ବଲାଙ୍ଗୀରରେ ପୁଣି ଗଡ଼ିଲା ମୁଣ୍ଡ, ଜଣେ ବ୍ୟବସାୟୀଙ୍କୁ ହାଣି ହତ୍ୟା କଲା ଦୁର୍ବୃତ୍ତ

Published By : Prameya-News7 Bureau | April 14, 2025 IST

ବଲାଙ୍ଗୀର ୧୪।୦୪ : ବଲାଙ୍ଗୀରରେ ପୁଣି ଗଡ଼ିଲା ମୁଣ୍ଡ । ଜଣେ ବ୍ୟବସାୟୀଙ୍କୁ ହାଣି କରାଯାଇଛି ହତ୍ୟା। ଜନଗହଳିପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ବ୍ୟକ୍ତି ମନୋଜ ବୋଲି ଜଣାପଡ଼ିଛି। ତାଙ୍କ ଘର ବିଷ୍ଣୁମୁଣ୍ଡା ଗାଁରେ ବୋଲି ଜଣାପଡିଛି। 

ଖବର ଅନୁଯାୟୀ, ମୃତ ମନୋଜ ପାନ ଦୋକାନ ସହ କଣ୍ଟ୍ରାକ୍ଟ୍ରି କରୁଥିଲେ। ଘର ନିକଟ ପୋଲ ଉପରେ ତାଙ୍କ ଦୋକାନ ପାଖରେ ବସିଥିବା ବେଳେ ପଛରୁ ଆସି ଟାଙ୍ଗିଆରେ ହାଣି ହତ୍ୟା କରିଛି ଦୁର୍ବୁତ୍ତ। ତାଙ୍କୁ ହତ୍ୟା କରିଥିବା ବ୍ୟକ୍ତି ସେହି ଗାଁର ବୋଲି ସନ୍ଦେହ କରୁଛି ପୋଲିସ । ତେବେ ପୂର୍ଵଶତ୍ରୁତା ସହ ନିଶା ଖୋର ବ୍ୟକ୍ତି ଏଭଳି କରିଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ। ଏହି ଘଟଣାରେ ସିସିଟିଭି ସାମ୍ନାକୁ ଆସିଛି । ଗତ ୩ ଦିନରେ ବଲାଙ୍ଗିରରେ ୫ ଟି ହତ୍ୟା ସାରା ଜିଲ୍ଲା ରେ ଭୟର ବାତା ବରଣ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.