ଭୁବନେଶ୍ୱର: ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସରକାରୀ ଛୁଟି ଦିନରେ ବି ଛୁଟି ନେଇପାରିବେ ନାହିଁ କର୍ମଚାରୀ। ବିଭାଗୀୟ ମୁଖ୍ୟାଳୟ ତଥା ହେଡକ୍ୱାଟର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଛୁଟି ନେଇପାରିବେ। ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ସରକାରୀ ସ୍ତରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି।
ପ୍ରକାଶଥାଉକି ବୁଧବାର ଅର୍ଥାତ ୧୨ ତାରିଖରେ ରାଜ୍ୟରେ ଶପଥ ଗ୍ରହଣ ସମାରୋହ ସହ ମନ୍ତ୍ରିମଣ୍ଡଳ ଗଠନ କରାଯିବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗରେ କାଯ୍ୟ ଅଧିକ ରହିବ।