ନୂଆଦିଲ୍ଲୀ:ଏଆଇ ଯୋଗୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଚାକିର ହରାଉଛନ୍ତି। ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଭାରତର ମ୍ୟୁଜିକ ଲିଜେଣ୍ଡ ଏଆର୍ ରେହମାନ। ଏଥିପାଇଁ ସେ ଏଆଇ କ୍ଷେତ୍ରର ଦୁଇ ପ୍ରମୁଖ ପ୍ରଭାବଶାଳୀ ବ୍ୟକ୍ତି ଚାଟଜିପିଟ ନିର୍ମାତା ଓପନଏଆଇ ସିଇଓ ସାମ ଅଲ୍ଟମ୍ୟାନ ଓ ପରପ୍ଲେକ୍ସିଟି ଏଆଇ ସିଇଓ ଅରବିନ୍ଦ ଶ୍ରୀନିବାସଙ୍କୁ ଭେଟି ଚିନ୍ତା ବ୍ୟକ୍ତ କରିଛନ୍ତି।

ସେମାନଙ୍କ ସହିତ ଏ ବିଷୟରେ ଆଲୋଚନା କରିବା ସହିତ ଲୋକଙ୍କ ଚାକିରି ଯିବା କ୍ଷେତ୍ରକୁ ଧ୍ୟାନ ନ ଦେଇ ବଂର ସାଧାରଣ ବିଷୟରେ ଲୋକଙ୍କୁ ସଶକ୍ତ କରିବାକୁ ଧ୍ୟାନ ଦେବା ଉଚିତ ବୋଲି କହିଥିଲେ। ଦାରିଦ୍ର ଦୂରିକରଣ, ଭୁଲ ସୂଚନା ପ୍ରସାର ରୋକିବା ଏବଂ ଗଳ୍ପ କହିବା ଓ ସୃଜନଶୀଳ ଦିଗରେ ଅଧିକ ଟୁଲ୍ସ ବାହାର କରିବା ଦିଗରେ କାମ କରିବା ଉଚିତ ବୋଲି ଏଆର୍ ରେହମାନ କହିଛନ୍ତି।

ଜିରୋଧା ଫାଉଣ୍ଡର ନିଖିଲ କାମାଥଙ୍କ ପଡକାଷ୍ଟ ପିପୁଲ ବାଏ ଡବ୍ଲୁଟିଏଫ୍ରେ ଯୋଗ ଦେଇ ଏହାର ଖୁଲାସା କରିଛନ୍ତି ରେହମାନ। କେବଳ ସେତିକି ନୁହେଁ, ଅନିୟନ୍ତ୍ରିତ ଏଆଇକୁ ଏକ ବନ୍ଧୁକ ସହିତ ତୁଳନା କରି ରେହମାନ କହିଛନ୍ତି ଯେ ଯେମିତି ଅସ୍ତ୍ରଶସ୍ତ୍ରର ନିୟମ ଏବଂ ପ୍ରତିବନ୍ଧକ ଅଛି, ସେହିପରି ବିନାଶକାରୀ ଆର୍ଥିକ ପରିଣାମ ଏବଂ ବ୍ୟାପକ ଦାରିଦ୍ର୍ୟକୁ ରୋକିବା ପାଇଁ ଏଆଇ ମଧ୍ୟ ମାନବ-ନିର୍ଦ୍ଧାରିତ ନିୟମ ଦ୍ୱାରା ନିୟନ୍ତ୍ରିତ ହେବା ଉଚିତ ବୋଲି ରେହମାନ କହିଛନ୍ତି।