ନଭେମ୍ବରରେ ବଢିଛି ଖୁଚୁରା ମୁଦ୍ରାସ୍ପିତି, ପହଞ୍ଚିଲା ୦.୭୧%କୁ, ଅକ୍ଟୋବରରେ ଥିଲା ୦.୨୫%

NEWS7
monsoon-changes-threaten-bay-of-bengal-your-favourite-fish-curry-is-at-risk

ନୂଆଦିଲ୍ଲୀ ୧୨।୧୨: ଭାରତର ଖୁଚୁରା ମୁଦ୍ରାସ୍ପିତି ସାମାନ୍ୟ ବୃଦ୍ଧି ସହ ୦.୭୧%କୁ ପହଞ୍ଚି ଯାଇଛି। ଗତ ଅକ୍ଟୋବର ମାସରେ ଏହା ରେକର୍ଡ ନିମ୍ନସ୍ତରରେ ଥିଲା। ସେତେବେଳେ ଏହା ମାତ୍ର ୦.୨୫% ରହିଥିଲା। ହେଲେ ନଭେମ୍ବରରେ ଖାଦ୍ୟ ପଦାର୍ଥର ମୂଲ୍ୟ ହ୍ରାସ ଥମିବା ଯୋଗୁ ଏହା ବଢି ଯାଇଛି। ଏହା ଲଗାତାର ୧୦ମ ମାସ ଯେତେବେଳେ ମୁଦ୍ରାସ୍ପିତି ୨ରୁ ୬% ଧାର୍ଯ୍ୟ ଲକ୍ଷ୍ୟରୁ ତଳେ ରହିଛି। ମୁଦ୍ରାସ୍ପିତି ହ୍ରାସ ଭାରତୀୟ ଅର୍ଥନୀତି ପାଇଁ ବଡ ଆଶ୍ୱସ୍ତି ମନେ କରାଯାଉଛି।

ଜାତୀୟ ପରୀସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଅନୁସାରେ ନଭେମ୍ବରରେ ଖାଦ୍ୟ ମୂଲ୍ୟରେ ୩.୯୧% ହ୍ରାସ ଦେଖାଯାଇଛି। ଏହା ଅକ୍ଟୋବରରେ ୫.୦୨% ଥିଲା। ଏହାର ଅର୍ଥ ମୂଲ୍ୟ ହ୍ରାସ ହାର ଥମିଛି। ଏଥିରୁ ଏହି ସଂକେତ ମିଳୁଛି ଯେ ଖାଦ୍ୟ ସେକ୍ଟରରେ ଚାପ ବଢୁଛି। ଏଣୁ ପନିପରିବା ମୂଲ୍ୟରେ ୨୨.୨୦% ହ୍ରାସ ହୋଇଛି। ତେବେ ନଭେମ୍ବର ମାସରେ ମୁଦ୍ରାସ୍ପିତି ବୃଦ୍ଧିର କାରଣ ପନିପରିବା, ଅଣ୍ଡା, ମାଛ, ମାଂସ, ମସଲା, ଇନ୍ଧନ ଓ ବିଦ୍ୟୁତ ମୂଲ୍ୟ ବୃଦ୍ଧି ଯୋଗୁ ହୋଇଛି।

୧୨ ଡିସେମ୍ବର ଶୁକ୍ରବାର ସରକାର ଜାରି କରିଥିବା ମୁଦ୍ରାସ୍ପିତି ହାର ଅନୁସାରେ ନଭେମ୍ବରରେ ଗ୍ରାମୀଣ ମୁଦ୍ରାସ୍ପିତି ବିଯୁକ୍ତ ୦.୨୫%ରୁ ବଢି ବିଯୁକ୍ତ ୦.୧୦% ହୋଇଯାଇଛି। ଏଥିରେ ସହରାଞ୍ଚଳ ମୁଦ୍ରାସ୍ପିତି ୦.୮୮%ରୁ ବଢି ୧.୪୦%କୁ ପହଞ୍ଚି ଯାଇଛି। ଇନ୍ଧନ ଓ ବିଦ୍ୟୁତ ମୁଦ୍ରାସ୍ପିତି ୧.୯୮%ରୁ ବଢି ୨.୩୨%କୁ ପହଞ୍ଚି ଯାଇଛି। ଯାହାର ପ୍ରଭାବ ପରିବହନ ଓ ଉତ୍ପାଦନ ବ୍ୟୟ ଉପରେ ପଡିଛି।