ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | July 09, 2024 IST

ଭୁବନେଶ୍ବର ୯ଭୁବନେଶ୍ବର ମଞ୍ଚେଶ୍ବର ଶ୍ରୀରାମ ନଗର ବସ୍ତିରେ ଘଟିଛି ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଭଡ଼ାଘରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନାବାଳିକାଙ୍କ ବୟସ ୧୬ ବର୍ଷ ହେବ ବୋଲି ଜଣାପଡିଛି । ନାବାଳିକା ଜଣଙ୍କ ଦମ୍ପତିଙ୍କ ନିକଟରେ କିଛି ମାସ ଧରି ରହୁଥିଲେ । 

ଦମ୍ପତିଙ୍କ ସୂଚନା ଅନୁସାରେ, ନାବାଳିକା ଜଣଙ୍କ ସୋମବାର ଦିନତମାମ ହସଖୁସିରେ ବୁଲାବୁଲି  କରୁଥିଲା । ସନ୍ଧ୍ୟାରେ ରୁମ୍‌କୁ ଯାଇ ଭିତରପଟୁ କବାଟ କିଳି  ଦେଇଥିଲା । ସେ ରୁମ୍‌ରେ ଶୋଇପଡି଼ଥିବ ବୋଲି ଭାବି କାହାରି  ସନ୍ଦେହ ହେଲାନାହିଁ । ରାତି ସାଢ଼େ ୯ଟାରେ ଖାଇବା ପାଇଁ ଦମ୍ପତି ନାବାଳିକାଙ୍କୁ ଡାକିଥିଲେ । କିନ୍ତୁ କବାଟ ନ ଖୋଲିବାରୁ  ସେମାନେ ଝରକା ତାଡି଼ ଭିତରକୁ ଦେଖିଥିଲେ । ସେତବେଳକୁ  ନାବାଳିକାଟି ଏକ ଶାଢ଼ୀରେ ଝୁଲିପଡି଼ଥିଲେ । ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତନାଘନା କରିଛି । ନାବାଳିକାଙ୍କୁ ହତ୍ୟା  କରି ଟଙ୍ଗାଯାଇ ଆତ୍ମହତ୍ୟା ରୂପ ଦିଆଯାଇ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ପୋଲିସ ଉକ୍ତ ରୁମ୍‌କୁ  ସିଲ୍ କରିଦେଇଛି । ମଙ୍ଗଳବାର ସାଇଣ୍ଟିଫିକ୍‌ ଟିମ୍‌ ଆସିବା ପରେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହେବ ବୋଲି ଜଣାପଡିଛି ।

You Can Read:

ଚୋରା ମଦ ଚାଲାଣ ବେଳେ କାର୍ ସହ ଦେଶୀ ମଦ ବସ୍ତା ଜବତ, ଜଣେ ବେପାରୀ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.