ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ରବର୍ଟ ଭଦ୍ରାଙ୍କୁ ସମନ ଜାରି କରିଛି ଏବଂ ତାଙ୍କୁ ୧୭ ଜୁନରେ ପଚରାପଚରି ପାଇଁ ଡକାଇଛି। ମନି ଲଣ୍ଡରିଂ କେସ୍ରେ ଏଜେନ୍ସି ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀଙ୍କୁ ପଚରାପଚରି କରିବାକୁ ଚାହୁଁଛି। ଏହି ମାମଲା ବ୍ରିଟେନରେ ଥିବା ଅସ୍ତ୍ରଶସ୍ତ୍ର ଡିଲର ସଞ୍ଜୟ ଭଣ୍ଡାରୀଙ୍କ ସହ ଜଡ଼ିତ। ଏଥିରେ ରବର୍ଟ ଭଦ୍ରାଙ୍କ ଲିଙ୍କ୍ ଥିବା କୁହାଯାଏ। ଏହି ମାମଲାରେ ଏଜେନ୍ସି ତାଙ୍କୁ ପଚରାପଚରି କରିବାକୁ ଚାହୁଁଛି। ପ୍ରିଭେନ୍ସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁସାରେ କେସ୍ର ଯାଞ୍ଚ ହେଉଛି ଏବଂ ଭଦ୍ରାଙ୍କର ମଧ୍ୟ ଏଥିରେ ଲିଙ୍କ୍ ଥିବା କୁହାଯାଉଛି। ଏଜେନ୍ସି ଏହା ପୂର୍ବରୁ ମଧ୍ୟ ରବର୍ଟ ଭଦ୍ରାଙ୍କୁ ୧୦ ଜୁନ୍ରେ ପଚରାପଚରି ପାଇଁ ସମନ ଜାରି କରିଥିଲା।
ରବର୍ଟ ଭଦ୍ରା ଏହା କହି ପଚରାପଚରିରେ ସାମିଲ ହେବାକୁ ମନା କରି ଦେଇ ଥିଲେ କି ,ତାଙ୍କୁ ଜ୍ୱର ହୋଇଛି ଏବଂ କରୋନା ଲକ୍ଷଣ ଅନୁଭବ କରୁଛନ୍ତି। ସେ କରୋନା ଟେଷ୍ଟ ବି କରାଇ ଥିଲେ। ସେ ଓକିଲଙ୍କ ବୟାନ ମଧ୍ୟ ଆସି ଥିଲା, ଯେଉଁଥିରେ ସେ କହିଥିଲେ ଯେ, ରବର୍ଟ ଭଦ୍ରାଙ୍କ ସମନରୁ ରକ୍ଷା ପାଇବାର କୌଣସି ଉଦ୍ଦେଶ୍ୟ ନାହିଁ। ସେ ଏଜେନ୍ସି ସମ୍ମୁଖରେ କୌଣସି ସମୟରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି। ଏହି ମାସରେ ସେ ବିଦେଶ ଯାତ୍ରାକୁ ଯିବାର ଅଛି। ଏହି ସ୍ଥିତିରେ ଯାତ୍ରା ପୂର୍ବରୁ ବା ପରେ ସେ କେବେ ବି ଏଜେନ୍ସି ସମ୍ମୁଖରେ ହାଜର ହୋଇ ପାରନ୍ତି। ଭଦ୍ରାଙ୍କୁ ପଚରାପଚରି ପରେ ଏଜେନ୍ସି ଏହି କେସ୍ରେ ଚାର୍ଜସିଟ୍ ଦାଖଲ କରିପାରେ।
ସୂଚନା ଯେ , ଅପ୍ରେଲ ମାସରେ ଏଜେନ୍ସି ଲଗାତାର ତିନି ଦିନ ରବର୍ଟ ଭଦ୍ରାଙ୍କୁ ପଚରାପଚରି କରିଥିଲା। କିନ୍ତୁ ସେହି ମାମଲା ଅନ୍ୟ ଏକ ମନି ଲଣ୍ଡରିଂ ସହ ଜଡ଼ିତ ଥିଲା , ଯାହା ହରିଆଣାର ଏକ ଲ୍ୟାଣ୍ଡ ଡିଲ୍ର। ଲ୍ୟାଣ୍ଡର ଏହି ଚୁକ୍ତି ୨୦୦୮ ମସିହାରେ ହୋଇଥିଲା। ଏବେସୁଦ୍ଧା ରବର୍ଟ ଭଦ୍ରାଙ୍କ ବିରୋଧରେ ମନି ଲଣ୍ଡରିଂର ୩ଟି ମାମଲାରେ ଯାଞ୍ଚ ଚାଲିଛି। କହି ରଖୁଛୁ ଯେ, ସଞ୍ଜୟ ଭଣ୍ଡାରୀଙ୍କ ଘରେ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ୨୦୧୬ରେ ରେଡ୍ କରିଥିଲା ଏବଂ ଏହାର ତୁରନ୍ତ ପରେ ସେ ଦେଶ ଛାଡ଼ି ଫେରାର ହୋଇଥିଲେ। ଭଣ୍ଡାରୀଙ୍କର ପ୍ରତ୍ୟର୍ପଣର ଆବେଦନ ବି ଭାରତ ଦାଖଲ କରିଥିଲା , କିନ୍ତୁ ବ୍ରିଟିଶ କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି।
ଇଡି ୨୦୨୩ରେ ଚାର୍ଜସିଟ୍ ଦାଖଲ କରିଥିଲ। ଏଥିରେ ସେ ଅଭିଯୋଗ ଲଗାଇ ଥିଲା ଯେ ସଞ୍ଜୟ ଭଣ୍ଡାରୀ ୨୦୦୯ରେ ଲଣ୍ଡନ ସ୍ଥିତ ୧୨, ବ୍ରାୟନଷ୍ଟନ ସ୍କ୍ୱୋୟର ହାଉସ୍ର କ୍ରୟ କରି ଥିଲେ। ଏହାପରେ ଏହାର ରିନୋଭେସନ ରବର୍ଟ ଭଦ୍ରାଙ୍କ ନିର୍ଦ୍ଦେଶରେ କରାଇ ଥିଲେ। ଏଥିପାଇଁ ଫଣ୍ଡ ମଧ୍ୟ ଭଦ୍ରାଙ୍କ ପକ୍ଷରୁ ଦିଆ ଯାଇ ଥିଲା। ହେଲେ ଭଦ୍ରା ଏହି ସଂପତ୍ତିରେ ସିଧା ବା ଅପ୍ରତ୍ୟକ୍ଷ ଭାବେ ମାଲିକାନା ନେଇ ମନା କରିଥିଲେ। ଭଦ୍ରାଙ୍କ କହିବା ହେଲା ଯେ , ତାଙ୍କୁ ରାଜନୀତିକ ପରିବର୍ତ୍ତନର କାର୍ଯ୍ୟାନୁଷ୍ଠାନ ଅନୁସାରେ ଏହି ମାମଲାରେ ଫସା ଯାଉଛି।