ନାରାୟଣ ମୁର୍ମୁଙ୍କ ମୃତଦେହ ମିଳିବା ଘଟଣାରେ ଟ୍ୱିଷ୍ଟ, ପରିବାର ଆଣିଲେ ହତ୍ୟା ଅଭିଯୋଗ

Published By : Prameya-News7 Bureau | July 13, 2025 IST

ଆନନ୍ଦପୁର ୧୩।୦୮ : ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥ ଜରଦା ଛକ ନିକଟରେ ଯୁବକ ନାରାୟଣ ମୁର୍ମୁଙ୍କ ମୃତଦେହ ମିଳିବା ଘଟଣା । ମାମଲାରେ ନୂଆ ମୋଡ଼ । ଏହା ଦୁର୍ଘଟଣା ଜନିତ ମୃତ୍ୟୁ ନୁହେଁ, ବଂର ନାରାୟଣ ଯାଜପୁର ରୋଡରୁ ବାଇକ୍‌ ଯୋଗ ଆସୁଥିବା ବେଳେ ଦୁଇ ଯୁବକ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ ।  

ଖବର ଅନୁଯାୟୀ, ନାରାୟଣଙ୍କ ମା ମାହି ମୁର୍ମୁ ଯାଜପୁର ରୋଡରେ କାମ କରୁଥିବା ବେଳେ ସେଠାକୁ ଏକ ବାଇକ୍‌ ଯୋଗେ ଯାଇଥିଲେ । ସେଠାରେ ବାଇକ୍ ରଖି ବସ୍‌ରେ ଫେରିବା କଥା । ହେଲେ ବାଇକ୍‌ ଧରି ପୂର୍ବରୁ ଥିବା ଘଷିପୁରା ଥାନା ନାଗାଡାହି ଅଞ୍ଚଳର ଦୁଇ ଯୁବକ ତାଙ୍କୁ ଘଷିପୁରାରେ ଛାଡ଼ିଦେବାକୁ କହି ସାଙ୍ଗରେ ନେଇ ଆସିଥିଲେ ।  ଆସିବା ସମୟରେ ମା ଘର ଖର୍ଚ୍ଚ ପାଇଁ ୨୩ ଶହ ଟଙ୍କା ଦେଇଥିଲେ । ହେଲେ ଶନିବାର ସଂଧ୍ୟା ସମୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କର ମୃତଦେହ ଜରଦା ଛକ ନିକଟରୁ ମିଳିଥିଲା । କୌଣସି ଅଜଣା ଗାଡ଼ି ତାକୁ ଧକ୍କା ଦେଇଥିବା ପୋଲିସ ସନ୍ଦେହ କରିଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଯଦି ଧକ୍କା ହେଲା, ତେବେ ସେ ବସିଥିବା ବାଇକ୍‌ କୁଆଡେ ଗଲା । ଅନ୍ୟ ଦୁଇ ଯୁବକ କୁଆଡେ ଗଲେ ।ସେମାନଙ୍କ ଖୋଜଖବର ନାହିଁ । ପୋଲିସ ସେହି ଯୁବକଙ୍କୁ ଧରି ପଚରାଉଚରା କଲେ ପୁରା ସତ ସାମ୍ନାକୁ ଆସିବ ବୋଲି ପରିବାର ଲୋକେ ଦାବି କରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.