ଜବାହରଲାଲ ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ NCCର ୭୬ ତମ ବାର୍ଷିକୀ ସମାରୋହ ଅନୁଷ୍ଠିତ

Published By : Prameya-News7 Bureau | November 24, 2024 IST

କଟକ: କଟକସ୍ଥିତ ଜବାହରଲାଲ ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (NCC) ର ୭୬ ତମ ବାର୍ଷିକୀ ସମାରୋହ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।  

ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା କଳାକାରଙ୍କ ଦ୍ଵାରା ବିଭିନ୍ନ ସଙ୍ଗୀତ ପରିବେଷଣ କରଯାଇଥିଲା ଓଡ଼ିଆ କଳା, ସଂସ୍କୃତି, ଐତିହ୍ୟ ଓ  ଓଡ଼ିଆ ଅସ୍ମିତାରକୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ୟାଡେଟମାନଙ୍କ ଦ୍ଵାରା ସମ୍ପ୍ରଦାୟ ସେବା, ସ୍ୱଚ୍ଛତା ଅଭିଯାନ ଶିକ୍ଷା,ବିପର୍ଯ୍ୟୟ ପରିଚାଳନା କୌଶଳ, ପରିବେଶ ସଂରକ୍ଷଣ ଶିକ୍ଷା ଓ ଭାରତୀୟ ସେନାବାହିନୀର ବୀରତ୍ଵ ଓ ସାହସିକତା , ବଳିଦାନ ସମ୍ବନ୍ଧୀୟ ଫଟୋଚିତ୍ର କ୍ୟାଡେଟ ମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା l ଏହାପରେ କ୍ୟାଡେଟମାନଙ୍କୁ ପୁରସ୍କୃତ କରାଯାଇଥିଲା। 

ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଏକ ଲକ୍ଷ କ୍ୟାଡେଟ ଗଠନ କରିବା ଲକ୍ଷ ରହିଛି। ଏହା ସହ ମାଓ ଅଧ୍ୟୁଷିତ ଅଞ୍ଚଳ ମାନଙ୍କରେ ମଧ୍ୟରେ କ୍ୟାଡେଟ ଗଠନ ସହ ଏମାନଙ୍କୁ ସାମରିକ କ୍ଷେତ୍ରରେ ନିଯୁକ୍ତି ପାଇଁ ପ୍ରଚେଷ୍ଟା କରାଯିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ। ଏହା ସହ ସୋଆ ବିଶ୍ଵ ବିଦ୍ୟାଳୟର କ୍ୟାଡେଟମାନେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ମଡେଲ ପ୍ରଦର୍ଶିତ କରିଥିଲେ। ଭାରତୀୟ ସେନାକୁ ଏହି ଉପକରଣ ଯୋଗାଇବା ଲକ୍ଷ୍ୟ ରଖିଥିବା କଥା କହିଛନ୍ତି କ୍ୟାଡେଟ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.