LIVE TV

ପୀତବାସ ପଣ୍ଡା ହତ୍ୟା ମାମଲା , ୩ ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ୍

NEWS7
new-motor-vehicle-law-2019

ବ୍ରହ୍ମପୁର ୧୭।୧୧ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ସୋମବାର ତିନି ଅଭିଯୁକ୍ତଙ୍କୁ ହେବ ଟିଆଇ ପରେଡ୍ । ସୋମବାର ଚିଣ୍ଟୁ, ଯୋଗୀ ଓ କୁରୁପତି ଭୂୟାଁଙ୍କର ଟିଆଇ ପରେଡ୍ କରିବ ପୋଲିସ । ପୂର୍ବରୁ ୫ ଅଭିଯୁକ୍ତଙ୍କର ହୋଇସାରିଛି ଟିଆଇ ପରେଡ।

ସୂଚନା ଥାଉକି, ପୀତବାସ ହତ୍ୟା ମାମଲାରେ ବୈଦ୍ୟନାଥପୁର ଥାନା ପୋଲିସ ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ୧୬ ଜଣଙ୍କ ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାଶ, ବିଜେଡି ନେତା ମଦନ ଦଳେଇ, କର୍ପୋରେଟର ମଳୟ ବିଷୋୟୀ ରହିଛନ୍ତି । ଗତ କୁମାର ପୂର୍ଣ୍ଣମୀ ରାତିରେ ପୀତବାସଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ ଏମାନେ । ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ଏକ ବାଇକରେ ବୈକୁଣ୍ଠନଗର ଅଞ୍ଚଳକୁ ଯାଇ ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ। ଏନେଇ ବୈଦ୍ୟନାଥପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ଶନିବାର କୁରୁପତି ଭୂୟାଁ, ସୀମାଞ୍ଚଳ ନାୟକ, କୁନ୍ଦନ କୁମାର, ବିପିନ ସ୍ପାଇଁ ଓ ଉମା ବିଶୋୟୀଙ୍କ ଟିଆଇ ପରେଡ୍ ହୋଇଥିଲା। ଆଉ ଏବେ ସୋମବାର ଦିନ ଚିଣ୍ଟୁ ପ୍ରଧାନ, ଯୋଗେନ୍ଦ୍ର ରାଉତ ଓରଫ ଯୋଗୀ, କୁରୁପତି ଭୂୟାଁଙ୍କର ବ୍ରହ୍ମପୁର ଜେଲ୍ରେ ଟିଆଇ ପରେଡ ହେବ । ଏଥିପାଇଁ ତଦନ୍ତକାରୀ ଅଧିକାରୀ ତଥା ଟାଉନ ଏସ୍ଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ସ୍ଥାନୀୟ ଏସ୍ଡିଜେଏମ୍ଙ୍କ କୋର୍ଟରେ ଆବେଦନ କରିଥିଲେ । କୋର୍ଟଙ୍କ ଅନୁମତି ଦେଇଥିବା ଜଣାପଡିଛି । ସୋମବାର ଆକାଶ ବିଷୋୟୀ ଓ ଏନ୍ କିରଣ କୁମାରଙ୍କ ସମେତ ୩ରୁ ଅଧିକ ସାକ୍ଷୀ ଜେଲରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଚିଣ୍ଟୁ, ଯୋଗୀ ଓ କୁରୁପତିଙ୍କୁ ଟିଆଇ ପରେଡ୍ରେ ଚିହ୍ନଟ କରିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି।