LIVE TV

୧୫୦ ଗ୍ରାମ ବ୍ରାଉନସୁଗାର ଜବତ, ୩ ଅଭିଯୁକ୍ତ ଗିରଫ

NEWS7
newborn-girl-rescued-from-bamboo-bush-in-jajpur

ଖୋର୍ଦ୍ଧା ୧୧: ପୁଣି ଜବତ ହେଲା ବିପୁଳ ପରିମାଣର ଧଳାଜହର ।  ଅଭିଯୁକ୍ତ ଗିରଫ । ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ବାଟମଙ୍ଗଳା ରାସ୍ତାରୁ ପୋଲିସ ୧୫୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ନଗଦ ୩୪ ହଜାର ଟଙ୍କା ଜବତ କରି ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ମାନେ ଖୋର୍ଦ୍ଧା ସହରାଞ୍ଚଳର ବୋଲି ଜଣାପଡିଛି । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି ।

ବାଟମଙ୍ଗଳା ରୋଡ୍‌ରେ ବ୍ରାଉନସୁଗାର ଡିଲ୍ ଚାଲିଥିବା ଖବର ପାଇ ଟିମ୍ ଚଢଉ କରିଥିଲା । ଖୋର୍ଦ୍ଧାକୁ ନିଶାମୁକ୍ତି ଅଭିଯାନ ଜାରି ରହିଛି ବୋଲି ସଦର ଏସଡିପିଓ ନିହାର ରଞ୍ଜନ ପ୍ରଧାନ ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।