LIVE TV

ଧର୍ମେନ୍ଦ୍ର ଓ ଶତ୍ରୁଘ୍ନ ସିହ୍ନାଙ୍କ ବନ୍ଧୁତାରେ ଏମିତି ଆସିଥିଲା ତିକ୍ତତା , ଲୋକେ ଭାଙ୍ଗିବାକୁ ଚେଷ୍ଟା କରିଥିଲେ

NEWS7
mou-sign-in-bhanjabihar

ମୁମ୍ୱାଇ : ଚଳଚ୍ଚିତ୍ର ଜଗତରେ ଅନେକ ଏମିତି ଯୋଡ଼ି ଅଛନ୍ତି ଯେଉଁମାନଙ୍କର ବନ୍ଧୁତା ଅନୁକରଣୀୟ ପାଲଟି ଯାଇଛି। ହିମାନଙ୍କ ମଧ୍ୟରେ ଏକ ଯୋଡ଼ି ହେଉଛି ଧର୍ମେନ୍ଦ୍ର ଶତ୍ରୁଘ୍ନ ସିହ୍ନାଙ୍କର। ସେମାନେ ଏକାଠି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ପରଦାରୁ ନେଇ ବାସ୍ତବ ଜୀବନ ପର୍ଯ୍ୟନ୍ତ ତାଙ୍କର ସମ୍ପର୍କକୁ ନେଇ ବହୁ ଆଲୋଚନ ହୁଏ। ଧର୍ମେନ୍ଦ୍ର ପ୍ରାୟତଃ କୁହନ୍ତି ଯେ, ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କର ସବୁଠୁ ନିକଟତମ ବନ୍ଧୁମାନଙ୍କ ମଧ୍ୟରୁ ଶତ୍ରୁଘ୍ନ ସିହ୍ନା ଜଣେ। ଶତ୍ରୁଘ୍ନ ମଧ୍ୟ ସବୁବେଳେ ଧର୍ମେନ୍ଦ୍ରଙ୍କ ସରଳତା ଏବଂ ବିଶାଳ ହୃଦୟର ପ୍ରଶଂସା କରନ୍ତି।କିନ୍ତୁ ଗୋଟେ ସମୟ ଆସିଥିଲା ଯେତେବେଳେ ଏହି ବନ୍ଧୁତାରେ ଫାଟ ସୃଷ୍ଟି ହୋଇଥିଲା।

୧୯୬୯ରେ ଫିଲ୍ମ "ପ୍ୟାର ହି ପ୍ୟାର"ର ସୁଟିଂ ସେଟ୍‌ରେ ଦୁହିଁଙ୍କ ବନ୍ଧୁତାର ସୂତ୍ରାପାତ ହୋଇଥିଲା। ଏହି ଫିଲ୍ମର ଏକ ଦୃଶ୍ୟରେ ଶତ୍ରୁଘ୍ନଙ୍କୁ ରଶିରେ ବନ୍ଧା ଯାଇଥିଲା। କିନ୍ତୁ, ଦୃଶ୍ୟର ସୁଟିଂ ପରେ ସେଗୁଡ଼ିକୁ ଖୋଲିବାକୁ ଭୁଲି ଗଲେ। ଏହି ସ୍ଥିତିରେ ଫିଲ୍ମର ଲିଡ୍‌ ହିରୋ ଅଭିନେତା ଶତ୍ରୁଘ୍ନଙ୍କ ଭଳି ଜଣେ ନବାଗତଙ୍କ ଯନ୍ତ୍ରଣାକୁ ଚିହ୍ନି ପାରିଲେ ଏବଂ ତୁରନ୍ତ ରଶି ଖୋଲାଇ ଥିଲେ। ଧର୍ମେନ୍ଦ୍ରଙ୍କ ଭଳି ସୁପରଷ୍ଟାରଙ୍କ ଏହି କଥା ଶତ୍ରୁଘ୍ନଙ୍କ ଉପରେ ଗଭୀର ପ୍ରଭାବ ପକାଇ ଥିଲା। ଏହା ପରେ ସେମାନଙ୍କ ସମ୍ପର୍କ ଆହୁରି ନିବିଡ଼ ହୋଇଗଲା। "ବ୍ଲାକମେଲ୍" ଫିଲ୍ମର ସୁଟିଂ ସମୟରେ, ଧର୍ମେନ୍ଦ୍ର ଶତ୍ରୁଘ୍ନଙ୍କୁ ତାଙ୍କ ସହିତ ଆଲିବାଗକୁ ମଧ୍ୟ ନେଇ ଯାଇଥିଲେ। ସେଠାରେ ସେମାନେ ଗୋଟିଏ ସ୍ଥାନରେ ରହୁଥିଲେ, ଏକାଠି ବୁଲିବାକୁ ଯାଉଥିଲେ ଏବଂ ପ୍ରତ୍ୟେକ ବିଷୟରେ ଆଲୋଚନା କରୁଥିଲେ। ଧର୍ମେନ୍ଦ୍ର ସବୁବେଳେ ତାଙ୍କୁ ସାନ ଭାଇ ପରି ବ୍ୟବହାର କରୁଥିଲେ।

