ମହିଳାଙ୍କ ମଧ୍ୟରେ 'ଓଡ଼ିଶା ଯାତ୍ରୀ'ର ଚାହିଦା ବେଶୀ, ବ୍ୟବହାରୀକାରୀଙ୍କ ମଧ୍ୟରୁ ୫୭%ରୁ ଅଧିକ ମହିଳା

Published By : Prameya-News7 Bureau | August 16, 2025 IST

ଭୁବନେଶ୍ବର ୧୬।୮: ଓଡ଼ିଶା ଯାତ୍ରୀ ଆପ୍ ଉପଭୋକ୍ତାଙ୍କ ମଧ୍ୟରୁ ୫୭ ପ୍ରତିଶତରୁ ଅଧିକ କେବଳ ମହିଳା । ଏହା ଓଡ଼ିଶାର ସାର୍ବଜନୀନ ପରିବହନ ଇକୋସିଷ୍ଟମ ପ୍ରତି ବଢୁଥିବା ଆସ୍ଥାର ଏକ ଦୃଢ଼ ସଙ୍କେତ । ତଥ୍ୟରୁ ଜଣାପଡିଛି ଯେ ଅକ୍ଟୋବର ୨୦୨୪ରୁ ଜୁଲାଇ ୨୦୨୫ ମଧ୍ୟରେ ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମରେ ମୋଟ୍ ଉପଭୋକ୍ତାଙ୍କ ମଧ୍ୟରୁ ୫୭.୪୪ ପ୍ରତିଶତ ମହିଳା ଥିଲେ । ପ୍ଲାଟଫର୍ମ ବ୍ୟବହାର କରିଥିବା ୨.୫୭ ଲକ୍ଷ ଯାତ୍ରୀଙ୍କ ମଧ୍ୟରୁ ୧.୪୮ ଲକ୍ଷରୁ ଅଧିକ ମହିଳା ଉପଭୋକ୍ତା ଥିଲେ । 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଜାନୁଆରୀ ୨୦୨୫ରେ ଆରମ୍ଭ ହୋଇଥିବା ଓଡ଼ିଶା ଯାତ୍ରୀ ଆପ୍ । ଅକ୍ଟୋବର ୨୦୨୪ରେ ଏହାର ପାଇଲଟ୍ କାର୍ଯ୍ୟ ଆରମ୍ଭ କରିଥିଲା । ଜାନୁଆରୀ ୨୦୨୫ ସୁଦ୍ଧା ଏହାର ମହିଳା ବ୍ୟବହାରକାରୀ ୬୧.୬୩ ପ୍ରତିଶତରେ ପହଞ୍ଚିଥିଲା । ଜୁଲାଇ ୨୦୨୫ର ତଥ୍ୟରେ ମଧ୍ୟ, ମହିଳା ମାନେ ୫୫.୩୮ ପ୍ରତିଶତ ବ୍ୟବହାରକାରୀ ଥିଲେ । ଯାହା ପୁରୁଷ ଯାତ୍ରୀଙ୍କ ସଂଖ୍ୟାରୁ ଯଥେଷ୍ଟ ଅଧିକ ଥିଲା ।

ପ୍ରବର୍ତ୍ତନ ଏବଂ ପରିବହନ କର୍ତ୍ତୃପକ୍ଷଙ୍କ ସହିତ ଆପ୍ ର ସମନ୍ୱୟ ବିଶେଷକରି ମହିଳା ଏବଂ ଅନ୍ୟାନ୍ୟ ଦୁର୍ବଳ ଗୋଷ୍ଠୀଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ଯାତାୟାତ ଅଭିଜ୍ଞତା ସୃଷ୍ଟି କରିଛି। ମହିଳାମାନେ କେବଳ ଅଂଶଗ୍ରହଣ କରୁନାହାନ୍ତି, ସେମାନେ ଓଡ଼ିଶା ଯାତ୍ରୀ ଗ୍ରହଣ କରିବାରେ ନେତୃତ୍ୱ ନେଉଛନ୍ତି । ଏହା ପରିବହନ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ବୋଲି ଗୃହ ଏବଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି ।

ଓଡ଼ିଶା ଯାତ୍ରୀ ଆପ୍ ରାଜ୍ୟ ପରିବହନ ପ୍ରାଧିକରଣ ସହିତ ମିଳିତ ଭାବରେ ୩୦ ହଜାରରୁ ଅଧିକ ତୀର୍ଥଯାତ୍ରୀଙ୍କୁ ମାଗଣା ଅଟୋ ଯାତ୍ରା ପ୍ରଦାନ କରିଛି । ରାଜ୍ୟ ସାରା ଅଧିକ ସହରକୁ ଓଡ଼ିଶା ଯାତ୍ରୀଙ୍କୁ ବିସ୍ତାର କରିବା ଏବଂ ପ୍ଲାଟଫର୍ମ ଅଧୀନରେ ଆମ୍ବୁଲାନ୍ସ ଏବଂ ଡଙ୍ଗା ସେବା ପ୍ରଚଳନ କରିବା ପାଇଁ ଯୋଜନା ଚାଲିଛି । 

You Can Read:

ଦୁର୍ନୀତି ଏବଂ ଭ୍ରଷ୍ଟାଚାର ମୁକ୍ତ ଶାସନ ଦେବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ, ଦୁର୍ନୀତିକୁ ପ୍ରତିହତ କରିବାକୁ ନେଉଛନ୍ତି ପଦକ୍ଷେପ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.