LIVE TV

ବିଜେଡିର ନୂଆପଡ଼ା ରଣନୀତି : ୩ ଆଶାୟୀଙ୍କୁ ନବୀନଙ୍କ ଡାକରା, ଆଲୋଚନା ପରେ ଚୂଡ଼ାନ୍ତ ପ୍ରାର୍ଥୀ ଘୋଷଣା

NEWS7
new-corona-mrutaka-in-odisha

ଭୁବନେଶ୍ବର ୧୪୧୦: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛ କସରତ । ବିଜେଡି ପ୍ରାର୍ଥୀଙ୍କୁ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ୩ ଆଶାୟୀଙ୍କୁ ନବୀନ ନିବାସରୁ ଡାକରା ଆସିଛି । ସିଧାସଳଖ ନବୀନଙ୍କୁ ଭେଟି ଆଲୋଚନା କରିବେ ୩ ଆଶାୟୀ ଅପରାହ୍ନ ୫ଟାରେ ନବୀନ ନିବାସରେ ଭେଟି କରିବେ ଆଲୋଚନା । ଆଲୋଚନା ପରେ ଚୂଡ଼ାନ୍ତ ପ୍ରାର୍ଥୀ ନେଇ ଘୋଷଣା ହେବ ୩ ଆଶାୟୀ ହେଉଛନ୍ତି ଅବନୀ ଯୋଶୀ, ମନୋଜ ମିଶ୍ର ଭାନୁପ୍ରତାପ ସିଂ ମାଝୀ

ଅବନୀ ଯୋଶୀ ଦୀର୍ଘ ୨୫ ବର୍ଷ ହେବ ବିଜେଡିରେ ରହି ସଂଗଠନକୁ ମଜଭୁତ କରିବାରେ ଅନେକ ସହାୟକ ହୋଇଛନ୍ତି । ଏହାସହ ଦୁଇ ଥର ଜିଲ୍ଲା ପରିଷଦ ସଭ୍ୟ ଭାବରେ ବିଜେଡିରୁ ବିଜୟୀ ହୋଇଛନ୍ତି । ବର୍ତ୍ତମାନ ସେ ବିଜେଡି ଜିଲ୍ଲା ସଭାପତି ଅଛନ୍ତି

ସେହିଭଳି ପୂର୍ବରୁ କୋମନା ବ୍ଲକ୍ ଅଧ୍ୟକ୍ଷ ମନୋଜ ମିଶ୍ର ବିଜେଡି ସହ ଦୀର୍ଘ ବର୍ଷ ରହିଥିଲେ । ସେ ବିଜେଡି ଜିଲ୍ଲା ସଭାପତି ମଧ୍ୟ ଥିଲେ । ୨୦୨୪ ନିର୍ବାଚନରେ ଜିଲ୍ଲା ସଭାପତି ରହି କୋମନା ବ୍ଲକ୍‌ରୁ ବିଜେଡି ଭଲ ଭୋଟ୍ ପାଇଥିବା ବେଳେ ତାଙ୍କ ସମୟରେ ନୂଆପଡ଼ା NAC ଧ୍ୟକ୍ଷ ପଦ ପାଇଥିଲେ ।

ସେହିଭଳି ଭାନୁପ୍ରତାପ ସିଂ ମାଝୀ ତିନି ଥର ଜିଲ୍ଲା ପରିଷଦ ସଭ୍ୟ ରହିଥିବା ବେଳେ ଦୁଇ ଥର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରହିଥିଲେ । ଏହାସହ ଆଦିବାସୀ କଲ୍ୟାଣ ସଙ୍ଘର ସଭାପତି ମଧ୍ୟ ଅଛନ୍ତି । ଯେହେତୁ ନିର୍ବାଚନ ମଣ୍ଡଳୀରେ ୪୨ ପ୍ରତିଶ ଆଦିବାସୀ ଭୋଟର କିଛି ଆଦିବାସୀ ତାଙ୍କ ସହ ମଧ୍ୟ ଅଛନ୍ତି ।