ହେଲେ ଯେତେବେଳେ ଶତ୍ରୁଘ୍ନ ଜଣେ ବଡ଼ ଷ୍ଟାର ହୋଇଗଲେ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା। ଶତ୍ରୁଘ୍ନ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ, କିଛି ଲୋକ ଜାଣିଶୁଣି ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରି ଥିଲେ, ବିଶେଷକରି ଫିଲ୍ମ 'ଦୋସ୍ତ'ର ସଫଳତା ପରେ। ଯେତେବେଳେ କିଛି ଲୋକ ଧର୍ମେନ୍ଦ୍ରଙ୍କୁ କହିଲେ ଯେ, ଫିଲ୍ମର ସଫଳତାର ସମସ୍ତ ଶ୍ରେୟ ଶତ୍ରୁଘ୍ନ ନେଇଛନ୍ତି, ଧର୍ମେନ୍ଦ୍ର ହସି କହିଲେ, "ସେ ମୋର ସାନ ଭାଇ, ଯଦି ସେ ସଫଳ ହୁଅନ୍ତି ତେବେ ମୁଁ ବହୁତ ଖୁସି।"

ଶତ୍ରୁଘ୍ନ ସିହ୍ନା ନିଜେ କହିଥିଲେ ଯେ, ଯେବେ ସେ ଅସୁସ୍ଥ ଥିଲେ ଧର୍ମେନ୍ଦ୍ର ଓ ତାଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ସେହି ସମୟରେ ପାଖାପାଖି ଇଣ୍ଡଷ୍ଟ୍ରୀର ସବୁ ଲୋକ ତାଙ୍କୁ ଦେଖିବାକୁ ପହଞ୍ଚି ଥିଲେ , ହେଲେ ଧର୍ମେନ୍ଦ୍ର ଆସି ନଥିଲେ। କିଛି ଲୋକ ଏହି କଥାକୁ ଅତିରଞ୍ଜିତ କରି ଶତ୍ରୁଘ୍ନଙ୍କ ମନରେ ଭ୍ରାନ୍ତ ଧାରଣା ଜନ୍ମାଇଥିଲେ। ହେଲେ ପରେ ଯେବେ ସତ ସାମ୍ନାକୁ ଆସିଥିଲା ଯେ, ସେହି ସମୟରେ ଧର୍ମେନ୍ଦ୍ର ବହୁତ ସମସ୍ୟା ଦେଇ ଗତି କରୁଥିଲେ ଏବଂ କାନାଡା ଚାଲି ଯାଇଥିଲେ। ସେତେବେଳେ ଶତ୍ରୁଘ୍ନଙ୍କୁ ଅନୁଭବ ହେଲା ଯେ ଧର୍ମେନ୍ଦ୍ର ତାଙ୍କୁ ନେଇ ବିରକ୍ତି ହୋଇ ନଥିଲେ, ସ୍ଥିତି ସେମିତି ହି ଥିଲା।