ନୂତନ ମାଛ “ଆରିଅସୋମା ତାମିଲିକମ’’ ଆବିଷ୍କୃତ

Published By : Prameya-News7 Bureau | March 13, 2025 IST

ଭୁବନେଶ୍ବର ୧୩ ।୦୩ : ନୂଆ ମାଛ ଆରିଅସୋମା ତାମିଲିକମ୍‌ ଆବିଷ୍କୃତ । ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର (ZSI) ଏବଂ ନ୍ୟାସନାଲ ବ୍ୟୁରୋ ଅଫ ଫିସ ଜେନେଟିକ ରିସୋରସେସ୍ (NBFGR)ର ମିଳିତ ସହଯୋଗରେ ନୂତନ ମାଛ ଆରିଅସୋମା ତାମିଲିକମ ଆବିଷ୍କୃତ ହୋଇଛି । ଆରିଅସୋମା ବଂଶର ଏକ ନୂତନ କୋଚିଆ ପ୍ରଜାତି ତାମିଲନାଡୁ ଉପକୂଳରୁ ଆବିଷ୍କାର କରାଯାଇଛି । ଏନେଇ ବୈଜ୍ଞାନିକ ଡ଼. ଅନିଲ ମହାପାତ୍ର କହିଛନ୍ତି ଯେ, ଏହି ନୂତନ ମାଛ ର ନାମ “ଆରିଅସୋମା ତାମିଲିକମ” ରଖାଯାଇଛି। ଏହା ତାମିଲନାଡୁ ଉପକୂଳରୁ ମିଳିଥିଲା। ଭାରତୀୟ ଜଳରେ ଆରିଓସୋମା ଡୋଲିକୋପ୍ଟରମ୍ ର ପରିଚୟ ସଂଶୋଧିତ ହୋଇଛି ।

ପୂର୍ବରୁ ଭାରତରୁ ମିଳିଥିବା ଆରିଓସୋମା ଡୋଲିକୋପ୍ଟରମ୍ ହେଉଛି ଏହି ନୂତନ ପ୍ରଜାତି ଆରିଓସୋମା ତାମିଲିକମ୍। ଆରିଓସୋମା ତାମିଲିକମ୍ ତାଇୱାନ ଜଳରୁ ଆରିଓସୋମା ଇମ୍ମାଏ ସହିତ  ଜଡିତ । କିନ୍ତୁ ମାଇଟୋକଣ୍ଡ୍ରିଆଲ୍ CO1 ଜିନ୍ କ୍ରମରେ ୧୩.୪% ଜେନେଟିକ୍ ଭିନ୍ନତା ପ୍ରଦର୍ଶନ କରେ । ଶରୀର ପ୍ରାୟ ଦୁଇ ରଙ୍ଗ, ଉପର ପଟ ମାଟିଆ କଳା ଏବଂ ତଳ ପାର୍ଶ୍ୱ ଟିକେ ଫିକା। ଆଖିର ମାର୍ଜିନରେ ଏକକ ଧଳା ବ୍ୟାଣ୍ଡ ରହିଛି। ପେକ୍ଟାରାଲ୍ ଫିନ ସ୍ୱଚ୍ଛ ।ଏହାର ଶରୀରରେ ବହୁ ଛୋଟ ଛୋଟ କଳା ବିନ୍ଦୁ ଦାଗ ରହିଛି । ଏହାର ମେରୁଦଣ୍ଡ ସଂଖ୍ୟା ୬–୮ / ୪୬-୪୭ / ୧୧୬-୧୨୧। ଏହି ମାଛ ର ମଧ୍ୟ DNA ପରୀକ୍ଷା NBFGR ରେ କରା ଯାଇଥିଲା । ଏହି ମାଛର ଗବେଷଣାରେ ମିଳିତ ଭାବେ ବୈଜ୍ଞାନିକ ଅନିଲ ମହାପାତ୍ର, ବୈଜ୍ଞାନିକ ଥିପ୍ରାମାଲାଇ ଥାଙ୍ଗାପ୍ପାନ ପିଲାଇ ଅଜିତ କୁମାର, ପରମସିଭମ୍ କୋଡେଶ୍ୱରନ୍,  ଏବଂ ସ୍ମୃତିରେଖା ଆଚାର୍ଯ୍ୟ କାମ କରିଥିଲେ । ତେବେ ଏହାର ମର୍ଫୋଲୋଜି ଏବଂ ମଲିକୁଲାର ଉପରେ ଆଧାରିତ ସବିଶେଷ ବିବରଣୀ ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପତ୍ରିକା ଟାକ୍ସାରେ ପ୍ରକାଶ ପାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.