LIVE TV

ବିହାରରେ ଏଥର କେହି ଛୋଟ ବଡ଼ ନୁହେଁ: ସମାନ ଆସନରେ ଲଢ଼ିବେ ବିଜେପି-ଜେଡିୟୁ, ମେଣ୍ଟ ନୁହେଁ ଏକା ଲଢ଼ିବ ଆପ୍

NEWS7
 bjp and jdu likely to contest equal number of seats in bihar

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସରିଛି। ଏବେ ଆସନ ବୁଝାମଣା ଅଙ୍କ କଶା ଆରମ୍ଭ ହୋଇଛି। ଶୁଣିବାକୁ ମିଳୁଛି ଏଥର ଏନ୍‌ଡିଏରେ କେହି ବଡ଼ ଭାଇ କି ଛୋଟ ଭାଇ ଭୂମିକା ନିର୍ବାହ କରିବେ ନାହିଁ। ବରଂ ସମାନ ସମାନ ଭାଗ ଛିଡ଼ିବ। ଅର୍ଥାତ୍ ବିହାର ବିଧାନସଭା ନିର୍ବାଚନରେ ଉଭୟ ବିଜେପି ଓ ଜେଡିୟୁ ସମାନ ଆସନରେ ନିର୍ବାଚନ ଲଢ଼ିବେ। ଏନେଇ ଇଣ୍ଡିଆଟୁଡେର ଖବର ପ୍ରକାଶ ପାଇଛି।

ରାଜ୍ୟରେ ମୋଟ ୨୪ ଆସନ ରହିଛି। ସେଥିମଧ୍ୟରୁ ୨୦୫ ଆସନରେ ବିଜେପି-ଜେଡିୟୁ ପ୍ରାର୍ଥୀ ଦେବେ। ବିଜେପି ୧୦୫ ଆସନରେ ପ୍ରର୍ଥୀ ଦେଇପାରେ ଓ ଆରଜେଡି ୧୦୨ ଜଣ ପ୍ରାର୍ଥୀ ଦେବ ବୋଲି ଅନୁମାନ କରାଯାଉଛି ବାକି ୩୫ ବାକି ଆସନ ଅନ୍ୟ ସହଯୋଗୀ ଦଳଙ୍କ ମଧ୍ୟରେ ବଣ୍ଟାଯିବ। ବିହାରରେ ଏନଡିଏ ସହିତ ବର୍ତ୍ତମାନ ଲୋକଜନଶକ୍ତି ପାର୍ଟି(ଏଲଜେପି), ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା(ଏଚଏମ) ଏବଂ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି(ଆରଏଲଏମ)

ତେବେ ରିପୋର୍ଟ ଅନୁଯାୟୀ ବିଜେପି ଏଲଜେପି ମୁଖ୍ୟ ଚିରାଗ ପାସୱାନଙ୍କୁ ୨୫ଟି ଆସନ, ଏଚ୍ଏଏମ୍ ନେତା ଜିତନ ରାମ ମାଞ୍ଝିଙ୍କୁ ଟି ଆସନ ଏବଂ ଉପେନ୍ଦ୍ର କୁଶୱାହାଙ୍କ ଆରଏଲଏମକୁ ଟି ଆସନ ପ୍ରଦାନ କରିଛି। ଚିରାଗ ପାସୱାନଙ୍କ ସହ ଆଲୋଚନା ଜାରି ରହିଥିବା କୁହାଯାଉଛିଏଲଜେପି ନେତା ତାଙ୍କ ଦଳର ନେତାଙ୍କ ପାଇଁ ପସନ୍ଦର ନିର୍ବାଚନମଣ୍ଡଳୀ ଖୋଜୁଛନ୍ତି। ଯଦି ପାସୱାନଙ୍କ ଆସନ ଭାଗ ବୃଦ୍ଧି ପାଏ, ତେବେ ମାଞ୍ଝି ଏବଂ କୁଶୱାହାଙ୍କ ଭାଗରେ କମ ଆସନ ପଡ଼ିପାରେ। ମିଳିଥିବା ସୂଚନା ଅନୁସାରେ, ଯଦି ଏନ୍‌ଡିଏର ଛୋଟ ସହଯୋଗୀମାନଙ୍କ ଆସନ ଅଂଶ କମିଯାଏ ତେବେ ବିଜେପି ସେମାନଙ୍କୁ ରାଜ୍ୟସଭା ଏବଂ ବିଧାନସଭା ପରିଷଦ ଆସନ ପ୍ରଦାନ କରି କ୍ଷତିପୂରଣ ଭରିପାରେ।

ସୂଚନା ଥାଉକି, ଭାରତୀୟ ନିର୍ବାଚନ କମିଶନ ସୋମବାର(୬ ଅକ୍ଟୋବର ୨୫) ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଓ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ନଭେମ୍ବର ଏବଂ ଦ୍ୱିତୀୟ ପର୍ଯ୍ୟା ନଭେମ୍ବର ୧୧ରେ ହେବ। ଏବଂ ୩ ଦିନ ପରେ ଅର୍ଥାତ୍ ୧୪ ତାରିଖ ଦିନ ଫଳାଫଳ ଘୋଷଣା କରାଯିବ। ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି

ରାଜ୍ୟର ମୋଟ ୭.୪ କୋଟିରୁ ଅଧିକ ଭୋଟର ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ। ସେଥିମଧ୍ୟରୁ ୧୪ ଲକ୍ଷ ନୂଆ ଭୋଟର ପ୍ରଥମ ଥର ପାଇଁ ସେମାନଙ୍କର ନେତା ବାଛିବାକୁ ସୁଯୋଗ ପାଇବେ। ପ୍ରଥମ ପର୍ଯ୍ୟାୟରେ ଗ୍ରାମୀଣ ଏବଂ ବନ୍ୟାପ୍ରବଣ ଅଞ୍ଚଳ ସମେତ କେନ୍ଦ୍ରୀୟ ବିହାରର ୧୨୧ଟି ନିର୍ବାଚନମଣ୍ଡଳୀ ଭୋଟଗ୍ରହଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟତଃ ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଥିବା ୧୨୨ଟି ନିର୍ବାଚନମଣ୍ଡଳୀ ଭୋଟ ପଡ଼ିବ

ରାଜ୍ୟରେ ଏନ୍‌ଡିଏକୁ ଟକ୍କର ଦେବାକ ମହାମେଣ୍ଟ ମଧ୍ୟ ସଜବାଜ ହୋଇଛି। ଏଥିରେ ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡ଼ିକ ସାଂଗ ହୋଇ ଲଢ଼ିବେ। ହେଲେ ଆମ ଆଦମୀ ପାର୍ଟି (ଆପ) ପଞ୍ଜାବ ଭଳି ବିହାରରେ ବି ଏକାକୀ ଦମ ଦେଖାଇବାକୁ ଚେଷ୍ଟା କରିବ। ଦଳ ସମସ୍ତ ୨୪୩ ଆସନରେ ନିର୍ବାଚନ ଲଢ଼ିବ।