News7 Logo

ଆଗାମୀ ସୂଚନା ନମିଳିବା ଯାଏ ନେପାଳ ଯାତ୍ରା ସ୍ଥଗିତ ରଖ ... ଭାରତୀୟଙ୍କ ପାଇଁ ପରାମର୍ଶ ଜାରି କଲେ ସରକାର

NEWS7
nepal crisis

ନୂଆଦିଲ୍ଲୀ –ନେପାଳରେ ସୋସିଆଲ ମିଡ଼ିଆ ପ୍ରତିବନ୍ଧକ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଉପରେ ଭାରତ ସରକାର ସତର୍କ ହୋଇଛନ୍ତି। ସେଠାରେ ଅଶାନ୍ତି ବୃଦ୍ଧିରେ ପାଖାପାଖି ୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇ ସାରିଛି। ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦୁର୍ନୀତି ବିରୋଧରେ ଅନେକ ଦିନ ଯାଏ ଚାଲି ଥିବା ହିଂସାତ୍ମକ ବିରୋଧ ପ୍ରଦର୍ଶନ ଓ ବିବାଦୀୟ ସୋସିଆଲ ମିଡ଼ିଆ ପ୍ରତିବନ୍ଧକ ପରେ ଇସ୍ତଫା ଦେଇସାରିଛନ୍ତି। ପ୍ରବଳ ବିରୋଧ ମଧ୍ୟରେ ବୈଦେଶିକ ମନ୍ତ୍ରଣାଳୟ (ଏମଇଏ) କହିଛି ଯେ, ଭାରତୀୟ ନାଗରିକଙ୍କୁ ପରିସ୍ଥିତି ସାଧାରଣ ହେବା ଯାଏ ନେପାଳ ଯାତ୍ରା ସ୍ଥଗିତ ରଖିବା ଉଚିତ। ଯେଉଁ ଲୋକ ପୂର୍ବରୁ ଏହି ହିମାଳୟୀ ଦେଶରେ ଅଛନ୍ତି , ସେମାନଙ୍କୁ ଘର ଭିତରେ ରହିବା ଓ ରାସ୍ତାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।

ନିର୍ଦ୍ଦେଶ ଓ ନିୟମର ପାଳନ କରନ୍ତୁ –

ବିବୃତ୍ତିରେ ଆହୁରି କୁହାଯାଇଛି ଯେ , କାଠମାଣ୍ଡୁ ଓ ନେପାଳର  ଅନେକ ସହରରେ ଅଧିକାରୀମାନେ କର୍ଫ୍ୟୁ ଲାଗୁ କରିଦିଆ ଯାଇଛି। ନେପାଳରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କ ରହିବା ଓ ନେପାଳୀ ଅଧିକାରୀଙ୍କ ନିର୍ଦ୍ଦେଶ ଓ ନିୟମର ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ସହାୟତାର ଆବଶ୍ୟକତା ଥିବା ଭାରତୀୟ ନାଗରିକ ନିମ୍ନଲିଖିତ ହେଲ୍ପଲାଇନ୍‌ ନମ୍ୱର ଗୁଡ଼ିକ ମାଧ୍ୟମରେ ଦୂତାବାସ ସହ ସଂପର୍କ କରିପାରିବେ।  

 

  • +୯୭୭-୯୮୦ ୮୬୦ ୨୮୮୧ ( ହ୍ୱାଟ୍ସଆପ୍‌ରେ ମଧ୍ୟ)
  • +୯୭୭-୯୮୧ ୦୩୨ ୬୧୩୪ ( ହ୍ୱାଟ୍ସଆପ୍‌ରେ ମଧ୍ୟ)

​​​​​​​

​​​​​​​

​​​​​​​ବୈଦେଶିକ ମନ୍ତ୍ରଣାଳୟ ନିଜର ବିବୃତ୍ତିରେ କହିଛି ଯେ , ଆମେ ରାଲି ଠାରୁ ନେପାଳରେ ହେଉଥିବା ଘଟଣାକ୍ରମ ଉପରେ କଡ଼ା ନଜର ରଖିଛୁ ଏବଂ ଅନେକ ଯୁବବର୍ଗଙ୍କ ଜୀବନ ଯିବାରେ ବହୁତ ଦୁଃଖିତ। ଆମର ସମ୍ୱେତନା ଓ ପ୍ରାର୍ଥନା ମୃତକଙ୍କ ପରିବାର ସହ ରହିଛି। ଆମେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ। ବିବୃତ୍ତିରେ ଆହୁରି କୁହାଯାଇଛି ଯେ,  ଜଣେ ନିକଟତମ ବନ୍ଧୁ ଓ ପଡ଼ୋଶୀ ଭାବେ , ଆମେ ଆଶା କରୁଛୁ ଯେ, ସମସ୍ତ ସମ୍ୱନ୍ଧିକ ପକ୍ଷ ସଂଯମତା ଆପଣାଇବେ ଏବଂ ଶାନ୍ତିପୂର୍ଣ୍ଣ ଉପାୟ ଓ କଥାବାର୍ତ୍ତା ମାଧ୍ୟମରେ ମାମଲାର ସମାଧାନ କରିବେ।

ଅନ୍ୟପଟେ ୭୩ ବର୍ଷିୟ ପ୍ରଧାନମନ୍ତ୍ରୀ ଓଲି ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରି କହିଛନ୍ତି – ସେ ସମସ୍ୟାର ସମାଧାନ ବାହାରିବା ଓ ସମ୍ୱିଧାନ ଅନୁସାରେ ରାଜନୈତିକ ଭାବେ  ଏହାକୁ ସମାଧାନ କରିବା ସମାଧାନ କରିବା ପାଇଁ ପଦ ଛାଡ଼ୁଛି।  ସେନା ଏକ୍ସରେ ଏକ ଅପିଲ କରି ନାଗରିକଙ୍କ ଓଲିଙ୍କ ଇସ୍ତଫା ପରେ  ସଂଯମତା ଆପଣାଇବାକୁ ଅନୁରୋଧ କରିଛି।