ପଷ୍ଟ କରିଥିଲେ। କିନ୍ତୁ ଏତେ ଟଙ୍କା ଜମା ସନ୍ଦେହ ସୃଷ୍ଟି କରୁଥିବାରୁ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି। ବ୍ୟାଙ୍କ ତୁରନ୍ତ ଆୟକର ବିଭାଗକୁ ଏ ବିଷୟରେ ଜଣାଇଲା। ବିଭାଗ ଏବେ ଏହି ଘଟଣାର ତଦନ୍ତ କରୁଛି।
ଅଧିକାରୀମାନେ ତଦନ୍ତ କରୁଛନ୍ତି ଯେ ଏହା ଏକ ଯାନ୍ତ୍ରିକ ତ୍ରୁଟି ଥିଲା କି ବ୍ୟାଙ୍କର ଦୋଷ ଥିଲା କି ଏହା ଟଙ୍କା ଆତ୍ମସାତ ମାମଲା। ସେମାନେ କହିଛନ୍ତି ଯେ ତଦନ୍ତ ପରେ ହିଁ ପ୍ରକୃତ କଥା ଜଣାପଡିବ। ଅନେକ ଲୋକ ଏହାକୁ ବିଶ୍ୱାସ କରୁନାହାଁନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, "ଏହା ସମ୍ଭବ ନୁହେଁ। ଏହା କେବଳ ବ୍ୟାଙ୍କର ସଫ୍ଟୱେରରେ ଏକ ଭୁଲ କିମ୍ବା ମାନୁଆଲ୍ ଏଣ୍ଟ୍ରିରେ ଏକ ଭୁଲ।"
ଅନ୍ୟ ଜଣେ ୟୁଜର୍ସ କହିଛନ୍ତି ଯେ ଜଣେ ୨୦ ବର୍ଷର ପୁଅ ଏବେ ଅମ୍ବାନୀଙ୍କଠାରୁ ଅଧିକ ଧନୀ। ଜଣେ ବ୍ୟକ୍ତି ପରିମାଣ ଗଣିବାକୁ ଚେଷ୍ଟା ମଧ୍ୟ କରିଥିଲେ। ସେ କହିଥିଲେ, " ୧୦୦ କ୍ୱିଣ୍ଟିଲିୟନ ୧୩୫ କ୍ୱାଡ୍ରିଲିୟନ ୬୦୦ ଟ୍ରିଲିୟନ ୧୦ ନିୟୁତ ୨୩ ହଜାର"।