ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ 'ଷ୍ଟାର୍ କିଡ୍ସ' କହିଲେ ସାଧାରଣତଃ ବଲିଉଡ୍‌ର ଚେହେରାଗୁଡ଼ିକ ଆଗ ମନେପଡ଼ନ୍ତି। ହେଲେ ଏବେ ଚିତ୍ର ବଦଳିବାରେ ଲାଗିଛି। ଦକ୍ଷିଣ ଭାରତୀୟ ସିନେମାର ନୂଆ ପିଢ଼ି ଏବେ ସିନେଜଗତରେ ପାଦ ଥାପିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଅଭିନୟ ହେଉ କିମ୍ବା ନିର୍ଦ୍ଦେଶନା, ନିଜ ପରିବାରର ନାମକୁ ଆଗକୁ ନେବାକୁ କେତେକ ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକଙ୍କ ସନ୍ତାନମାନେ ଆସୁଛନ୍ତି।

୧. ଅବନ୍ତିକା ସୁନ୍ଦର 
ଲୋକପ୍ରିୟ ଅଭିନେତ୍ରୀ ଖୁସବୁ ସୁନ୍ଦର ଏବଂ ଜଣାଶୁଣା ନିର୍ଦ୍ଦେଶକ ସୁନ୍ଦର ସି'ଙ୍କ ଝିଅ ।  ସେ ମାଲାୟାଲମ୍ ଫିଲ୍ମ 'ଆରମ୍ଭମ୍'ଜରିଆରେ ଅଭିନୟ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଛନ୍ତି, ଯାହାର ନିର୍ଦ୍ଦେଶନା ସୁଜେଶ ଆନି ଇପେନ୍ ଦେଉଛନ୍ତି। ଏହାସହ ସେ 'ଅଟାକର୍' ଫିଲ୍ମ ଜରିଆରେ ତାମିଲ ଇଣ୍ଡଷ୍ଟ୍ରିରେ ମଧ୍ୟ ଡେବ୍ୟୁ କରିବେ।

୨. ଜୟ କୃଷ୍ଣ ଘଟ୍ଟମନେନି 
ସ୍ୱର୍ଗତ ଅଭିନେତା-ପ୍ରଯୋଜକ ରମେଶ ବାବୁଙ୍କ ପୁଅ ଏବଂ ସୁପରଷ୍ଟାର ମହେଶ ବାବୁଙ୍କ ପୁତୁରା।   ସେ ଅଜୟ ଭୂପତିଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍ ଫିଲ୍ମ 'ଶ୍ରୀନିବାସ ମଙ୍ଗାପୁରମ୍' ଜରିଆରେ ଆକ୍ଟିଂ ଡେବ୍ୟୁ କରିବାକୁ ଯାଉଛନ୍ତି, ଯେଉଁଥିରେ ସେ 'ଶ୍ରୀନୁ' ଚରିତ୍ରରେ ନଜର ଆସିବେ।

୩. ୟାତ୍ରା ରାଜା 
ମେଗାଷ୍ଟାର ରଜନୀକାନ୍ତଙ୍କ ନାତି, ସୁପରଷ୍ଟାର ଧନୁଷ ଏବଂ ଚଳଚ୍ଚିତ୍ର ନିର୍ମାତା ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ପୁଅ।  ସାଧାରଣତଃ ପ୍ରଚାର ଓ ଚର୍ଚ୍ଚାରୁ ଦୂରେଇ ରହୁଥିବା ରାଜା ଖୁବଶୀଘ୍ର ଅଭିନୟ ଜଗତରେ ପାଦ ଦେବେ। ଏହି ଚଳଚ୍ଚିତ୍ରଟିକୁ ତାଙ୍କ ବାପା ଧନୁଷ ନିଜେ ପ୍ରଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି।  

୪. ବିସ୍ମୟା ମୋହନଲାଲ 
ମାଲାୟାଲମ୍ ସୁପରଷ୍ଟାର ମୋହନଲାଲଙ୍କ ଝିଅ। ସେ ଜଣେ କବି, ଲେଖିକା, ମାର୍ଶାଲ୍ ଆର୍ଟ ପ୍ରେମୀ ଏବଂ ଚିତ୍ରଶିଳ୍ପୀ। ନିଜର ଅନେକ ପ୍ରତିଭା ପରେ ଏବେ ସେ ଅଭିନୟରେ ପାଦ ଥାପୁଛନ୍ତି। ଜୁଡ୍ ଆନ୍ଥୋନି ଜୋସେଫଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଥୁଡାକ୍କମ୍' ଜରିଆରେ ସେ ନିଜର ଆକ୍ଟିଂ କ୍ୟାରିୟର୍ ଆରମ୍ଭ କରିବେ।  

୫. ଅର୍ଜିଥ୍ ଶଙ୍କର 
ଦକ୍ଷିଣ ସିନେମାର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍. ଶଙ୍କରଙ୍କ ପୁଅ। ସେ ମଧ୍ୟ ଅଭିନୟ କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଲଭର ବୟ ମାଧ୍ୟମରେ ସେ ଦର୍ଶକଙ୍କ ପାଖକୁ ଆସିବେ । ଏଥିରେ କୀର୍ତ୍ତି ସେଟ୍ଟୀ ମୁଖ୍ୟ ନାୟିକା ଭୂମିକାରେ ନଜର ଆସିବେ ।

୬. ଜେସନ୍ ସଞ୍ଜୟ (Jason Sanjay)
 ତାମିଲନାଡୁ ସିଏମ୍ ତଥା ଲୋକପ୍ରିୟ ଅଭିନେତା ବିଜୟଙ୍କ ପୁଅ। ଅନ୍ୟ ଷ୍ଟାର୍ କିଡ୍ସଙ୍କ ଭଳି ଅଭିନେତା ନହୋଇ, ସଞ୍ଜୟ ନିର୍ଦ୍ଦେଶକ ଭାବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିସାରିଛନ୍ତି। ସେ ନିଜ ବାପା ବିଜୟଙ୍କୁ ନେଇ ଏକ ହଲିଉଡ୍ ଫିଲ୍ମ ନିର୍ଦ୍ଦେଶନା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

୭. ହଂସିକା କ୍ରିଷ୍ଣା
ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ମାଲାୟାଲମ ଅଭିନେତା କ୍ରିଷ୍ଣା କୁମାରଙ୍କ ଝିଅ ହଂସିକା । ସେ ଅମାଲ ନୀରଦଙ୍କ ନିର୍ଦ୍ଦେଶିତ Bachelor Party D'euxରେ ଅଭିନୟ କରିଛନ୍ତି । ତେବେ ଏହି ଫିଲ୍ମ ଅକ୍ଟୋବର ୧୫ରେ ରିଲିଜ୍‌ ହେବାକୁ ଯାଉଛି ।