NCERT ବଦଳାଇଛନ୍ତି ଅଷ୍ଟମ ଶ୍ରେଣୀ ବହି, କାହିଁକି ବଦଳିଲା ବିଷୟ ଦେଇନାହାନ୍ତି ଉତ୍ତର

Published By : Prameya-News7 Bureau | July 16, 2025 IST

ନୂଆଦିଲ୍ଲୀ ୧୬।୭: ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହି ଦଳାଇ ଦେଇଛନ୍ତି। ନୂଆ ବହିରେ ଦିଲ୍ଲୀ ସଲତନତ ଓ ମୋଗଲ କାଳର ଧାର୍ମିକ ଅସହିଷ୍ଣୁତାର ଉଦାହରଣ ଦିଆଯାଇଛି। ଏଥିରେ ଆକବରଙ୍କୁ ସହିଷ୍ଣୁତା ଓ କ୍ରୁରତାର ମିଶ୍ରିତ ଶାସକ ଦର୍ଶାଯାଇଥିବା ବେଳେ ବହିରେ ଔରଙ୍ଗଜେବଙ୍କୁ ନେଇ ମଧ୍ୟ ପାଠ୍ୟକ୍ରମ ବଦଳାଯାଇଛି। ଔରଙ୍ଗଜେବଙ୍କୁ ମନ୍ଦିର ଓ ଗୁରୁଦ୍ୱାର ଭଗ୍ନକାରୀ ଦର୍ଶାଯାଇଛି। 

ତେବେ ପାଠ୍ୟପୁସ୍ତକ ଏପରି ପରିବର୍ତ୍ତନ ନେଇ କୌଣସି ଉତ୍ତର ଅଥବା ସ୍ପଷ୍ଟିକରଣ ଦିଆଯାଇ ନାହିଁ। ବହି ବଦଳାଇବାର କାରଣ କଣ ସେ ନେଇ ମଧ୍ୟ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଏହାକୁ ନେଇ ଏନସିଆରଟିର ପ୍ରତିକ୍ରିୟା ଆସିପାରେ ବୋଲି ଆଶା କରାଯାଉଛି। ବହି ବଦଳିବା ପରେ ବିବାଦ ସୃଷ୍ଟି ହୋଇପାରେ। ତେବେ ଏଥିରୁ ବର୍ତ୍ତିବା ପାଇଁ ଏନସିଇଆରଟି ଏକ ଉପାୟ ମଧ୍ୟ ଅବଲମ୍ବନ କରିଛି। ଏଥି ପାଇଁ ସ୍ପେଶାଲ ନୋଟ୍ ଲେଖାଯାଇଛି, ଯେଉଁଥିରେ କୁହାଯାଇଛି  ‘ପିଛିଲା ସମୟର ଘଟଣାବଳି ଲାଗି ଆଜି କାହାରିକୁ ଦୋଷ ଦେବା ଉଚିତ ନୁହେଁ’। 

ତେବେ ଏନସିଇଆରଟି ପୁସ୍ତକ ବଦଳିବା କିଛି ନୂଆ କଥା ନୁହେଁ। ଗତ ଶିକ୍ଷା ବର୍ଷରେ ମଧ୍ୟ ବହି ବଦଳିଥିଲା। ସିଲାବସରେ ‘ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ’କୁ ସାମିଲ କରାଯାଇଥିଲା। ଏହା ସହିତ ବୀର ଅବଦୁଲ ହମୀଦଙ୍କ ଉପରେ ଏକ ବିଷୟ ବିଦ୍ୟାଳୟ ପୁସ୍ତକରେ ସାମିଲ କରାଯାଇଥିଲା। ଅବଦୁଲ ହମୀଦ ଭାରତୀୟ ସେନାର ୪ ଗ୍ରେନେଡିୟରର ଜବାନ (ସିକ୍ୟୁଏମଏଚ) ଥିଲେ। ପୁସ୍ତକରେ ଆଗରୁ ମଧ୍ୟ କିଛି ବଦଳି ଥିଲା। ତେବେ ୨୦୨୫ ଶିକ୍ଷାବର୍ଷ ପାଇଁ ପୁସ୍ତକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। 

ଏନସିଇଆରଟିର ନୂଆ ପୁସ୍ତକ ଏବେ ବଜାରକୁ ଆସିଗଲାଣି। ହେଲେ ବହି ବଦଳିଥିବା ନେଇ ବର୍ତ୍ତମାନ କୌଣସି ପ୍ରକାରର ପ୍ରତିକ୍ରିୟା ଆସି ନାହିଁ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.