ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଆସିଲା ଯୌନଶୋଷଣ ଅଭିଯୋଗ, ଏତଲା ରୁଜୁ ପାଇଁ POCSO କୋର୍ଟଙ୍କ ନିର୍ଦ୍ଦେଶ

NEWS7
misbehave-allegation-in-nilagiri-college

ପ୍ରୟାଗରାଜ ୨୧।୨: ଜ୍ୟୋତିଷପୀଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଏକ ଗୁରୁତର ବିବାଦରେ ଫଶି ଯାଇଛନ୍ତି। ସଙ୍ଗମ ନଗରୀର ସ୍ୱତନ୍ତ୍ର ପକସୋ କୋର୍ଟ ଶଙ୍କରାଚାର୍ଯ୍ୟ ଓ ତାଙ୍କ ଶିଷ୍ୟଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗରେ ମୋକଦ୍ଦମା ରୁଜୁ କରିବାକୁ ଆଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ଆଦେଶ ପରେ ଦେଶର ଧର୍ମକ୍ଷେତ୍ରରେ ହଲଚଲ ବଢି ଯାଇଥିବା ବେଳେ ପୋଲିସ ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ମାମଲା ସମ୍ପର୍କିତ ଦୁଇ ନାବାଳକ ପୀଡ଼ିତଙ୍କ ବୟାନକୁ ଧ୍ୟାନରେ ରଖି କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ଫେବୃଆରୀ ୧୩ ତାରିଖ ଦିନ ପକସୋ ସ୍ପେଶାଲ କୋର୍ଟ ଜଜ୍ ଜଷ୍ଟିସ୍ ବିନୋଦ କୁମାର ଚୌରାସିଆଙ୍କ ସାମ୍ନାରେ ୨ ନାବାଳକଙ୍କ ବୟାନ ଭିଡିଓଗ୍ରାଫି ସହ ଦାଖଲ କରାଯାଇଥିଲା। ଏହା ଛଡା କୋର୍ଟ ପୋଲିସର ଗହନ ରିପୋର୍ଟକୁ ମଧ୍ୟ ଅଧ୍ୟୟନ କରିଛନ୍ତି। ସମସ୍ତ ପ୍ରମାଣ ଓ ପୋଲିସର ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟକୁ ଧ୍ୟାନରେ ରଖି କୋର୍ଟ ତାଙ୍କ ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ। ଏବେ କୋର୍ଟ ଝୁଂସି ଥାନାରେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଓ ତାଙ୍କ ଶିଷ୍ୟ ସ୍ୱାମୀ ମୁକୁନ୍ଦାନନ୍ଦ ଗିରିଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଛନ୍ତି। ଶାକୁମ୍ଭରୀ ପୀଠାଧିଶ୍ୱର ଆଶୁତୋଷ ବ୍ରହ୍ମଚାରୀ ଏହି ମାମଲାକୁ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି। ସେ ଆଇପିସିର ଧାରା ୧୭୩(୪)ରେ କୋର୍ଟରେ ପିଟିସନ ଦାଖଲ କରିଥିଲେ।

କୋର୍ଟ ଦ୍ୱାରା ଏଫଆଇଆର ଆଦେଶ ଜାରି ହେବା ପରେ ଆବେଦନକାରୀ ଆଶୁତୋଷ ବ୍ରହ୍ମଚାରୀ ନ୍ୟାୟପାଳିକା ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି। ଏହି ନିଷ୍ପତ୍ତିକୁ ସେ ସତ୍ୟର ବିଜୟ ବୋଲି କହିଛନ୍ତି। ଏହି କଳାସତ୍ୟକୁ ଜନତାଙ୍କ ସାମ୍ନାକୁ ଆଣିବା ଲାଗି ସେ ପ୍ରୟାଗରାଜରୁ ବାରଣାସୀ ର ବିଦ୍ୟାମଠ ପର୍ଯ୍ୟନ୍ତ ଏକ ଦୀର୍ଘ ସନାତନ ପଦଯାତ୍ରା ବାହାର କରିବାକୁ ଘୋଷଣା କରିଛନ୍ତି। ତାଙ୍କର କହିବା କଥା ହେଉଛି ଧର୍ମ ଆଢୁଆଳରେ ଚାଲିଥିବା ଏହି କଥିତ ଘୃଣ୍ୟ ଖେଳ ଉପରୁ ପର୍ଦ୍ଦା ହଟିବା ଆବଶ୍ୟକ। ନିଜ ଆବେଦନରେ ସେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ ବାରଣାସୀ ସ୍ଥିତ ଶଙ୍କରାଚାର୍ଯ୍ୟଙ୍କ ବିଦ୍ୟାମଠରେ ନାବାଳିକ ପିଲାଙ୍କ ସହିତ ଯୌନ ଶୋଷଣ ଭଳି ଘଟଣା ସବୁ ଘଟିଥାଏ। ଏହି ମାମଲାରେ ଆବେଦନକାରୀ ଏକ ସିଡି ମଧ୍ୟ କୋର୍ଟଙ୍କୁ ସାକ୍ଷ ରୂପେ ପ୍ରଦାନ କରିଛନ୍ତି। ଏହା ପରେ ପୋଲିସ ଏହି ମାମଲର ଗହନ ଯାଞ୍ଚ କରିବ।

ଏହା ବି ପଢନ୍ତୁ :-ଜାମିନରେ ଆସି ଦୁଷ୍କର୍ମ ପୀଡ଼ିତାଙ୍କୁ ହତ୍ୟା ଧମକ ଦେଲା ଅଭିଯୁକ୍ତ, ଜୀବନ ହାରିଦେଲା ୧୪ ବର୍ଷର ନାବାଳିକା