NIA ହାତରେ ଲାଗିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ; ପହଲଗାମ ଆକ୍ରମଣକାରୀ ଆତଙ୍କୀଙ୍କୁ ତ୍ରାହି ନାହିଁ

Published By : Prameya-News7 Bureau | April 27, 2025 IST

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଯାଞ୍ଚକୁ ନିଜ ହାତକୁ ନେଇଛି ଆଣ୍ଟି ଟେରର ବଡି, ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି । କେନ୍ଦ୍ର ଗୃହ ମନ୍ତ୍ରାଳୟର ଆଦେଶ ପରେ ଏନଆଇଏ ଔପାଚାରିକ ଭାବେ ଯାଞ୍ଚ ଆରମ୍ଭ କରିଦେଇଛି । ପ୍ରାରମ୍ଭିକ ତଦନ୍ତରୁ ଯାଞ୍ଚ ଏଜେନ୍ସି ହାତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି । 

ସୂଚନା ଅନୁଯାୟୀୟ, ଗତ ମଙ୍ଗଳବାର ପହଲଗାମ ଆତଙ୍କବାଦୀ ହମଲାରେ ୨୬ ନୀରିହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି । ଏହି ଆଟକ୍ ପରେ ବୁଧବାର ଏନଆଇଏ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିବାରେ ଲାଗିପଡ଼ିଛି । ଆତଙ୍କୀ ହମଲାର ମୁଖ୍ୟ ପ୍ରତ୍ୟକ୍ଷଦର୍ଶି ମଧ୍ୟ ସାମ୍ନାକୁ ଆସିଛି । ସାକ୍ଷୀ ଜଣକ ସ୍ଥାନୀୟ ଫଟୋଗ୍ରାଫର ବୋଲି ଜଣାପଡ଼ିଛି । ପର୍ଯ୍ୟଟକଙ୍କୁ ଆକ୍ରମଣ ବେଳେ ଫଟୋଗ୍ରାଫର ଏକ ଗଛରେ ଚଢ଼ି ପୂରା ଘଟଣାକୁ ରେକଡିଂ କରିଥିଲେ । ଯାଞ୍ଚ ଏଜେନ୍ସି ଅନୁଯାୟୀ, ଫଟୋଗ୍ରାଫରଙ୍କ କ୍ୟାମେରାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ।  

କ୍ୟାମେରାରେ ହୋଇଥିବା ଭିଡିଓ  ରେକର୍ଡିଂ ଅନୁସାରେ, ୨ଜଣ ଆତଙ୍କୀ ଏକ ଦୋକାନ ପଛରେ ଲୁଚି ରହିଥିଲେ । ଏମାନେ ପ୍ରଥମେ ବାହାରକୁ ଆସି ପର୍ଯ୍ୟଟକଙ୍କୁ କମଲା ପଢ଼ିବାକୁ କହିଥିଲେ । ପରେ ୪ଜଣଙ୍କୁ ଗୁଳିମାଡ଼ କରିଥିଲେ । ସେମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଫଳରେ ପହଲଗାମର ବୈସରଣ ଭ୍ୟାଲିରେ ଭୟର ବାତାବରଣ ଖେଳିଯାଇଥିଲା । ଲୋକମାନେ ଏଣେ ତେଣେ ଧାଇଁବାକୁ ଲାଗିଥିଲେ ।  ଏହି ସମୟରେ ଅନ୍ୟ ଆତଙ୍କବାଦୀମାନେ ଜିପ୍ ଲାଇନରୁ ବାହାରକୁ ଆସି ଅଖିବୁଜା ଗୁଳିମାଡ଼ କରିଥିଲେ । 

ଆଣ୍ଟି ଟେରର ବଡିର ବରିଷ୍ଠ ଅଧିକାରୀଙ୍କ ସାମ୍ନାରେ ଏନଆଇଏ ଟିମ୍ ପ୍ରତ୍ୟକ୍ଷଦର୍ଶିଙ୍କୁ ପଚରାଉଚରା କରୁଛି । ବୈସରଣ ଘାଟିରେ ଏହି ହମଲାକୁ କାଶ୍ମୀରରେ ସବୁଠାରୁ ବଡ଼ ଆତଙ୍କବାଦୀ ହମଲା ବୋଲି କୁହାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.