LIVE TV

ଶୁଭମିତ୍ରା ହତ୍ୟା ରହସ୍ୟରେ ନୂଆ ଖୁଲାସା : ମାସେ ତଳୁ ଦୀପକ ରଚିଥିଲା ମାଷ୍ଟରପ୍ଲାନ, ସାଥୀଙ୍କୁ ଦେଇଥିଲା ଟଙ୍କାର ଲୋଭ

NEWS7
Subhamitra

ଭୁବନେଶ୍ୱର ୨୧।୦୯ : ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ଦିନକୁ ଦିନ ସାଂଘାତିକ ତଥ୍ୟ ପଦାକୁ ଆସୁଛି। ଶୁଭମିତ୍ରାଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତ କନଷ୍ଟେବଳ ଦୀପକ ଅଗଷ୍ଟ ମାସରୁ ଯୋଜନା କରିଥିଲା। କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ବସି ସେ ଯୋଜନା କରିଥିଲା। କେମିତି ମାରିବ ? ମୃତଦେହକୁ କେମିତି ଲୁଚାଇବ ? ଏମିତି ଅନେକ କିଛି ।

ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ୩୦ ତାରିଖ ତାରିଖ ଦିନ ଦୀପକ ତା' ମାଉସୀ ପୁଅ ବିନୋଦକୁ ଫୋନ୍ କରିଥିଲା। ଶୁଭମିତ୍ରାଙ୍କୁ ହତ୍ୟା କରି ପୋତିବା ପାଇଁ ତାଙ୍କୁ କହିଥିଲା। ବିନୋଦ ଜାଗା ଚିହ୍ନଟ ପାଇଁ ଲାଗି ପଡ଼ିଥିଲା। ବିନୋଦର ଭଲ ସାଙ୍ଗ ହେଉଛି ଜଟିଆ। ଜଟିଆକୁ ବିନୋଦ କହିଥିଲା, ମୋ ଭାଇ ଭୁବନେଶ୍ବରରେ ପୋଲିସ ଅଛି। ତା ପାଖରେ ବହୁତ ଟଙ୍କା, ସୁନା ଓ ରୂପା ରହିଛି। ଏବେ ଭିଜିଲାନ୍ସ ଧରପଗଡ଼ କରୁଛି। ସେ ସବୁ ତମ ବାଡ଼ିପଟେ ପୋତି ଦେବା । କିଛି ମାସ ପରେ ଭାଇ ସେ ସେସବୁ ଖୋଳି ନେଇଯିବ। ସେଥିପାଇଁ ତାକୁ ବି କିଛି ଟଙ୍କା ମିଳିବ। ବାଡ଼ିରେ ସୁନା ଓ ଟଙ୍କା ପୋତା ହେବା ଖବର ପାଇବା ପରେ ଜଟିଆ ଖୁସି ହୋଇଯାଇଥିଲା । ୬ ତାରିଖ ଅପରାହ୍ନରେ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲା ଦୀପକ । ଏହାପରେ ସେ ବିନୋଦକୁ ଜଣାଇଥିଲା। ବିନୋଦ ଏ କଥା ଶୁଣିବା ପରେ ଜଟିଆ ପାଖକୁ ଯାଇଥିଲା। ୭ ତାରିଖ ଦିନ କଳାଧନ ପୋତା ହେବ ବୋଲି ବିନୋଦ କହିଥିଲା। ଜଟିଆ ସଙ୍ଗେସଙ୍ଗେ ଜେସିବି ଲଗାଇ ପୁରୁଣା ଚାଳ ଘର ଭାଙ୍ଗି ଏକ ଗାତ ଖୋଲିଥିଲା। ଜଟିଆ ସମସ୍ତଙ୍କୁ କହିଥିଲା ସେହି ଜାଗାରେ ପାଇଖାନା ଟାଙ୍କି ହେବ । ଖୋଳାଖୋଳି ପାଇଁ ଜଟିଆ ୫ ହଜାର ଟଙ୍କା ନେଇଥିଲା। ୭ ତାରିଖ ଦିନ ଦୀପକ୍ ଶୁ ଭମିତ୍ରାଙ୍କ ମୃତଦେହ ନେଇ ସେଠାରେ ପହଞ୍ଚିଥିଲା । ମୃତ ଦେହ ଦେଖି ଜଟିଆ ପ୍ରଥମେ ଡରିଯାଇଥିଲା। ତାକୁ ଟଙ୍କାର ଲୋଭ ଦେଖାଇଥିଲା ଦୀପକ। ପତ୍ନୀ ନାଁରେ ୧ କୋଟି ୨୦ ଲକ୍ଷ ଟଙ୍କାର ବୀମା ରହିଛି। କିଛି ମାସ ପରେ ବୀମା ଟଙ୍କା ମିଳିଯିବ । ବୀମା ଟଙ୍କା ମିଳିଲେ ୧୦ ଲକ୍ଷ ଟଙ୍କା ଦେବି। ସେ ପର୍ଯ୍ୟନ୍ତ ମାସକୁ ୫ ହଜାର ଟଙ୍କା ଲେଖାଏଁ ପଠାଇବି। ଦୀପକର ଏଭଳି ଲୋଭନୀୟ ଅଫର ଦେଖି ଜଟିଆ ରାଜି ହୋଇଯାଇଥିଲା। ଜେସିବି ଡ୍ରାଇଭରଙ୍କୁ ପୋଲିସ ପଚରାଉଚରା କରିଛି ।