ନୂଆଦିଲ୍ଲୀ ୦୭।୦୮: ରାକ୍ଷୀ ପୂର୍ଣ୍ଣିମା ପବିତ୍ର ପର୍ବ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହ, ସମର୍ପଣ ଏବଂ ବିଶ୍ୱାସର ପ୍ରତୀକ । ଚଳିତବର୍ଷ ରାକ୍ଷୀ ପୂର୍ଣ୍ଣିମା ୯ ଅଗଷ୍ଟରେ ପାଳନ କରାଯିବ । ଏହି ପର୍ବ ଏତେ ପ୍ରାଚୀନ ଯେ ସତ୍ୟ ଯୁଗ, ତ୍ରେତ ଯୁଗ ଏବଂ ଦ୍ୱାପର ଯୁଗରେ ଏହାର ଉଲ୍ଲେଖ ମିଳେ।
ଏହି ଦିନ ଭଉଣୀମାନେ ସେମାନଙ୍କ ଭାଇର ଦୀର୍ଘ ଜୀବନ, ସୁଖ ଏବଂ ସଫଳତା ପାଇଁ ପ୍ରାର୍ଥନା କରନ୍ତି । ଆଉ ଭାଇମାନେ ଜୀବନସାରା ଭଉଣୀର ରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି । କିନ୍ତୁ ଜାଣନ୍ତି କି ରାକ୍ଷୀ ବାନ୍ଧିବା ସମୟରେ କେଉଁ ଦିଗରେ ବସିବା ଉଚିତ୍ । ବାସ୍ତୁଶାସ୍ତ୍ର ଅନୁସାରେ ରାକ୍ଷୀ ବାନ୍ଧିବା ସମୟରେ ଭାଇ ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗକୁ ମୁହଁ କରି ବସିବା ଉଚିତ । ଏହା ଭାଇ ପାଇଁ ସୌଭାଗ୍ୟ ଆଣିଥାଏ ।
ଆଉ ଭଉଣୀ କେବେବି ଉତ୍ତର-ପୂର୍ବ ଦିଗକୁ ମୁହଁ କରି ବସିବା ଉଚିତ୍ ନୁହେଁ । ଏହି ଦିଗକୁ ଅଶୁଭ ବୋଲି ବିବେଚନା କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଏଥର ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାଙ୍କ ଛାଇ ପଡ଼ିବନି । ଏଥିପାଇଁ ଭାଇକୁ ରାକ୍ଷୀ ବାନ୍ଧିବାର ଶୁଭ ସମୟ ସକାଳରୁ ହିଁ ଆରମ୍ଭ ହେଉଛି । ଶୁଭ ସମୟ ସକାଳ ୫.୪୭ରୁ ଅପରାହ୍ନ ୦୧.୨୪ ପର୍ଯ୍ୟନ୍ତ ହେବ।
ରାକ୍ଷୀ ପୂର୍ଣ୍ଣିମାରେ କେବେବି ଭାଇକୁ କଳା ରଙ୍ଗର ରାକ୍ଷୀ ବାନ୍ଧନ୍ତୁନି । ଏହାକୁ ନକାରାତ୍ମକ ଶକ୍ତିର ପ୍ରତୀକ ବୋଲି ବିବେଚନା କରାଯାଏ। ଜ୍ୟୋତିଶାସ୍ତ୍ର ଅନୁସାରେ ରାକ୍ଷୀର ସୂତା ଲାଲ, ହଳଦିଆ ଏବଂ ଧଳା ତିନୋଟି ରଙ୍ଗରେ ତିଆରି ହେବା ଉଚିତ।