News7 Logo

ରଖେ ହରି ତ ମାରେ କିଏ... ୫ ଦିନ ପରେ ମିଳିଲା ନିଖୋଜ ମାଆ-ପୁଅଙ୍କ ପତ୍ତା

NEWS7
bhitarakanika

ପଟ୍ଟାମୁଣ୍ଡାଇ ୦୯।୦୯ : ରଖେ ହରି ତ ମାରେ କିଏ ? । ଦୀର୍ଘ ୫ ଦିନ ଧରି ଭିତରକନିକା ଜଙ୍ଗଲରେ ମଧ୍ୟରେ ନିଖୋଜ ଥିବା କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଦେବେନ୍ଦ୍ରନାରାୟଣପୁର ଗାଁର ଅଞ୍ଜନା ମିର୍ଦ୍ଧା ଓ ତାଙ୍କ ପୁଅ ରତିକାନ୍ତ ମିର୍ଦ୍ଧାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ରାଜନଗର ବନବିଭାଗ।   

ଖବର ଅନୁଯାୟୀ, ୫ ଦିନ ତଳେ ଭିତରକନିକା ଜଙ୍ଗଲ ଭିତରେ ଥିବା ନଦୀକୁ କଙ୍ଗଡ଼ା ଧରିବାକୁ ଯାଇଥିଲେ ମାଆ-ପୁଅ । ଉଭୟ ହଠାତ୍‌ ଜଙ୍ଗଲ ମଧ୍ୟରେ ବାଟବଣା ହୋଇଯାଇଥିଲେ । ୫ଦିନ କାଳ ଭୟରେ ଦିନ କାଟୁଥିଲେ । ଦିନବେଳା ରାସ୍ତା ଖୋଜୁଥିଲେ ଓ ସଞ୍ଜ ଗଡ଼ିବା ପୂର୍ବରୁ ପାଖରେ ଥିବା ଗଛ ଉପରକୁ ଚଢ଼ିଯାଇ ଆଶ୍ରୟ ନେଉଥିଲେ। ପାଖରେ ଥିବା ଖାଦ୍ୟ ସରି ଯାଇଥିବାରୁ ଚାରି ଦିନ କାଳ ନିକଟସ୍ଥ ଜଳାଶୟରୁ କେବଳପାଣି ପିଇ ଜୀବନ ବଞ୍ଚାଇଥିଲେ । ଶେଷରେ ବନବିଭାଗର ବୋଟର ଆବାଜ ଶୁଣି ଡାକ ପକାଇଥିଲେ ମାଆ-ପୁଅ । ଯାହାକୁ ଶୁଣି ବନବିଭାଗ ସେମାନଙ୍କ ନିକଟରେ ପହଞ୍ଚି ଉଦ୍ଧାର କରିବାରେ ସଫଳ ହୋଇଥିଲା । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ରାଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।