ରାଜଧାନୀରେ ୬ ମାସରେ ୧୮ ଫ୍ଲାଟ୍‌ରୁ ୩୮ ଲକ୍ଷ ଟଙ୍କା ଚୋରି : ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | March 17, 2025 IST

ଭୁବନେଶ୍ବର କମିସନରେଟ୍ ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି ଆପାର୍ଟମେଣ୍ଟରୁ ଚୋରି । ନୂଆ ସରକାର ଆସିବାର ୬ ମାସରେ ଭୁବନେଶ୍ୱରରେ ୧୮ଟି ଫ୍ଲାଟ୍‌ରୁ ୩୮ ଲକ୍ଷ ୪୪ ହଜାର ଟଙ୍କା ଚୋରି ହୋଇଛି । ଏଥିରୁ ୩୧ ଲକ୍ଷ ୭୩ ହଜାର ଟଙ୍କା ଜବତ ହୋଇଛି । ଏ ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସେହିପରି ଆବାସିକ ଘରୁ ୪୦୩ଟି ଚୋରିରେ ୧ କୋଟି ୮୨ ଲକ୍ଷ ୭ ହଜାର ୯୪୨ ଟଙ୍କାର ଚୋରି ଅଭିଯୋଗ ଆସିଛି । ଏଥିରୁ ଜବତ ହୋଇଛି ୭୯ ଲକ୍ଷ ୩୫ ହଜାର ଟଙ୍କା । କଟକର ଦୁଇଟି ଫ୍ଲାଟ୍‌ରୁ ୧୦ ଲକ୍ଷ ଟଙ୍କାର ଚୋରି ହୋଇଥିବା ବେଳେ ଆବାସିକ ଘରୁ ୫୭ଟି ଚୋରି ମାମଲାରେ ୩୯ ଲକ୍ଷ ୭୯ ହଜାର ଟଙ୍କା ଚୋରି ହୋଇଥିବା ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

You Can Read:

ସାହିତ୍ୟ ପତ୍ରିକା ‘ପ୍ରେମ ପୃଥିବୀ’ର ବନ୍ଧୁମିଳନ ଓ ସୃଜନ ସମ୍ମାନ ପ୍ରଦାନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.