Live Live
LIVE

ଆଲୁଅ, ଅନ୍ଧାର ଚାଲିଛି ଜୁଆ ଖେଳ, ଖେଳିଲା ବାଲାଙ୍କଠୁ ଦେଖିଲାବାଲା ବେଶି, କିନ୍ତୁ ପୋଲିସକୁ ଦିଶନୁ

NEWS7
mother-in-law-injured-in-malkangiri

ଭଦ୍ରକ: ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଚାଲିଛି ଦୋଳ ମେଲଣ । ଭିଡ଼ର ଫାଇଦା ନେଇ ବେଧଡ଼କ ଭାବେ ଚାଲିଛି ଜୁଆ ଖେଳ । ଆଲୁଅ, ଅନ୍ଧାର ଭିତରେ ଜମୁଛି ଜୁଆ ଆଡ୍ଡା। ଘେରି ରହିଛନ୍ତି ଲୋକେ, ଆଉ ଖୁଲମଖୁଲା ଟଙ୍କା ନୋଟ୍ ଧରି ଚାଲିଛି ଜୁଆ ଖେଳ ମେଲଣ ସମୟରେ ଭଦ୍ରକ ଜିଲ୍ଲାର ଏକ ଭିଡ଼ିଓ ଭାଇରାଲ ହେଉଛି , ଯେଉଁଠି ଖୋଲା ଖୋଲି ଭାବରେ ଜୁଆ ଖେଳ ହେଉଥିବା ଦେଖିବା ପାଇଁ ମିଳିଛି। ଜୁଆ ଖେଳ ଭିଡିଓଟି ଧୁସୁରୀ ଥାନା ଅନ୍ତର୍ଗତ ଅଞ୍ଚଳର ବୋଲି କୁହାଯାଉଛି ।

Also read: ଦୁଇ ସାଙ୍ଗ ଏକାଠି ଯାଇଥିଲେ ପୋଖରୀ, ପାଣିରେ ବୁଡ଼ି ଚାଲିଗଲା ଉଭୟଙ୍କ ଜୀବନ

ମେଲଣ ସମୟରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୃତୟନ ହୋଇଥିବା ବେଳେ ସମସ୍ତଙ୍କ ଉହାଡରେ ମେଲଣ ଠାରୁ କିଛି ଦୂର ନିକାଞ୍ଚନ ସ୍ଥାନରେ ଜୁଆ ଖେଳ ହେଉଥିବା ସୂଚନା ମିଳିଛି । ତେବେ ଧୁସୁରୀ ପୋଲିସ ଜୁଆଡ଼ିଙ୍କୁ ଧରିବା ପାଇଁ ୩ ଥର ରେଡ୍ କରିଥିଲେ ମଧ୍ୟ ସେମାନେ ଫେରାର ହୋଇଯାଇଥିଲେ ଓ ପୋଲିସ ଯିବା ପରେ ପୁଣି ଖେଳୁଥିବା ସୂଚନା ମିଳିଛି । ତେବେ ଏହି ଭିଡିଓରେ ଲୋକେ ଜୁଆ ପାଲି ନିକଟରେ ୫ ଶହ ଟଙ୍କିଆ ନୋଟ୍ ବାଜିରେ ଲଗାଉଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ପୋଲିସ ତରଫରୁ ପ୍ରତିକ୍ରିୟା ମିଳିପାରି ନାହିଁ।