ଓ୍ଵାଙ୍ଖେଡ଼େରେ ଛକା-ଚୌକା ବର୍ଷା; ଇତିହାସ ରଚିଲା ଓ୍ଵେଷ୍ଟଇଣ୍ଡିଜ, ବିଶ୍ଵ ରେକର୍ଡରୁ ଅଳ୍ପକେ ବର୍ତ୍ତିଲା

NEWS7
no-plastic-awareness-programme-by-student-in-chandabali

ମୁମ୍ବାଇ: ଓ୍ଵାଙ୍ଖେଡ଼େ ଷ୍ଟାଡିୟମର ଛକା ଓ ଚୌକା ବର୍ଷା। ଓ୍ଵେଷ୍ଟଇଣ୍ଡିଜ ବ୍ୟାଟରଙ୍କ ଧୂଆଁଧାର ବ୍ୟାଟିଂ । ଚଳିତ ବିଶ୍ଵକପରେ ସବୁଠୁ ବଡ଼ ସ୍କୋର ତଥା ଟି-୨୦ ବିଶ୍ଵକପ୍ ଇତିହାସରେ ଦ୍ଵିତୀୟ ସର୍ବାଧିକ ସ୍କୋର କରିଛି ଓ୍ଵେଷ୍ଟଇଣ୍ଡିଜ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଜ ଦଳ ୫ ଓ୍ଵିକେଟ୍ ହରାଇ ୨୫୫ ରନର ବିଶାଳ ସ୍କୋର କରିଛି। ସିମରନ ହେଟମାୟର ୮୫ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ରୋଭମ୍ୟାନ ପାଓ୍ଵେଲ ୫୯ ରନ କରିଛନ୍ତି। ଶେରଫେନ ରଦରଫୋର୍ଡ ୧୩ ବଲରୁ ଅପରାଜିତ ୩୧ ରନ କରିଥିଲେ। ଜିମ୍ଵାଓ୍ଵେ ସମ୍ମୁଖରେ ରହିଛି ୨୫୫ ରନର ବିଶାଳ ବିଜୟ ଲକ୍ଷ୍ୟ।

ଟି-୨୦ ବିଶ୍ୱକପ୍ ଇତିହାସରେ ଶ୍ରୀଲଙ୍କା ସର୍ବାଧିକ ସ୍କୋରର ରେକର୍ଡ ରଖିଛି। ୨୦୦୭ରେ ଶ୍ରୀଲଙ୍କା ୨୦ ଓଭରରେ ୨୬୦ ରନ୍ କରିଥିଲା। ଏବେ ୱେଷ୍ଟଇଣ୍ଡିଜ୍ ଏହି ରେକର୍ଡ ତାଲିକାରେ ଦ୍ଵିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ତଥାପି, ୱେଷ୍ଟଇଣ୍ଡିଜ୍ ପାଖରେ ଆଜି ଶ୍ରୀଲଙ୍କାର ରେକର୍ଡ ଭାଙ୍ଗିବାର ସୁଯୋଗ ଥିଲା, କିନ୍ତୁ ଦଳ ତାହା କରିପାରି ନାହିଁ। ୨୩୫ ରନ୍ ସହିତ ଆୟର୍ଲାଣ୍ଡ୍ ଏବେ ଏହି ରେକର୍ଡ ତାଲିକାରେ ତୃତୀୟ ସ୍ଥାନରେ ରହିଛି।

ୱେଷ୍ଟଇଣ୍ଡିଜର ରେକର୍ଡ ଇନିଂସ

ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ର ଆରମ୍ଭ ଭଲ ନଥିଲା। ଓପନର୍ ବ୍ରାଣ୍ଡନ୍ କିଙ୍ଗ ୧୨ ବଲରେ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ। ଶାଇ ହୋପ୍ ମଧ୍ୟ ମାତ୍ର ୧୪ ରନ କରି ବିଦାୟ ନେଇଥିଲେ। ଏହା ପରେ ସିମରନ ହେଟମାୟର ଏବଂ ରୋଭମାନ ପାୱେଲ୍ ଜିମ୍ବାୱେ ବୋଲରଙ୍କୁ ପ୍ରହାର କରିଥିଲେ। ହେଟମାୟର ମାତ୍ର ୨୨ ବଲ୍ ରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଟି-୨୦ ବିଶ୍ୱକପରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ୱେଷ୍ଟଇଣ୍ଡିଜ୍ ବ୍ୟାଟର ହୋଇଛନ୍ତି।

ସିମରନ୍ ହେଟମାୟର ମାତ୍ର ୩୪ ବଲରେ ୮୫ ରନ୍ କରିଥିଲେ। ଏଥିରେ ୭ ଚୌକା ଏବଂ ୭ ଛକା ସାମିଲ। ରୋଭମାନ ପାୱେଲ୍ ୩୫ ବଲ୍ରେ ୫୯ ରନ୍ କରିଥିଲେ। ଏହି ଇନିଂସରେ ସେ ୪ ଚୌକା ଏବଂ ୪ ଛକା ମାରିଥିଲେ। ରୋମାରିଓ ସେଫର୍ଡ ୧୦ ବଲରେ ୨୧ ରନ୍ କରିଥିଲେ, ଯେଉଁଥିରେ ୩ ଛକା ସାମିଲ ଥିଲା। ଜାସନ୍ ହୋଲଡର ୪ ବଲରେ ୨ ଛକା ସହ ୧୩ ରନ୍ କରି ଆଉଟ୍ ହୋଇଥିଲେ। ସେରଫନ ରଥରଫୋର୍ଡ ୧୩ ବଲ୍ରେ ୩୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଏଥିରେ ୩ ଚୌକା ଏବଂ ୨ ଛକା ସାମିଲ। ୱେଷ୍ଟଇଣ୍ଡିଜ୍ ନିଜ ଇନିଂସରେ ୧୬ ଚୌକା ଓ ୧୯ ଛକା ମାରିଥିଲା।