୧୦ ଦିନ ହେଲା ଥିଲେ ନିଖୋଜ, ମାଟି ତଳୁ ମିଳିଲା ମୃତଦେହ

NEWS7
nirbhaya-culprits-terrified-after-death-warrant-cant-sleep-in-night

ତେଲକୋଇ ୨୮।୧୨: ମାଟି ତଳେ ପୋତା ହୋଇଛି ମୃତଦେହ । ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମାଟି ତଳେ ପୋତା ହୋଇଛି । କିଏ ପୋତିଲା ମୃତଦେହ ତାକୁ ନେଇ ଚାଲିଛି ତନାଘନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଗତ ୧୮ ତାରିଖରେ ଗୁଳାପଡାର ପ୍ରକାଶ ମହାନ୍ତି ନିଖୋଜ ହୋଇଥିଲେ । ଏ ନେଇ ପରିବାର ପକ୍ଷରୁ ବିନିକା ଥାନାରେ ମାମଲା ରୁଜୁ ହୋଇଥିଲା l ତେବେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମାଟି ତଳେ ପୋତାଯାଇଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ସ୍ଥାନୀୟ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ମାଟି ତଳୁ ଉଦ୍ଧାର କରିଛି ପୋଲିସ ।

ତେବେ କେହି ଦୁର୍ବୃତ୍ତ ସେହି ବ୍ୟକ୍ତିଙ୍କୁ ହତ୍ୟା କରି ଘଟଣାକୁ ଲୁଚାଇବାକୁ ମୃତଦେହ ପୋତି ଦେଇଥିବା କୁହାଯାଉଛି । ପୋଲିସ ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ।