LIVE TV

ବସ୍ତା ଭିତରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ମିଳିନି ନାବାଳିକାଙ୍କ ପରିଚୟ

NEWS7
Balasore

ବାଲେଶ୍ବର ୨୫।୯: ବସ୍ତା ଭିତରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ସମଲପୁର ଛକ ନିକଟରେ ଏକ ଛପର ଘରୁ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସମଲପୁର ନିକଟରେ ଏକ ଛପର ଘରେ ବୁଧବାର ରାତି ସମୟରେ ୩ ଜଣ ଝିଅ ଓ ୩ ଜଣ ପୁଅ ରହିଥିଲେ । ଗୁରୁବାର ସେହି ଘରୁ ବସ୍ତା ଭିତରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ନାବାଳିକାଙ୍କ ବୟସ ୧୨ ବର୍ଷ ହେବ ବୋଲି ଜଣାପଡିଛି । ମୃତଦେହକୁ ବସ୍ତାରେ ବାନ୍ଧି ପଛପଟେ ପୋତି ଦେବା ପାଇଁ ସେହି ଘରେ ଥିବା ଅନ୍ୟ ସଦସ୍ୟମାନେ ଯୋଜନା କରୁଥିଲେ ବୋଲି କୁହାଯାଉଛି । ସ୍ଥାନୀୟ ଲୋକେ ଖବର ପାଇ ପୋଲିସକୁ ଜଣାଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅନ୍ୟ ୫ ଜଣ ସାଥୀଙ୍କୁ ଥାନାକୁ ନେଇ ପଚରା ଉଚରା କରୁଛି । ଅନ୍ୟପଟେ ମୃତ ନାବାଳିକାଙ୍କ ପରିଚୟ ମିଳିପାରିନାହିଁ । ସେହି ଘରେ ରହୁଥିବା ସମସ୍ତ ସଦସ୍ୟ ଷ୍ଟେସନରେ ଭିକମାଗି ଚଳିଥାନ୍ତି । ରାତି ହେଲେ ସେହି ସ୍ଥାନରେ ଆଶ୍ରୟ ନିଅନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।