ଚାଷୀ ସମାବେଶରେ ଗର୍ଜିଲେ ବିଜେଡି ସୁପ୍ରିମୋ, କହିଲେ 'ଲୋକ ସେବା ଚାହାଁନ୍ତି ନେତାଙ୍କ ପ୍ରବଚନ ନୁହେଁ'

NEWS7
new-income-tax-bill introduced in parliament amid opposition protest

ଭୁବନେଶ୍ୱର ୨୪/୦୨: ଚାଷୀ ସୁରକ୍ଷା ସମାବେଶରେ ଗର୍ଜିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିରୋଧୀଙ୍କୁ ରଣହୁଙ୍କାର ଦେଇ ରୋକ୍‌ଠୋକ୍ ଶୁଣାଇଛନ୍ତି ନବୀନ । କହିଛନ୍ତି ବିଜେପି ସରକାର ବଡ଼ ବଡ଼ କଥା କହୁଛି, କେବଳ କଥା କହୁଛନ୍ତି, କିଛି କାମ କରୁନାହାନ୍ତି । ‘ନିର୍ବାଚନ ସମୟରେ ବହୁତ ବଡ଼ ବଡ଼ କଥା କହୁଥିଲେ’ । ସରକାରଙ୍କ ଦୁଇ ବର୍ଷ ପୂରଣ ହେବ । କିଛି ନିଷ୍ପତ୍ତି ନେଇପାରୁ ନାହାନ୍ତି । ନିର୍ବାଚନ ସମୟରେ ବହୁତ କହୁଥିଲେ,  ହେଲେ କିଛି କଲେନି । ଏ ସରକାର ସ୍ଲୋଗାନ ଦେଉଛି ଜୟ କିଷାନ, କିନ୍ତୁ କାମରେ ଭାଗୋ କିଷାନ । 

 

ସରକାର କାହାଣୀ ରେ ଚାଲେନି,କାମ ଦରକାର । ଲୋକ ସେବା ଚାହାଁନ୍ତି ନେତାଙ୍କ ପ୍ରବଚନ ନୁହେଁ। ଚାଷୀଙ୍କ ସମସ୍ୟା ସମାଧାନ ନକଲେ ବିଜେଡି ଏ ସରକାରର କୁମ୍ଭ କର୍ଣ୍ଣ ନିଦ ହଜେଇଦେବ। ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରିଥିଲା । କାଳିଆ ଯୋଜନା କରିଥିଲା। ଋଣ ସୁବିଧା କରିଥିଲା। ଜଳସେଚନ ସୁବିଧା  କରିଥିଲା । ହେଲେ ଏ ଡବଲ ଇଞ୍ଜିନ ସରକାର କରିଛି କଣ? ଚାଷୀ କୁ ସାର ମିଳିଲାନି। ଧାନ ଵି ସରକାର କିଣୁନି। କଟନୀ ଛଟନୀ ବଢ଼ି ଚାଲିଛି। ଚାଷୀ ଠିକ ସମୟ ରେ ପଇସା ପାଉନି। ଅଭିଯୋଗ କଲେ ଚାଷୀ ମିଛ କହୁଛି ବୋଲି ସରକାର କହୁଛନ୍ତି। ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କୁ ମୁଁ ଚିଠି ଲେଖିଥିଲି। ନିର୍ବାଚନ ପ୍ରତିଶ୍ରୁତି  ଆନ୍ତରିକତା ସହ ପାଳନ କରିବାକୁ ଅନୁରୋଧ କରିଥିଲି।

ପ୍ରସ୍ତାବ ଦେଇଥିଲି । କଟନୀ ଛଟନୀ ବନ୍ଦ ପାଇଁ ସ୍ପେଶାଲ ସ୍କ୍ୱାର୍ଡ କର । ମିଲର ଓ ସରକାରୀ ଅଫିସରଙ୍କ ନେକ୍ସସ ଭାଙ୍ଗ ବୋଲି ସେ କହିଛନ୍ତି । ଇନପୁଟ୍ ସବ୍‌ସିଡିରୁ ୧୫୦ କ୍ୱିଣ୍ଟାଲ ସେଲିଂ ଉଠାଅ, ୪୮ରେ ଡିବିଟିରେ ଚାଷୀକୁ ପଇସା ଦିଅ । ଖୋଲାରେ ପଡ଼ିଥିବା ଧାନକୁ ୭୨ ଘଣ୍ଟାରେ କିଣାଯାଉ। ଦୁଃଖର କଥା ୧୫ ଦିନ ବିତିଗଲା କିନ୍ତୁ କିଛି ହେଲାନି। ପ୍ରଚାରରେ ଶହ ଶହ କୋଟି ଖର୍ଚ୍ଚ ହେଉଛି କିନ୍ତୁ ଚାଷୀଙ୍କ ପାଇଁ ନାହିଁ?

ଗତ ଆଠ ଦିନ ହେଲା ଚାଷୀଙ୍କ ସମସ୍ୟା ପାଇଁ ବିଜେଡି ଆସ୍‌ମ୍ୱେଲିରେ ଲଢୁଛି । ସେହିପରି ଆଇନ ଶୃଙ୍ଖଳା କଥା ନ କହିବା ଭଲ। ଏ ରାଜ୍ୟରେ କେହିବି ନିରାପଦ ନୁହନ୍ତି । ଚାଷୀ ତାର ହକ ପାଉନି । ମା' ମାନଙ୍କୁ ସୁରକ୍ଷା ମିଳୁନି । ଯୁବ ସମାଜକୁ ରୋଜଗାର ମିଳୁନି । ଲୋକଙ୍କୁ ସେବା ଦରକାର, ନେତା ଙ୍କ ପ୍ରବଚନ ନୁହେଁ  ବୋଲି ଶୁଣାଇଦେଇଛନ୍ତି ନବୀନ । ବିଜୁ ଜନତା ଦଳ ଚାଷୀଙ୍କ ହକ ପାଇଁ ଲଢେଇ ଜାରି ରଖିବ ଆଉ ସରକାରଙ୍କର କୁମ୍ଭକର୍ଣ ନିଦ ହଜେଇ ଦେବା।

also read..

ମଣ୍ଡି ଅବବ୍ୟସ୍ଥାକୁ ନେଇ ଗୃହରେ ଅଚଳାବସ୍ଥା, ଚାଲିପାରିଲାନି ପ୍ରଶ୍ନକାଳ