LIVE TV

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, କେଏଲ ରାହୁଲ ହେଲେ ଅଧିନାୟକ

NEWS7
no-indian-troops-come-may-10-not-even-in-civilian-clothing

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ପୁରୁଷ ଜାତୀୟ ଚୟନକର୍ତ୍ତା ଘୋଷଣା କରିଥିବା ୧୫ ଜଣିଆ ଦଳରେ କେଏଲ ରାହୁଲଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ଶୁଭମନ ଗିଲ୍ ଆହତ ଥିବା କାରଣରୁ ବିସିସିଆଇ ରାହୁଲଙ୍କୁ ଏହି ଗୁରୁ ଦାୟିତ୍ଵ ଦେଇଛି। ପ୍ରଥମ ଥର ଦିନିକିଆ ଦଳରେ ତିଳକ ବର୍ମାଙ୍କୁ ସାମିଲ୍ କରାଯାଇଛି। ଦୀର୍ଘ ଦିନ ପରେ ଜାତୀୟ ଦଳକୁ ଫେରିଛନ୍ତି ଋତୁରାଜ ଗାଏକ୍ଵାଡ଼।

 

ଭାରତୀୟ ଦଳ

ରୋହିତ ଶର୍ମା, ଯଶସ୍ଵୀ ଜୟସ୍ଵାଲ, ବିରାଟ କୋହଲି, ତିଳକ ବର୍ମା, କେଏଲ ରାହୁଲ(ଅଧିନାୟକ/ଓ୍ଵିକେଟ୍ କିପର), ଋଷଭ ପନ୍ତ(ଓ୍ଵିକେଟ୍ କିପର), ଓ୍ଵାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡ଼େଡ଼ା, କୁଲଦୀପ ଯାଦବ, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଋତୁରାଜ ଗାଏକ୍ଵାଡ଼, ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂ, ଧ୍ରୁବ ଜୁରେଲ।