ଘନ କୁହୁଡ଼ି ସାଜିଲା ବାଧକ, ପରିବର୍ତ୍ତନ ହେଲା ୫ ବିମାନର ଗତିପଥ

NEWS7
mother-in-law-injured-in-malkangiri

ଭୁବନେଶ୍ବର ୧।୧: ରାଜଧାନୀରେ ଘନ କୁହୁଡି । ବିମାନ ସେବା ପ୍ରଭାବିତ । ଘନ କୁହୁଡି ଯୋଗୁଁ ୫ଟି ବିମାନର ଗତିପଥ ପରିବର୍ତ୍ତନ ହୋଇଛି । ୩ଟି ରାୟପୁରକୁ ଏବଂ ୨ଟି କଲିକତାକୁ ପରିବର୍ତ୍ତନ କରାଯାଇଛି । ସେଥିମଧ୍ୟରୁ ୩ଟି ବିମାନ ଦିଲ୍ଲୀରୁ ଆସୁଥିବା ବେଳେ ଗୋଟିଏ ଚେନ୍ନାଇ ଏବଂ ଗୋଟିଏ ବେଙ୍ଗାଲୁରୁରୁ ଆସୁଥିଲା । ସକାଳ ସାଢ଼େ ୬ଟା ବେଳେ ରନ୍ଓ୍ବେରେ ଦୃଶ୍ୟମାନ ୫୦ମିଟର ଥିଲା ସେଥିପାଇଁ ବିମାନ ଉଡିପାରିନଥିଲା ।

ଅତି କମ୍‌ରେ ଦୃଶ୍ୟମାନ ୫୫୦ମିଟର ରହିଲେ ବିମାନ ଉଡ଼ାଣ ହୋଇଥାଏ । ସିଜିନର ଦ୍ଵିତୀୟ ଦିନ ଯେଉଁଦିନ ଘନ କୁହୁଡ଼ି ପାଇଁ ବିମାନସେବା ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱରରୁ ଡେରାଡୁନ ସକାଳ ୬ଟାରେ ଥିବା ବିମାନ ଦିନ ୧୦ଟାରେ ଯାଇଛି । ସେହିପରି ଜୟପୁର ଉତକେଲା ବିମାନ ମଧ୍ୟ ବିଳମ୍ବରେ ଉଡାଣ ଭରିଛି । ପ୍ରୋଟୋକଲ୍ ଅନୁସାରେ ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଗକୁ କୁହୁଡ଼ି ଜାରି ରହିବ । ତେଣୁ ଘରୁ ବାହାରିବା ଆଗରୁ ବିମାନ ସମୟ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।