ଭୁବନେଶ୍ଵର: ବିଜେପି ନେତାଙ୍କୁ ନଡ୍ଡାଙ୍କ ମନ୍ତ୍ର । ନେତା ସିଏ, ଯିଏ ଲେନ୍ସ ପାଖକୁ ଯାଏନି, ଲେନ୍ସ ନେତାଙ୍କ ପାଖକୁ ଆସେ । ପ୍ରଥମେ ଭଲ ନେତା ହୁଅ । ପୁରୀ ପ୍ରଶିକ୍ଷଣ ଶିବିରରେ ଦଳୀୟ ବିଧାୟକ, ସାଂସଦଙ୍କୁ ଏମିତି ଶୃଙ୍ଖଳା ସମନ୍ବୟ ଓ ସମ୍ପର୍କର ପାଠ ପଢ଼ାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ସେହିଭଳି ଦଳୀୟ ବିଧାୟକଙ୍କୁ ଗ୍ରାଉଣ୍ଡକୁ ଯିବାକୁ ପରାମର୍ଶ ଦେବା ସହ ୧୪ଟି ଗୁରୁତ୍ବପୂର୍ଣ୍ଣ ଟାସ୍କ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।ପ୍ରଶିକ୍ଷଣ ଶିବିରର ତୃତୀୟ ସେସନରେ ସଂକଳ୍ପରୁ ସିଦ୍ଧି ଓ ମୋଦିଙ୍କ ବିକଶିତ ଭାରତର ପରିକଳ୍ପନା ଉପରେ ସାଂସଦ ଓ ବିଧାୟକଙ୍କୁ ପ୍ରଶିକ୍ଷଣ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବିଜେପି ନେତାଙ୍କୁ ନଡ୍ଡାଙ୍କ ଗୁରୁମନ୍ତ୍ର । ନେତା ସିଏ, ଯିଏ ଲେନ୍ସ ପାଖକୁ ଯାଏନି, ଲେନ୍ସ ନେତାଙ୍କ ପାଖକୁ ଆସେ । ପ୍ରଥମେ ଭଲ ନେତା ହୁଅ। ବିଧାୟକ, ସାଂସଦ କି ମନ୍ତ୍ରୀ ବୋଲି ଗର୍ବ କିମ୍ବା ଅହଙ୍କାର କରନି । ପଦବୀ ସବୁଦିନ ପାଇଁ ନଥାଏ । ଏହା ପୂର୍ବତନ ହୋଇଯିବ । ସେଥିପାଇଁ ପ୍ରଥମେ ନିଜର ବ୍ୟକ୍ତିତ୍ବ ତିଆରି କର । ପୁରୀରେ ଅନୁଷ୍ଠିତ ବିଜେପି ପ୍ରଶିକ୍ଷଶ ଶିବିରରେ ଦଳୀୟ ନେତାଙ୍କୁ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଦଳୀୟ ବିଧାୟକ, ସାଂସଦଙ୍କୁ ଶୃଙ୍ଖଳା, ସମନ୍ବୟ ଆଉ ସଂପର୍କର ପାଠ ପଢ଼ାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
Also read: ସୁନ୍ଦରଗଡ଼ ଜଙ୍ଗଲରେ ଚୋରା କୋଇଲା ଖଣି ଠାବ ମାମଲା : ୪ ମାଫିଆଙ୍କୁ ବାନ୍ଧିଲା ପୋଲିସ
ସେହିଭଳି ଦଳୀୟ ବିଧାୟକଙ୍କୁ ଗ୍ରାଉଣ୍ଡକୁ ଯିବାକୁ ପରାମର୍ଶ ଦେବା ସହ ୧୪ଟି ଗୁରୁତ୍ବପୂର୍ଣ୍ଣ ଟାସ୍କ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଅଙ୍ଗନବାଡ଼ି, ମେଡିକାଲକୁ ଯାଇ ଅଧ ଘଣ୍ଟା ବସ । ନିଜ ଅଂଚଳର ଦଳିତ ପରିବାର ସହ ସମ୍ପର୍କରେ ରୁହ । ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ । ସରକାର ସହ ସଂଗଠନକୁ ନେଇକି ଚାଲ । ପ୍ରଶିକ୍ଷଣ ଶିବିରରେ ପାଖାପାଖି ୧ଘଣ୍ଟା ୪୫ ମିନିଟ ସମୟ ଧରି ବିଜେପି ସାଂସଦ ଏବଂ ମନ୍ତ୍ରୀ ମାନଙ୍କ କ୍ଲାସ ନେଇଥିଲେ ନଡ୍ଡା । ସରକାର ଓ ସଂଗଠନ ମଧ୍ୟରେ ସୁସମ୍ପର୍କ ଉପରେ ଗୁରୁତ୍ବ ଦେଇଥିଲେ । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକ ଗ୍ରାଉଣ୍ଡରେ କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଥିଲେ ଜେ.ପି.ନଡ୍ଡା।
କେବଳ ସେତିକି ନୁହେଁ ସରକାରୀ ଦଳର ସାଂସଦ ବିଧାୟକ ମାନଙ୍କ ଆଚରଣ ଏବଂ ଉଚ୍ଚାରଣ କିପରି ହେବ ସେ ନେଇ ପାଠ ପଢ଼ାଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଲୋକ କେମିତି ଦଳକୁ ଭଲ ପାଇବେ, ଦଳର ଭୋଟ କେମିତି ବଢିବ ଏହା ଉପରେ ମନ୍ତ୍ର ଦେଇଥିଲେ ନଡ୍ଡା । ସେହିଭଳି ପ୍ରଶିକ୍ଷଣ ଶିବିରର ତୃତୀୟ ସେସନରେ ସଂକଳ୍ପରୁ ସିଦ୍ଧି ଓ ମୋଦିଙ୍କ ବିକଶିତ ଭାରତର ପରିକଳ୍ପନା ଉପରେ ସାଂସଦ ଓ ବିଧାୟକଙ୍କୁ ପ୍ରଶିକ୍ଷଣ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବିଜେପି ପ୍ରଶିକ୍ଷଣ ବର୍ଗରେ ଫଟୋ ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଯେଉଁଥିରେ ବିଜେପି ସଙ୍ଗଠନ ଇତିହାସ ଓ ସଂଘର୍ଷର କାହାଣୀ ପ୍ରଦର୍ଶିତ କରାଯାଇଛି । କାଲି ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ ଦଳୀୟ ନେତାଙ୍କୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି ।