ଜୁନ୍ ୭ରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା, ୩୧୪ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ

NEWS7
nishad-kumar-creates-history-in-paris-paralympics-2024

କଟକ, ୩୧/୧୨ (ଇମିସ): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍)-୨୦୨୫ ପରୀକ୍ଷା ପାଇଁ ଆବେଦନ ଆହ୍ୱାନ କରିଛି ଓଡ଼ିଶା ଲୋକସେବା ଆୟୋଗ । ମୋଟ ୩୧୪ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ବେଳେ ଏଥିରେ ୧୦୪ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏଥିରୁ ଓଡ଼ିଶା ପୁଲିସ ସେବା ପାଇଁ ୧୨ଟି ପଦ ଖାଲିଥିବା ବେଳେ ଓଡ଼ିଶା ଟ୍ୟାକ୍ସେସନ୍ ଆଣ୍ଡ ଆକାଉଣ୍ଟସ୍ ସର୍ଭିସ୍ରେ ୧୭୬, ଓଡ଼ିଶା ସମବାୟ ସେବାରେ ୪, ଓଡ଼ିଶା ସ୍କୁଲ୍ ଡେଭଲପ୍ମେଣ୍ଟ ଆଣ୍ଡ ଏମ୍ପୁଏମେଣ୍ଟ ସର୍ଭିସ୍ରେ ୧୦, ଓଡ଼ିଶା ଲେବର୍ ସର୍ଭିସ୍ରେ ୯୮, ଓଡ଼ିଶା ଅବକାରୀ ସେବାରେ ୬, ଓଡ଼ିଶା ପର୍ଯ୍ୟଟନ ସେବାରେ ୮ଟି ପଦ ପାଇଁ ଆବେଦନ ଆହ୍ୱାନ କରାଯାଇଛି ।

ବିଜ୍ଞପ୍ତି ପ୍ରକାଶନ ତାରିଖ                                   ୩୧ ଜାନୁଆରୀ ୨୦98

ଅନଲାଇନରେ ଆବେଦନ ଆରମ୍ଭ                        ୨୦ ଜାନୁଆରୀ ୨୦୨୬

ଅନଲାଇନରେ ଆବେଦନ କରିବାର ଶେଷ ତାରିଖ      ୨୦ ଫେବ୍ରୁଆରୀ ୨୦୨୬ (ସନ୍ଧ୍ୟା ୫ଟା)

ପଞ୍ଜିକୃତ ଅନଲାଇନ୍ ଆବେଦନ ଦାଖଲ                  ୨୭ ଫେବ୍ରୁଆରୀ ୨୦୨୬ (ସନ୍ଧ୍ୟା ୫ଟା)

ପ୍ରିଲିମ୍ସ ପରୀକ୍ଷା                                              ୭ ଜୁନ୍ ୨୦୨୬ (ରବିବାର)

ଆଗ୍ରହୀ ପ୍ରାର୍ଥୀମାନେ ଜାନୁଆରୀ ୨୦ରୁ ଫେବ୍ରୁଆରୀ ୨୭ ମଧ୍ୟରେ ଓପିଏସସି ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ । ତେବେ ଫେବ୍ରୁଆରି ୨୦ ପରୀକ୍ଷା ଫି’ ଦାଖଲ କରିବାର ଶେଷ ସମୟ ଧାର୍ଯ୍ୟ କରାଯାଇଛି । ଏସସି, ଏସ୍ଟି, ଭିନ୍ନକ୍ଷମ ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ବର୍ଗ ପାଇଁ ୭୦୦ ଟଙ୍କା ପରୀକ୍ଷା ଫି’ ଧାର୍ଯ୍ୟ ହୋଇଛି । ପ୍ରିଲିମିନାରି ପରୀକ୍ଷାର ଦୁଇଟି ପେପର୍ର ପରୀକ୍ଷା ଦେଇଥିବେ ସେମାନଙ୍କୁ ପରବର୍ତ୍ତୀ ସମୟରେ ପରୀକ୍ଷା ଫି’ ଫେରସ୍ତ କରାଯିବ । ଆସନ୍ତା ଜୁନ ୭ରେ ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହେବ ।